ETV Bharat / international

ଜେଲରେ ଥାଇ ମଧ୍ୟ କମିନି ଇମ୍ରାନଙ୍କ ଲୋକପ୍ରିୟତା, ସର୍ଭେରେ ପିଟିଆଇ ମଧ୍ୟ ଶୀର୍ଷରେ - Gallup Survey

Imran Khan is most popular in pakistan : ନାନା ବାଧା ସତ୍ତ୍ବେ ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ଦଳ ପିଟିଆଇ ର ଲୋକପ୍ରିୟତା କମି ନାହିଁ । ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ । ଅଧିକ ପଢନ୍ତୁ

ଜେଲରେ ଥାଇ ମଧ୍ୟ କମିନି ଇମ୍ରାନ ଖାନଙ୍କ ଲୋକପ୍ରିୟତା, ସର୍ଭେରେ ପିଟିଆଇ ମଧ୍ୟ ଶୀର୍ଷରେ

author img

By ETV Bharat Odisha Team

Published : Jan 3, 2024, 8:12 PM IST

ଲାହୋର : ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେବେ ନିକଟରେ ହୋଇଥିବା ଏକ ସର୍ଭେ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ ପିଟିଆଇ ପାକିସ୍ତାନରେ ବର୍ତ୍ତମାନ ସର୍ବାଧିକ ଲୋକପ୍ରିୟ ଥିବା ଜଣାପଡିଛି । ଦ ନ୍ୟୁଜ ରିପୋର୍ଟ ଅନୁସାରେ ପାକିସ୍ତାନର ବିଭିନ୍ନ ରାଜନୈତିକ ଦଳ ଏବଂ ନେତା ମାନଙ୍କୁ ନେଇ ହୋଇଥିବା ସର୍ଭେରେ ପଞ୍ଜାବ ରାଜ୍ୟରେ ପୂର୍ବରୁ ପିଟିଆଇ ଓ ପିଏମଏଲ-ଏନ ମଧ୍ୟରେ ଲୋକପ୍ରିୟତା ମାମଲାରେ ବଡ ଅନ୍ତର ଥିଲା । କିନ୍ତୁ ବର୍ତ୍ତମାନ ଏହା ୧୫ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତକୁ ଖସିଆସିଛି ।

ଏହି ସର୍ଭେ ମୁତାବକ ସମଗ୍ର ଦେଶରେ ପିଟିଆଇ ଦଳର ବର୍ତ୍ତମାନ ଥିବା ଲୋକପ୍ରିୟତା , ୨୦୧୮ ମସିହାର ସାଧାରଣ ନିର୍ବାଚନ ସମୟରେ ଥିବା ଲୋକପ୍ରିୟତା ଠାରୁ ଅଧିକ ରହିଛି । ସେହିପରି ପିଏମଏଲ-ଏନ ଦଳର ଲୋକପ୍ରିୟତା ୨୦୧୮ ଠାରୁ କମିଯାଇଛି । ଦି ନ୍ୟୁଜ ର ରିପୋର୍ଟ ଅନୁସାରେ ଏପ୍ରିଲ ୨୦୨୨ ପରଠାରୁ ପଞ୍ଜାବରେ ପିଏମଏଲ-ଏନ ର ଲୋକପ୍ରିୟତାରେ ଲଗାତାର ସୁଧାର ଆସିଛି । ୮ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଆଗାମୀ ପାଞ୍ଚ ସପ୍ତାହ ରାଜନୈତିକ ଦଳ ସମେତ ସାଧାରଣ ଜନତା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ରାଜନୈତିକ ଦଳ ମାନଙ୍କ ନିର୍ବାଚନୀ ପ୍ରଚାର ଯେତେ ଜୋର ଧରିବ, ସେହି ଅନୁସାରେ ମତାଦାତାଙ୍କ ଭୋଟିଂ ର ସମୀକରଣ ମଧ୍ୟ ବଦଳିବ ।

ଏହା ମଧ୍ୟ ପଢନ୍ତୁ ... ବାଂଲାଦେଶରେ କୁହୁଳୁଛି ନିର୍ବାଚନୀ ନିଆଁ, ବ୍ୟାପକ ପୋଲିସ ଫୋର୍ସ ମୁତୟନ

ତେବେ ପୂର୍ବରୁ ଗତ ବର୍ଷ ଜୁନ ଓ ଜୁଲାଇ ମାସରେ ଗ୍ୟାଲପ ଦ୍ବାରା ହୋଇଥିବା ଏକ ଲୋକପ୍ରିୟତା ସର୍ବେକ୍ଷଣରେ ପିଟିଆଇକୁ ୩୮ % , ପିଏଲଏମଏନକୁ ୧୬ % , ପିପିପି କୁ ୧୦ % , ଟିଏଲପିକୁ ୧୫ % , ଜେଆଇକୁ ୯ % ଏବଂ ଏମକ୍ୟୁଏମପି ୬ % ମିଳିଥିଲା । ଦି ନ୍ୟୁଜର ସର୍ବେକ୍ଷଣରେ ପାକ୍ ନେତା ମାନଙ୍କ ମଧ୍ୟରେ ଇମ୍ରାନ ଖାନଙ୍କ ରେଟିଙ୍ଗ ସର୍ବାଧିକ ୬୦ % ରହିଛି ସେହିପରି ସାଦ ରିଜଭୀ ଓ ପରଭେଜ ଇଲାହୀ ଙ୍କୁ ୩୮ % , ଶାହ ମହମ୍ମଦ କ୍ୟୁରୋଶୀ ଙ୍କୁ ୩୭ % , ନୱାଜ ସରିଫଙ୍କୁ ୩୬ %, ଶହବାଜ ସରିଫଙ୍କୁ ୩୫ % , ମରିୟମ ନୱାଜ ଙ୍କୁ ୩୦ % ଓ ବଳକା ଅନ୍ୟଙ୍କୁ ମିଳିଛି । ବିଲାବଲ ଭୁଟ୍ଟୋଙ୍କୁ ଏହି ସର୍ଭେରେ ସାମିଲ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.