ETV Bharat / international

ପାକିସ୍ତାନରେ 78 ବର୍ଷ ଜେଲଦଣ୍ଡ ଭୋଗୁଛି ହାଫିଜ ସଇଦ: ଜାତିସଂଘ - ହାଫିଜକୁ 78 ବର୍ଷ ଜେଲ

Hafiz Saeed: ଭାରତର ନମ୍ବର 1 ଶତ୍ରୁ ହାଫିଜ ସଇଦ ପାକିସ୍ତାନରେ 78 ବର୍ଷ ଜେଲଦଣ୍ଡ ଭୋଗୁଥିବା ନେଇ ସ୍ପଷ୍ଟ କରିଛି ଜାତିସଂଘ । ଅଧିକ ପଢନ୍ତୁ

Hafiz Saeed
ହାଫିଜ ସଇଦ
author img

By ETV Bharat Odisha Team

Published : Jan 10, 2024, 9:57 AM IST

ହାଇଦ୍ରାବାଦ: ପାକିସ୍ତାନରେ 78 ବର୍ଷ ଜେଲଦଣ୍ଡ ଭୋଗୁଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ, ଲସ୍କର-ଇ-ତୋଇବା (LeT)ର ପ୍ରତିଷ୍ଠାତା ତଥା ମୁମ୍ବାଇ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ ସଇଦ । ଏନେଇ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି, ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦକୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ଗତ ଡିସେମ୍ବର ମାସରେ ପାକିସ୍ତାନ ନିକଟରେ ଦାବି ରଖିଥିଲେ ଭାରତ ସରକାର । ବର୍ତ୍ତମାନ ଜାତିସଂଘ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଲ-କାୟଦା ସାଙ୍କସନ କମିଟି ପକ୍ଷରୁ 2008 ମସିହାରେ ହାଫିଦ ସଇଦକୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିବା ନେଇ କୁହାଯାଇଛି । ସେ ବର୍ତ୍ତମାନ ପାକିସ୍ତାନ ସରକାରଙ୍କ ଅଧିନରେ ରହିଥିବା ବେଳେ ଆତଙ୍କବାଦୀ ପାଣ୍ଠି ସହିତ ଜଡିତ 7ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 2020 ମସିହା ଫେବୃଆରୀ 12 ତାରିଖରୁ 78 ବର୍ଷ ଜେଲଦଣ୍ଡ ଭୋଗୁଥିବା ନେଇ ସାଙ୍କସନ କମିଟି ପକ୍ଷରୁ ଏକ ବୟାନରେ କୁହାଯାଇଛି । ଆତଙ୍କବାଦୀ ହାଫିଜ ସଇଦ ୨୦୦୮ ମୁମ୍ବାଇ ଆକ୍ରମଣ ଓ ୨୦୧୯ ପୁଲୱାମା ଆକ୍ରମଣ ସମେତ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ତା'ର ସମ୍ପୃକ୍ତି ରହିଛି । ବିଶ୍ବସ୍ତରରେ ମଧ୍ୟ ହାଫିଜ ସଇଦକୁ ଆତଙ୍କବାଦୀ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନ ନିକଟରେ ଭାରତର ଦାବି, ତୁରନ୍ତ ହାଫିଜ ସଇଦକୁ ହସ୍ତାନ୍ତର କର

କହିରଖୁଛୁ କି, ଗତ ମାସରେ ସୁରକ୍ଷା ପରିଷଦ କମିଟି ଆଇଏସଆଇଏଲ ଏବଂ ଏଲ କୟଦା ପ୍ରତିବନ୍ଧକ ସୂଚୀରେ ଆତଙ୍କବାଦୀ ଗୋଷ୍ଠୀର ସମ୍ପତ୍ତିକୁ ସିଜ୍ କରିବା ସହିତ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ନିୟମରେ ସଂଶୋଧନ କରିଥିଲେ । ତେବେ ଲସ୍କର-ଇ-ତୋଇବା(LeT) ଅନ୍ୟତମ ପ୍ରତିଷ୍ଠାତା ହାଫିଜ ଅବଦୁଲ ସଲାମ ଭୁଟ୍ଟାଓ୍ବିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ନେଇ ଜାତିସଂଘର ସାଙ୍କସନ କମିଟି ପକ୍ଷରୁ ସୁନିଶ୍ଚିତ କରାଯାଇଛି ।

ହାଫିଜ ଅବଦୁଲ ସଲାମ ଭୁଟ୍ଟାଓ୍ବିର ମୃତ୍ୟୁ: 2008ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ହାଫିଜ ଅବଦୁଲ ସଲାମ ଭୁଟ୍ଟାଓ୍ବି ମାଷ୍ଟର ମାଇଣ୍ଡ ରହିଥିଲା । ସେ ଆତଙ୍କବାଦୀମାନଙ୍କୁ ଆକ୍ରମଣ ନେଇ ତାଲିମ ମଧ୍ୟ ଦେଇଥିଲା । ତେବେ ଏହି ମାମଲା ସହିତ ଅନେକ ଆତଙ୍କବାଦୀଙ୍କୁ ଅର୍ଥିକ ପାଣ୍ଠି ଯୋଗାଉଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ବେଳେ ଗତବର୍ଷ ମେ' ମାସରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଏକ ଜେଲରେ ତା'ର ମୃତ୍ୟୁ ହୋଇଥିବା ନେଇ ବୟାନରେ ସ୍ପଷ୍ଟ କରାଯାଇଛି ।

ଗତବର୍ଷ ହାଫିଜ ସଇଦ ୨ଟି ଟେରର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ତାକୁ ୩୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାପୂର୍ବରୁ ୫ଟି ଭିନ୍ନ ମାମଲାରେ ହାଫିଜକୁ ୩୬ ବର୍ଷ ସଜା ଶୁଣାଇଥିଲେ କୋର୍ଟ । ମାତ୍ର ହାଫିଜ ବାସ୍ତବରେ ପାକିସ୍ତାନ ଜେଲରେ ସଜା କାଟୁଛି ନା ନାହିଁ ସେନେଇ ସନ୍ଦେହ ରହିଥିବା ବେଳେ ଏନେଇ ଜାତିସଂଘ ପକ୍ଷରୁ ଖୁଲାସା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.