ETV Bharat / international

ସ୍ମୃତି ଶକ୍ତି ହରାଉଛନ୍ତି Covid ସଂକ୍ରମିତ

ସ୍ବାଦ ଓ ଗନ୍ଧ ହରାଇଥିବା Covid ସଂକ୍ରମିତଙ୍କର ଦେଖା ଦେଉଛି ସ୍ମୃତି ବା ଜ୍ଞାନଗତ ସମସ୍ୟା । ଅଧିକ ପଢନ୍ତୁ

ସ୍ବାଦ ଓ ଗନ୍ଧ ହରାଇଥିବା Covid ସଂକ୍ରମିତଙ୍କ ହ୍ରାସ ପାଉଛି ସ୍ମୃତି

author img

By

Published : Aug 18, 2022, 6:17 PM IST

ସାଓ ପଉଲୋ: Covidର ପ୍ରାଥମିକ ପର୍ଯ୍ୟାୟରେ ଯେଉଁମାନେ ସଂକ୍ରମିତ ହୋଇଥିଲେ ସେମାନଙ୍କର ସ୍ବାଦ ଓ ଗନ୍ଧଯୁକ୍ତ ସମସ୍ୟା ଦେଖା ଦେଇଥିଲା । ଅର୍ଥାତ ସେମାନେ ଗନ୍ଧ ଏବଂ ସ୍ବାଦ ବାରିପାରି ନଥିଲେ । ଏସବୁ ସମସ୍ୟାକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏହିସବୁ ସମସ୍ୟା Alzheimer ରୋଗର ପ୍ରାଥମିକ ଲକ୍ଷଣ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ତେବେ Alzheimer ହେଉଛି ଏକ ମସ୍ତିସ୍କ ରୋଗ, ଯାହା ଧିରେ ଧିରେ ସ୍ମୃତିଗତ ଏବଂ ଭାବଗତ ସମସ୍ୟା ସୃଷ୍ଟି କରିଥାଏ । ବ୍ରାଜିଲର ଏକ ଅନୁସନ୍ଧାନକାରୀ ଟିମ୍ କୋରୋନାରେ ମଧ୍ୟମ କିମ୍ବା ଗୁରୁତର ସଂକ୍ରମିତଙ୍କ ମଧ୍ୟରୁ 701 ରୋଗୀଙ୍କ କ୍ଲିନିକାଲ ତଥ୍ୟ ଉପରେ ବିଶ୍ଳେଷଣ କରିବା ପରେ ଏହି ଖୁଲାସା କରିଛନ୍ତି ।

ୟୁରୋପୀୟ ଆର୍କାଇଭ୍ ଅଫ୍ ସାଇକିଆଟ୍ରି ଏବଂ କ୍ଲିନିକାଲ୍ ନ୍ୟୁରୋ ସାଇନ୍ସରେ ପ୍ରକାଶିତ ଫଳାଫଳ ଅନୁଯାୟୀ, ଗମ୍ଭୀର ଭାବେ ସ୍ବାଦ ବାରିପାରୁ ନ ଥିବା ରୋଗୀ(20 ପ୍ରତିଶତ), ମଧ୍ୟମ କିମ୍ବା ଗୁରୁତର ଭାବେ ଗନ୍ଧ ବାରିପାରୁ ନଥିବା ରୋଗୀ(18 ପ୍ରତିଶତ), ଉଭୟ ଗନ୍ଧ ଏବଂ ସ୍ୱାଦର ମଧ୍ୟମ କିମ୍ବା ଘୋର ଅଭାବ(11 ପ୍ରତିଶତ) ଏବଂ ପାରୋସମିଆ(9 ପ୍ରତିଶତ) ଥିଲା । ଏକ ଅନୁସନ୍ଧାନରେ ଜଣା ପଡିଥିଲା ଯେ, 12 ଜଣ Olfactory hallucinations(ଭିନ୍ନ ଗନ୍ଧ ବାରୁଥିଲେ) 9 ଜଣଙ୍କର gustatory hallucinations(କିଛି ନ ଖାଇ ସ୍ୱାଦ ଅନୁଭବ କରିବା) ଆଦି ସମସ୍ୟା ଦେଖା ଦେଇଥିଲା ।

ଉଭୟ ମାମଲାରେ, ଅଧିକାଂଶ କହିଛନ୍ତି ଯେ ହାଲ୍ୟୁସିନେସନ୍ କେବଳ କୋଭିଡ୍ ପରେ ଘଟିଥିଲା ​​। ପାରୋସମିଆ ବ୍ୟକ୍ତିମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ସ୍ମୃତି ସମସ୍ୟା ଥିବା ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର ମଧ୍ୟମ କିମ୍ବା ସ୍ବାଦ ବାରିବାର କ୍ଷମତା ସମ୍ପୂର୍ଣ୍ଣ ନଷ୍ଟ ହୋଇ ସାରିଥିଲା । ଯେଉଁମାନେ ଉଭୟ ଗନ୍ଧ ଏବଂ ସ୍ୱାଦର ମଧ୍ୟମ କିମ୍ବା ଘୋର ସମସ୍ୟା ଥିଲା, ସେମାନେ ମଧ୍ୟ ଏପିସୋଡିକ୍ ସ୍ମୃତିଶକ୍ତି ଅର୍ଥାତ କେବେ ବା କେତେବେଳେ ଘଟଣା ଘଟିଥାଏ ମନେ ରଖିନପାରିବାକୁ କୁହାଯାଏ (episodic memory loss ) ।

ବ୍ରାଜିଲର ସାଓ ପଉଲୋ ମେଡିକାଲ୍ ସ୍କୁଲ୍ (FM-USP)ର ଡକ୍ଟର ପ୍ରାର୍ଥୀ ରୋଡୋଲଫୋ ଡାମିଆନୋ(Rodolfo Damiano) କହିଛନ୍ତି ଯେ, "ଆମେ କୌଣସି ମାନସିକ ରୋଗର ଲକ୍ଷଣ ପାଇଲୁ ନାହିଁ(ଯେପରିକି ଚିନ୍ତା କିମ୍ବା ଉଦାସୀନତା) ଦୁର୍ଗନ୍ଧ ଏବଂ ସ୍ୱାଦ ହରାଇବା ସହିତ ଜଡିତ, କିନ୍ତୁ ଆଶା ଅନୁଯାୟୀ ଆମେ ଦେଖିଲୁ ଯେ ଅଧିକ chemosensory(important sites of information processing) ପରିବର୍ତ୍ତନ ରୋଗୀଙ୍କ କ୍ଷେତ୍ରରେ ଧ୍ୟାନ ଏବଂ ଏପିସୋଡିକ୍ ସ୍ମୃତି ଅଧିକ ଦୁର୍ବଳ ହୋଇଛି । ତେବେ ଏପରି ସମସ୍ୟା ସ୍ଥାୟୀ କି ନୁହେଁ ତାହା ଏପର୍ଯ୍ୟନ୍ତ ଜାଣା ପଡିନାହିଁ । କୋଭିଡ ସଂକ୍ରମିତ ରୋଗୀଙ୍କର ଏହି ସମସ୍ୟା ଦୂର ହୋଇଛି କି ନାହିଁ ଜାଣିବା ପାଇଁ ଆହୁରି ଅନୁସନ୍ଧାନର ଆବଶ୍ୟକତା ରହିଛି ବୋଲି ଡାକ୍ତର Damiano କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.