ETV Bharat / international

ବିଦେଶୀ ପାଣ୍ଠି ମାମଲା: ଆଜି ଗିରଫ ହେବେ ଇମ୍ରାନ ! - ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନିଷେଧ ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ଆଜି ଗିରଫ ହୋଇପାରନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ଫେଡେରାଲ ଏଜେନ୍ସି ଗିରଫ ପାଇଁ ପ୍ରସ୍ତୁତି ଶେଷ କରିଥିବା ସୂଚନା । ଅଧିକ ପଢନ୍ତୁ

ବିଦେଶୀ ପାଣ୍ଠି ମାମଲା: ଆଜି ଗିରଫ ହେବେ ଇମ୍ରାନ

author img

By

Published : Feb 20, 2023, 9:22 PM IST

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ, ଗାଦିଚ୍ୟୁତ ହୋଇଥିବା ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ସଙ୍କଟ ପୁଣି ଥରେ ବଢିଛି । ବିଦେଶୀ ପାଣ୍ଠି ହାତେଇବା ମାମଲାରେ ଆଜି (ସୋମବାର) ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । ଏହି ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ପାକିସ୍ତାନ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ସମସ୍ତ ପ୍ରସ୍ତୁତି ଶେଷ କରିସାରିଥିବା କିଛି ପାକିସ୍ତାନୀ ଗଣମାଧ୍ୟମ ସହ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ କରିଛନ୍ତି ।

ବିଶେଷ ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ, କେନ୍ଦ୍ରୀୟ ସଂସ୍ଥା ଏଫଆଇଏ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଲାହୋର ପୋଲିସର ସହଯୋଗ ନେଇପାରେ । ଏହି ଗିରଫଦାରୀ ପାଇଁ ପ୍ରାୟତଃ ପ୍ରସ୍ତୁତି ଶେଷ ହୋଇଛି । ଏକାଧିକ ଟିମ ମଧ୍ୟ ଗଠନ ହୋଇସାରିଛି । ଫେବୃଆରୀ 2 ତାରିଖରେ ଇସଲାମାବାଦ ହାଇକୋର୍ଟ ନିଷେଧ ବିଦେଶୀ ପାଣ୍ଠି ମାମଲାରେ ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଇମ୍ରାନଙ୍କ ଦଳ କରିଥିବା ମାମଲାକୁ ଖାରଜ କରିଦେଇଥିଲା । ଏହା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଏଫଆଇଏ) ଇମ୍ରାନଙ୍କ ସମେତ ମୋଟ 10 ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ତେବେ ଏହି ଗିରଫଦାରୀ କୌଣସି ପରିସ୍ଥିତିରେ ହୋଇପାରେ । ଏହା ପୂର୍ବରୁ ଇମ୍ରାନ ଖାନ ଶକ୍ତି ପ୍ରଦର୍ଶନ କରିବା ସହ ଆଗୁଆ କୋର୍ଟରେ ହାଜର ହେବା ନେଇ ଅନୁମାନ କରାଯାଉଥିବା ବେଳେ ଇମ୍ରାନଙ୍କ କ୍ୟାମ୍ପରୁ ସେପରି କିଛି ସୂଚନା ମିଳିନି ।

ଇମ୍ରାନ ଗାଦିଚ୍ୟୁତ ହେବା ପରେ ସେହେଓ୍ବାଜ ସିରଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । କ୍ଷମତାରୁ ହଟିବା ପରେ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରି ଇମ୍ରାନଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ବିଭିନ୍ନ ମାମଲାରେ ତଦନ୍ତ ପରିସରରେ ଥିବା ଇମ୍ରାନ ଥରେ ହତ୍ୟା ଉଦ୍ୟମର ଶିକାର ମଧ୍ୟ ହୋଇସାରିଛନ୍ତି । ଗତବର୍ଷ ଏକ କାର୍ଯ୍ୟକ୍ରମ ବେଳେ ତାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ଉଦ୍ୟମ କରିିଥିଲା ଜଣେ ଯୁବକ । ଗୋଡରେ ଗୁଳି ବାଜିବାରୁ ଇମ୍ରାନ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ସେ ଏହି ହତ୍ୟା ଉଦ୍ୟମ ପଛରେ ପ୍ରଧାନମନ୍ତ୍ରୀ ସରିଫ ଓ ପାକିସ୍ତାନ ସେନାର କିଛି ବରିଷ୍ଠ ସେନାଧିକାରୀଙ୍କ ଷଡଯନ୍ତ୍ର ଥିବା ଅଭିଯୋଗ କରିଥିଲେ ।

ସେନା ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଦାବି କରିଥିଲା । ଏପରି ବୟାନ ଦେଇ ସମଗ୍ର ଦେଶର ସେନାକୁ ବଦନାମ କରିବାକୁ ଇମ୍ରାନ ପ୍ରୟାସ କରୁଥିବା ସେନା କହିଥିଲା । କିଛି ଦିନ ପରେ ପୁଣି ଇମ୍ରାନଙ୍କ ଦଳ ବିରୋଧରେ ନିଷେଧ ବିଦେଶୀ ପାଣ୍ଠି ସଂଗ୍ରହ କରିବା ପରି ଗୁରୁତର ଅଭିଯୋଗ ଆସିଛି । ଯାହା ଇମ୍ରାନଙ୍କୁ ଜେଲର ଚାରିକାନ୍ଥ ଭିତରକୁ ଠେଲି ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.