ETV Bharat / international

ଆସନ୍ତା 5ରୁ WHOର 75ତମ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ କମିଟି ବୈଠକ

author img

By

Published : Sep 2, 2022, 1:47 PM IST

ସେପ୍ଟେମ୍ବର 5ରୁ ବସିବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର(World Health Organization)ର 75ତମ ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ କମିଟି ଅଧିବେଶନ । ଅଧିକ ପଢନ୍ତୁ

ସେପ୍ଟେମ୍ବର 5 ରୁ WHO ର 75ତମ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ କମିଟ ବୈଠକ

ନୂଆଦିଲ୍ଲୀ: ସେପ୍ଟେମ୍ବର 5ରୁ ବସିବ ଦକ୍ଷିଣ-ପୂର୍ବ ଏସିଆର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(World Health Organization)ର 75ତମ ଆଞ୍ଚଳିକ କମିଟି ଅଧିବେଶନ(WHO 75th Regional Committee Session) । କୋଭିଡ ମହାମାରୀ ପରେ ଏହା WHOର ପ୍ରଥମ ବ୍ୟକ୍ତିଗତ ବୈଠକ । ଚଳିତ ବର୍ଷ ଭୁଟାନ ବୈଠକର ଆୟୋଜନ କରିଛି । ଦକ୍ଷିଣ-ପୂର୍ବ ଅଞ୍ଚଳର WHO ଅଧିକାରୀ ଏବଂ ମନ୍ତ୍ରୀମାନେ ସୋମବାର ଠାରୁ ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ପାଇଁ ବୈଠକ କରି ମହାମାରୀ ଭଳି ବିପଦର ମୁକାବିଲା, ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜ୍ ଏବଂ ପ୍ରାଥମିକ ଚିକିତ୍ସା ମାଧ୍ୟମରେ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବେ ।

ତେବେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ(World Health Organization)ର ଏହି ବାର୍ଷିକ ପରିଚାଳନା ପରିଷଦ ବୈଠକ ସେପ୍ଟେମ୍ବର 5 ରୁ 9 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । WHO ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍ ଖେତ୍ରପାଲ ସିଂ, WHO ମୁଖ୍ୟାଳୟର ଅଧିକାରୀ, ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାତିସଂଘ ଏଜେନ୍ସିର ପ୍ରତିନିଧୀ, ପାର୍ଟନର୍ସ, ଡୋନର୍ସ ଏବଂ ନାଗରିକ ସମାଜର ସଦସ୍ୟମାନେ ଯୋଗଦେବା ନେଇ WHO ବିବୃତ୍ତିରେ କୁହାଯାଇଛି । ଅଣ-ସଂକ୍ରାମକ ରୋଗ ଏବଂ ଯକ୍ଷ୍ମାର ବିନାଶ ପାଇଁ ଅଗ୍ରଗତି, ଗର୍ଭାଶୟ କର୍କଟ ପ୍ରସଙ୍ଗ ଓ ସ୍ୱାସ୍ଥ୍ୟ କର୍ମଶାଳା ଶିକ୍ଷା ଏବଂ ତାଲିମକୁ ମଜବୁତ କରାଯିବ ସେନେଇ ଆଲୋଚନା ହେବ ବୋଲି WHOର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କହିଛି ।

ଏହା ମଧ୍ୟ ସ୍ୱାସ୍ଥ୍ୟଗତ ଜନସଂଖ୍ୟା ପାଇଁ ସୁସ୍ଥ ପରିବେଶ ପାଇଁ ଆଞ୍ଚଳିକ କାର୍ଯ୍ୟ ଯୋଜନା, ପୁଷ୍ଟିହୀନତାକୁ ଦୂର କରିବା, ମାତୃ, ନବଜାତ ଶିଶୁ ଏବଂ ଶିଶୁ ମୃତ୍ୟୁହାର, ମିଳିମିଳା ଏବଂ ରୁବେଲା ଭଳି ସମସ୍ୟାକୁ 2023 ସୁଦ୍ଧା ଦୂର କରିବା ସହିତ ପୂର୍ବ ଆଞ୍ଚଳିକ କମିଟି ଅଧିବେଶନରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ସମୀକ୍ଷା କରାଯିବ । ଏଥିସହ ଜରୁରୀକାଳୀନ ଡାକ୍ତରୀ ଦଳକୁ ମଜବୁତ କରିବା ପାଇଁ ବିବୃତ୍ତିରେ କୁହାଯାଇଛି । COVID-19 ମହାମାରୀ ଆରମ୍ଭରୁ, ଏହା ପ୍ରଥମ ଥର ପାଇଁ ଆଞ୍ଚଳିକ କମିଟି ଅଧିବେଶନ ବ୍ୟକ୍ତିଗତ ଭାବରେ ଅନୁଷ୍ଠିତ ହେଉଛି । 2021 ରେ ନେପାଳ ଦ୍ୱାରା ଆୟୋଜିତ ଶେଷ ଦୁଇଟି ବାର୍ଷିକ ସଭା ଏବଂ 2020ରେ ଥାଇଲ୍ୟାଣ୍ଡରେ ଭର୍ଚୁଆଲ୍ ମାଧ୍ୟମରେ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.