ETV Bharat / international

G20 Summit: ଆଜି ନୁହେଁ କାଲି ଭାରତ ଆସିବେ ବାଇଡେନ, ସୁରକ୍ଷା ବ୍ୟବସ୍ଥା କଡାକଡି - ଆମେରିକା ରାଷ୍ଟ୍ରପତି ବାଇଡେନ ଭାରତ ଗସ୍ତ

ଆଜି ନୁହେଁ କାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଆସନ୍ତାକାଲି ଭାରତ ଆସିବେ ବାଇଡେନ
ଆସନ୍ତାକାଲି ଭାରତ ଆସିବେ ବାଇଡେନ
author img

By ETV Bharat Odisha Team

Published : Sep 7, 2023, 12:15 PM IST

Updated : Sep 7, 2023, 2:08 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ନୁହେଁ, ଆସନ୍ତାକାଲି(ଶୁକ୍ରବାର) ଠାରୁ ୩ ଦିନିଆ ଭାରତ ଗସ୍ତରେ ଆସିବେ । ସେ ନୂଆଦିଲ୍ଲୀରେ ପହଞ୍ଚିବା ପରେ କାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଏନେଇ ଆଜି ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀରେ ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିରେ ଅର୍ଦ୍ଧସାମରିକ ବାହିନୀ, ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର କମାଣ୍ଡୋ ସହିତ ଗୁଇନ୍ଦା ଏଜେନ୍ସିର ଅଧିକାରୀ ସାମିଲ ହେବେ ।

ଆଜି ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା । ହେଲେ ତାଙ୍କ ଗସ୍ତସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ହ୍ବାଇଟ୍ ହାଉସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଆସନ୍ତାକାଲି(ଶୁକ୍ରବାର) ଠାରୁ ରାଷ୍ଟ୍ରପତି ବାଇଡେନଙ୍କ ୩ ଦିନିଆ ଭାରତ ଗସ୍ତ ଆରମ୍ଭ ହେବ । ସେ କାଲି ଆମେରିକାରୁ ପ୍ରଥମେ ଜର୍ମାନୀ ରାମଷ୍ଟେନକୁ ଯିବେ । ସେଠାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସନ୍ଧ୍ୟାରେ ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ କଥାବର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବାଇଡେନ ଶନିବାର ଓ ରବିବାର ଦିନ ଜି-୨୦ ସମ୍ମିଳନୀରେ ସାମିଲ ହେବେ । ରବିବାର ଦିନ ଆମେରିକା ରାଷ୍ଟ୍ରପତି ଜି-୨୦ ପ୍ରତିନିଧିମାନଙ୍କ ସହ ରାଜଘାଟ ସ୍ମୃତିସ୍ତମ୍ଭ ପରିଦର୍ଶନ କରିବେ । ୩ ଦିନିଆ ଭାରତ ଗସ୍ତ ସାରି ସେହିଦିନ ସେ ଦିଲ୍ଲୀରୁ ଭିଏତନାମା ହାନୋଇକୁ ଯାତ୍ରା କରିବେ ।

ଏହାମଧ୍ୟ ପଢନ୍ତୁ: G20 summit: ୮ରେ ମୋଦି-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ଜି-୨୦ ବୈଠକରେ ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ ସଂଘର୍ଷ ଯୋଗୁଁ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଦାରିଦ୍ର୍ୟ ମୁକାବିଲା, ବିଶ୍ବ ବ୍ୟାଙ୍କ ସମେତ ବହୁପକ୍ଷୀୟ ବ୍ୟାଙ୍କ ସମୂହରେ କ୍ଷମତା ବୃଦ୍ଧି ପ୍ରଭୃତି ବୈଶ୍ବିକ ସମସ୍ୟା ଉପରେ ଚର୍ଚ୍ଚା କରାଯିବ । ତେବେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦି ଆର୍ଥିକ ସହଯୋଗ ଏବଂ ବହୁପାକ୍ଷିକ ନିବେଶ ସମ୍ଭାବନା ଉପରେ ଆଲୋଚନା କରିପାରନ୍ତି ।

ବାଇଡେନଙ୍କ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବାଇଡେନ ଆଇଟିସି ମୌର୍ଯ୍ୟ ହୋଟେଲର ୧୪ ମହଲାରେ ଅବସ୍ଥାନ କରିବେ । ତାଙ୍କ ପାଇଁ ହୋଟେଲରେ ଏକ ସ୍ବତନ୍ତ୍ର ଲିଫ୍ଟର ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦୃଷ୍ଟିରୁ ହୋଟେଲ ପରିସରରେ ସେନା ଛାଉଣୀ କରାଯିବ । ଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ ବୁଲେଟପ୍ରୁଫ 'ଦ ବିଷ୍ଟ' କାରରେ ଯାତ୍ରା କରିବେ, ଯାହାକି ବୋଇଙ୍ଗ C-17 ଗ୍ଲୋବମାଷ୍ଟର ଏୟାରକ୍ରାଫ୍ଟରେ ଆମେରିକାରୁ ଭାରତ ଅଣାଯିବ । ଆମେରିକା ଏହି କାର ବିଶ୍ବର ସବୁଠୁ ସୁରକ୍ଷିତ ଗାଡି ଭାବେ ଜଣାଯାଏ । ବାଇଡେନଙ୍କ କାର୍ ସବୁ ସମୟରେ ଆମେରିକାର ସିକ୍ରେଟ ସର୍ଭିସ ଗାର୍ଡଙ୍କ ନିରୀକ୍ଷଣରେ ରହିବ । ଆକାଶମାର୍ଗରୁ ବାୟୁସେନାର ହେଲିକପ୍ଟର ଓ ଭାରତୀୟ ସେନା ଦିଲ୍ଲୀ ଉପରେ ନଜର ରଖିବେ । ହେଲିକପ୍ଟରରେ ଏନଏସଜି କମାଣ୍ଡର ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ।

Last Updated : Sep 7, 2023, 2:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.