ETV Bharat / international

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏବଂ ଆଦାନୀଙ୍କ ବିରୁଦ୍ଧରେ ମାମଲା

author img

By

Published : Sep 1, 2022, 3:52 PM IST

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ମାମଲା ଦାଏର କଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ମାମଲା ଦାୟର

ୱାଶିଂଟନ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ମାମଲା ଦାଏର । ଏହାସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏବଂ ବିଶିଷ୍ଟ ଶିଳ୍ପପତି ଆଦାନୀଙ୍କ ବିରୋଧରେ ଜଣେ ଭାରତୀୟ ବଂଶୋଦ୍ଭ ଆମରିକୀୟ ଡାକ୍ତର ଏହି ମାମଲା ଦାଏର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ଭାରତୀୟ ଶିଳ୍ପପତି ତଥା ବିଶିଷ୍ଟ ଶିଳ୍ପପତି ଗୌତନ ଆଦାନୀଙ୍କ ବିରୁଦ୍ଧରେ କେସ୍ କରିଛନ୍ତି । ପେଗାସସ୍ ସ୍ପାଇୱେୟାର, ଭ୍ରଷ୍ଟାଚାର ଏବଂ ଅନ୍ୟ କେତେକ ପ୍ରସଙ୍ଗରେ ଏହି ମାମଲା ଦାଏର ହୋଇଛି । ଏନେଇ ଆମେରିକାର କଲମ୍ବିଆର ଏକ କୋର୍ଟ ଏହି ତିନି ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସମନ ଜାରି କରିଛନ୍ତି ।

ଗତ ମେ ୨୪ ତାରିଖରେ ପିଏମ ମୋଦି, ଜଗନମୋହନ ରେଡ୍ଡୀ ଏବଂ ଆଦାନୀଙ୍କ ବିରୁଦ୍ଧରେ ରିଚମଣ୍ଡର ଗ୍ୟାଷ୍ଟ୍ରୋଏଣ୍ଟଲୋଜିଷ୍ଟ (gastroenterologist) ଡାକ୍ତର ଲୋକେଶ ଭୁୟୁରୁ ଏହି ମାମଲା ଦାଏର କରିଛନ୍ତି । ସବୁଠୁ ବଡ କଥା ହେଉଛି କୌଣସି ପ୍ରମାଣ ବିନା ସେହି ଏହି କେସ୍ କରିଛନ୍ତି । ଏହି ମାମଲାରେ କୋର୍ଟ ଜୁଲାଇ ୨୨ରେ ସମନ ଜାରି କରିଛନ୍ତି । ଅଗଷ୍ଟ ୪ ତାରିଖରେ ଏହି ସମନ ଭାରତକୁ ପଠାଯାଇଛି । ନ୍ୟୁୟର୍କ ଆଟର୍ଣ୍ଣ ରବି ବତ୍ରା ଏହି ମାମଲାକୁ ମୂଲ୍ୟହୀନ ବୋଲି କହିଛନ୍ତି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.