ETV Bharat / international

ଗାଜା ସଙ୍କଟ ନେଇ ଜାତିସଂଘର ଉଦବେଗ: ମୃତ୍ୟୁସଂଖ୍ୟା ଅଢେଇ ହଜାର ପାର ଆଶଙ୍କା, ମୃତଦେହ ପାଇଁ ମିଳୁନି ବ୍ୟାଗ - ପାଲେଷ୍ଟାଇନରେ ଇସ୍ରାଏଲର ଆକ୍ରମଣ

ଇସ୍ରାଏଲ ସେନାର ଆକ୍ରମଣରେ ଛାରଖାର ଗାଜା ପଟି । ଏବେ ସୁଦ୍ଧା 2,670 ନାଗରିକଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନର ଅଭିଯୋଗ । ତଥାପି ଜାରି ରହିଛି ଇସ୍ରାଏଲର ଅଭିଯାନ । ଗ୍ରାଉଣ୍ଡ ଆଟାକ ପୂର୍ବରୁ ଉତ୍ତର-ଗାଜା ଛାଡୁଛନ୍ତି ଲୋକେ । ଅଧିକ ପଢନ୍ତୁ

ଗାଜା ସଙ୍କଟ ନେଇ ଜାତିସଂଘର ଉଦବେଗ: ମୃତ୍ୟୁସଂଖ୍ୟା ଅଢେଇ ହଜାର ପାର ଆଶଙ୍କା, ମୃତଦେହ ପାଇଁ ମିଳୁନି ବ୍ୟାଗ

author img

By ETV Bharat Odisha Team

Published : Oct 16, 2023, 8:49 PM IST

ହଇଦ୍ରାବାଦ: ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଇସ୍ରାଏଲ ଓ ଗାଜା ମଧ୍ୟରେ ଜାରି ରହିଥିବା ଯୁଦ୍ଧ 10ମ ଦିନରେ ପହଞ୍ଚିଛି । ତେବେ ଗାଜାରେ ଯେଉଁ ମାନବୀୟ ସଙ୍କଟ ଦେଖାଯାଇଛି, ସେ ନେଇ ଜାତିସଂଘ ଉଦବେଗ ପ୍ରକାଶ କରିଛି । ଏବେ ଉତ୍ତର ଗାଜାରୁ ପାଲେଷ୍ଟାଇନ ନାଗରିକମାନେ ଦକ୍ଷିଣ ଗାଜା ଅଭିମୁଖେ ପ୍ରାଣ ବିକଳରେ ପଳାୟନ କରିବାକୁ ଲାଗିଛନ୍ତି । କାରଣ ଇସ୍ରାଏଲ ଉତ୍ତର-ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ଔପଚାରିକ ଭାବେ ଘୋଷଣା ମଧ୍ୟ କରିସାରିଛି ।

  • #WATCH | Israel | Three rockets intercepted by the Iron Dome in Tel Aviv as sirens heard in the background.

    IDF tweets, "Sirens sounding in Tel Aviv and Jerusalem." pic.twitter.com/PxJh8FUXdu

    — ANI (@ANI) October 16, 2023 " class="align-text-top noRightClick twitterSection" data=" ">

ଜାତିସଂଘର ପାଲଷ୍ଟାଇନ ଶରଣାର୍ଥୀ ଏଜେନ୍ସି (UNRWA)ର ସୂଚନା ଅନୁସାରେ, ଏବେ ଦକ୍ଷିଣ ଗାଜାରେ ଆଶ୍ରୟ ନେବା ପାଇଁ ଗାଜାବାସୀ ପ୍ରାଣମୂର୍ଚ୍ଛା ସଂଘର୍ଷ କରୁଛନ୍ତି । କାରଣ ଲୋକସଂଖ୍ୟା ବହୁଳ ଗାଜା ପଟି ଏବେ ଇସ୍ରାଏଲ ସେନା ଦ୍ବାରା ପୁରା ଅବରୋଧ ହୋଇସାରିଛି । ଅନ୍ୟପଟେ ଇଜିପ୍ଟ ମଧ୍ୟ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଅନୁପ୍ରବେଶ ରୋକିବା ପାଇଁ ସୀମାରେ କଡା ପାଟ୍ରୋଲିଂ କରୁଛି ।

ଅନ୍ୟପଟେ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଇସ୍ରାଏଲର ଆକ୍ରମଣରେ ମୃତାହତ ନେଇ ଯେଉଁ ସୂଚନା ଦେଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏବେ ସୁଦ୍ଧା ପ୍ରାୟ 2,670 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଲାଣି । ପ୍ରାୟ 10 ହଜାର ନାଗରିକ ଆହତ ହୋଇଛନ୍ତି । 2014ରେ ହୋଇଥିବା ଗାଜା-ଇସ୍ରାଏଲ ଯୁଦ୍ଧରେ କ୍ଷୟକ୍ଷତି ପରିମାଣଠାରୁ ଏହା ଢେର ଅଧିକ ବୋଲି ମନ୍ତ୍ରଣାଳୟ କହିଛି ।

ଏହା ମଧ୍ୟ ପଢନ୍ତୁ:-Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିପାରନ୍ତି ଜୋ ବାଇଡେନ

ଅନ୍ୟପଟେ ଇସ୍ରାଏଲ କରିଥିବା ଘୋଷଣା ଅନୁସାରେ, 7 ତାରିଖରେ ହମାସ ଗୋଷ୍ଠୀ କରିଥିବା ରକେଟ ମାଡରେ ମୋଟ 1,400 ଇସ୍ରାଏଲୀ ନାଗରିକଙ୍କ ପ୍ରାଣହାନୀ ଘଟିଛି । ଶିଶୁଙ୍କ ସମେତ ମୋଟ 155 ସାଧାରଣ ଇସ୍ରାଏଲୀ ନାଗରିକଙ୍କୁ ହମାସ ଆତଙ୍କୀ ସଂଗଠନ ଅପହରଣ କରି ନେଇଯାଇଛି । 1973 ମହିସାରେ ହୋଇଥିବା ଇସ୍ରାଏଲ- ଇଜିଷ୍ଟ ଓ ସିରିୟା ଯୁଦ୍ଧଠାରୁ ଏହା ଭୟାବହ ପରିସ୍ଥିତି ବୋଲିି ଇସ୍ରାଏଲ କହିଛି ।

ଜାତିସଂଘ ରିଲିଫ ଏଜେନ୍ସି (UNRWA) ସୂଚନା ଅନୁସାରେ ଗାଜାରେ ପିଇବା ପାଇଁ ଜଳ ମଧ୍ୟ ମିଳୁନି । ଖାଦ୍ୟ, ଆଶ୍ରୟ, ଇନ୍ଧନ ପରି ମୌଳିକ ସୁବିଧା ପାଇଁ ଗାଜାବାସୀ ସଂଘର୍ଷ କରୁଛନ୍ତି । ଅତିକମରେ ଏକ ମିଲିୟନ ଗାଜାବାସୀ ଏବେ ଦକ୍ଷିଣ ଗାଜାରେ ନିଜ ଘରୁ ସ୍ଥାନାନ୍ତରିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 10 ହଜାର ଲୋକଙ୍କୁ ସ୍କୁଲ ଓ ଅନ୍ୟ ସାର୍ବଜନୀନ ସ୍ଥାନରେ ଆଶ୍ରୟ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.