ETV Bharat / international

Earthquake in Iceland: ଆଇସଲ୍ୟାଣ୍ଡରେ 14 ଘଣ୍ଟାରେ 800 ଥର ଭୂକମ୍ପ, ଜରୁରୀକାଳୀନ ପରିସ୍ଥିତି ଘୋଷଣା - ଭୂକମ୍ପରେ ଥରିଲା ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡ

ଆଇସଲ୍ୟାଣ୍ଡରେ ସିରିଜ ଭୂକମ୍ପ । ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର । ଅଧିକ ପଢନ୍ତୁ

Earthquake in Iceland
Earthquake in Iceland
author img

By ETV Bharat Odisha Team

Published : Nov 11, 2023, 1:30 PM IST

ରେକଜାଭିକ: ଭୂକମ୍ପରେ ଥରିଲା ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡ । 14 ଘଣ୍ଟାରେ 8ଶହ ଥର ଭୂକମ୍ପ ଅନୁଭୂତ ହୋଇଛି । ସିରିଜ ଭୂକମ୍ପ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଆଗ୍ନେୟଗିରି ଉଦଗିରଣ ଆଶଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଭୂକମ୍ପ ପରେ ମୃତାହତ ଓ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ । ଦେଶର ଦକ୍ଷିଣ-ପଶ୍ଚିମ ରେକଜାନେସର ପେନିନସୁଲାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ।

ସିଭିଲ୍ ଡିଫେନ୍ସ ଏବଂ ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, “ଗ୍ରୀଣ୍ଡାଭିକର ଉତ୍ତରରେ ଥିବା ସୁନ୍ଦନଜୁକଗିଗରରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ନାଗରିକଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଉଛି । ଆଗ୍ନେୟଗିରି ଉଦଗିରଣ ଆଶଙ୍କା ଥିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ଆଇସଲ୍ୟାଣ୍ଡ ମେଟ୍ ଅଫିସ୍ (ଆଇଏମଓ) କହିଛି ଯେ, ଭୂକମ୍ପ ଯୋଗୁଁ କିଛି ଦିନ ମଧ୍ୟରେ ଓ କୌଣସି ସମୟରେ ବିସ୍ଫୋରଣ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-Nepal earthquake: ଜରୁରୀ ସହାୟତା ସାମଗ୍ରୀ ପଠାଇଲା ଭାରତ

ଭୂକମ୍ପ କେନ୍ଦ୍ରସ୍ଥଳଠାରୁ ପ୍ରାୟ 3 କିଲୋମିଟର ଦୂରରେ ଥିବା ଗ୍ରୀଣ୍ଡାଭିକ ଗ୍ରାମରେ ପ୍ରାୟ 4000 ଲୋକ ବସବାସ କରନ୍ତି । ଯଦି ଆଗ୍ନେୟଗିରି ଉଦଗିରଣ ହୁଏ ତେବେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଜଧାନୀ ରେକଜାଭିକ୍ ଠାରୁ ପ୍ରାୟ 40 କିଲୋମିଟର ଦୂରରେ ଏବଂ ଦେଶର ଦକ୍ଷିଣ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Earthquake: ପୁଣି ଭୂକମ୍ପ ଝଟକା, ୬.୧ ତୀବ୍ରତାରେ ଥରିଲା ଆଫଗାନିସ୍ତାନ

ଆଇଏମଓର ସୂଚନା ଅନୁଯାୟୀ, ଉତ୍ତର ଗ୍ରୀଣ୍ଡାଭିକରେ ସବୁଠାରୁ ଅଧିକ ତୀବ୍ରତାରେ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 5.2 ରେକର୍ଡ କରାଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ପେନିନସୁଲାରେ ପ୍ରାୟ 24 ହାଜର ଥର ଭୂକମ୍ପ ଝଟକା ହୋଇଥିବା ରେକର୍ଡ କରାଯାଇଥିବା ଜଣାପଡିଛି । କେବଳ ଶୁକ୍ରବାର ମଧ୍ୟରାତ୍ରରେ ପ୍ରାୟ 800 ଥର ଭୂକମ୍ପ ହୋଇଛି ।

ସିଭିଲ ପ୍ରୋଟେକ୍ସନ ବିଭାଗ କହିଛି ଯେ, ସୁରକ୍ଷା ଦୃଷ୍ଟିରୁ ଗ୍ରୀଣ୍ଡାଭିକକୁ ପାଟ୍ରୋଲିଂ ଜାହାଜ ପଠାଉଛି । ଏହା ଲୋକଙ୍କୁ ସ୍ଥାନାର କରିବାରେ ବ୍ୟବହାର ହେବ । ଗ୍ରୀଣ୍ଡାଭିକ ଏବଂ ଦକ୍ଷିଣ ଆଇସଲ୍ୟାଣ୍ଡର ଅନ୍ୟ ତିନୋଟି ସ୍ଥାନରେ ଆଶ୍ରୟସ୍ଥଳୀ ଖୋଲାଯାଇଛି । 2021 ପରଠାରୁ ରେକଜାନେସର ପେନିନସୁଲାରେ 3ଥର ଆଗ୍ନେୟଗିରିର ଉଦ୍‌ଗିରଣ ହୋଇସାରିଛି । ମାର୍ଚ୍ଚ ମାସ 2021ରେ ଥରେ, ଏହାପରେ 2022 ଅଗଷ୍ଟ ମାସରେ ଓ ଚଳିତ ବର୍ଷ ଜୁଲାଇ 23 ତାରିଖରେ ଆଗ୍ନେୟଗିରିର ଉଦ୍‌ଗୀରଣ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.