ଅବୁଜା: ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ଏକ ଗ୍ରାମରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ । ଫଳରେ ଅତିକମରେ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଚେୟାରମ୍ୟାନ ରୁବେନ୍ ବାକୋ କହିଛନ୍ତି, " ବେନୁ ରାଜ୍ୟର ଉଇମୋଗିଡି ଗ୍ରାମରେ ୪୭ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଏହାର ଦିନକ ପୂର୍ବରୁ ୩ ଜଣଙ୍କୁ ହତ୍ୟା କରାଯାଇଥିଲା ।"
ବେନୁ ରାଜ୍ୟ ପୋଲିସ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି, " ପ୍ରଥମେ ଦୁର୍ବୃତ୍ତମାନେ ଆସି ମାର୍କେଟରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଜଣେ ପୋଲିସ ଅଫିସରଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ କଣ ପାଇଁ ଏହି ଗୁଳିମାଡ କରାଯାଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ପାଇଁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।"
ତେବେ ଏନେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, " ଉତ୍ତର ମଧ୍ୟ ନାଇଜେରିଆରେ ଜମି ବିବାଦକୁ ନେଇ କୃଷକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କୃଷକମାନେ ପଶୁପାଳକଙ୍କ ନାମରେ ଅଭିଯୋଗ ଆଣୁଥିଲେ । ଜମିରୁ ଫଳ ଚୋରି କରିବା, ଚାଷ ଜମିରେ ପଶୁ ଚରାଇବା ଏବଂ ଉପଦ୍ରବରେ ଫସଲ ନଷ୍ଟ ହେଉଥିବା ନେଇ ସେମାନେ ବାରମ୍ବାର ଅଭିଯୋଗ କରୁଥିଲେ । ଫଳରେ ଏହି ଘଟଣାକୁ ନେଇ ହିଂସା ଉଗ୍ରରୂପ ନେଇଥାଇପାରେ ବୋଲି ଅନୁମାନ କରାଯାଉଛି ।"
ଏହା ମଧ୍ୟ ପଢନ୍ତୁ: ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା
ତେବେ ପଶୁପାଳକମାନେ ଦାବି କରି କହିଥିଲେ, "ଦେଶରେ ପଶୁ ଚରାଇବାର ସ୍ବାଧିନତା ରହିଛି । ଦେଶ ସ୍ବାଧିନତା ହେବାର ୫ ବର୍ଷ ପରେ ଏହି ନିୟମକୁ ସମର୍ଥିତ କରାଯାଇଥିବା ବେଳେ ୧୯୬୫ ମସିହାରେ ଏହାକୁ ଲାଗୁ କରାଯାଇଥିଲା ।
ପ୍ରଚୁର ଅମଳ ହେତୁ "ନାଇଜେରିଆର ଖାଦ୍ୟ ଟୋକେଇ" ଭାବରେ ବେନୁ ରାଜ୍ୟ ଜଣାଶୁଣା । ନାଇଜେରିଆର ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ କୃଷି ସମ୍ପ୍ରଦାୟ ଏବଂ ନାମମାତ୍ର ଗୋରୁ ପଶୁପାଳକଙ୍କ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ସଂଘର୍ଷ ଜାରି ରହିଥିବା ବେଳେ ଏବେ ସବୁଠାରୁ ବଡ କ୍ଷତି ହୋଇଥିବା ନେଇ ସ୍ଥାନୀୟ ଅଧିକାରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ