ETV Bharat / international

ଏହି ଦେଶରେ ୧୮ରୁ ୨୫ ବର୍ଷୀୟଙ୍କୁ ମାଗଣାରେ ମିଳିବ କଣ୍ଡୋମ - ଗର୍ଭଧାରଣ ହ୍ରାସ ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନୂଆ ନିୟମ

ଆସନ୍ତା ଜାନୁଆରୀ ୧ ତାରିଖରୁ ୧୮ରୁ ୨୫ ବର୍ଷୀୟଙ୍କ ପାଇଁ ଔଷଧ ଦୋକାନରେ ମାଗଣାରେ ମିଳିବ କଣ୍ଡୋମ(Free condoms for anyone under 25 in France) । ଏନେଇ ଗତକାଲି(ଶୁକ୍ରବାର) ଘୋଷଣା କରିଛନ୍ତି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ (President Emmanuel Macron) । ଅଧିକ ପଢନ୍ତୁ

ମାଗଣାରେ ମିଳିବ କଣ୍ଡୋମ
ମାଗଣାରେ ମିଳିବ କଣ୍ଡୋମ
author img

By

Published : Dec 10, 2022, 2:01 PM IST

ପାରିସ: ଅବାଞ୍ଛିତ ଗର୍ଭଧାରଣ ହ୍ରାସ ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନୂଆ ନିୟମ । ୧୮ରୁ ୨୫ ବର୍ଷୀୟଙ୍କ ପାଇଁ ଔଷଧ ଦୋକାନରେ ମାଗଣାରେ ମିଳିବ କଣ୍ଡୋମ (Free condoms for anyone under 25 in France) । ଏନେଇ ଗତକାଲି(ଶୁକ୍ରବାର) ଘୋଷଣା କରିଛନ୍ତି ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ (President Emmanuel Macron) । ଦେଶରେ ଯୌନ ସଂକ୍ରମିତ ରୋଗ ବୃଦ୍ଧି ପାଉଥିବା କଥା କହିଛନ୍ତି ମାକ୍ରୋନ ।

ସୂଚନାନୁସାରେ, ୨୫ ବର୍ଷ ବୟସରୁ କମ୍‌ ସମସ୍ତ ଯୁବତୀ ସରକାରୀ ମେଡିକାଲରେ ଛୁଆ ଜନ୍ମ କଲେ ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ବା ଫ୍ରି ବୋଲି ଘୋଷଣା କରାଯାଇଥିଲା । ତେଣୁ ଜନ୍ମହାର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ମାକ୍ରୋନ ଏହି ବ୍ୟବସ୍ଥା ଆପଣାଇଥିବା କହିଛନ୍ତି । ଏନେଇ ମାକ୍ରୋନ କହିଛନ୍ତି,"ଜାନୁଆରୀ ୧ ତାରିଖରୁ 18-25 ପର୍ଯ୍ୟନ୍ତ ସମସ୍ତ ବୟସ୍କଙ୍କ ପାଇଁ ସମସ୍ତ ଔଷଧ ଦୋକାନରେ ମାଗଣାରେ କଣ୍ଡୋମ ମିଳିବ । ତେବେ ଏହି ନିୟମରେ ନାବାଳିକାଙ୍କୁ କାହିଁକି ଅନ୍ତର୍ଭୁକ୍ତ କରାଗଲା ନାହିଁ ସେନେଇ ପ୍ରଶ୍ନ କରାଯାଇଥିଲା ।"

ଏହା ମଧ୍ୟ ପଢନ୍ତୁ: ଖଣ୍ଡଗିରି ଥାନାରେ ଇଡି ଟିମ୍, ଅର୍ଚ୍ଚନା କେଳେଙ୍କାରୀର କରିବ ଖୋଳତାଡ

ପଶ୍ଚିମ ଫ୍ରାନ୍‌ସ୍‌ର ପଏସର୍ସ ଉପନଗରୀ ଅନ୍ତର୍ଗତ ଫୋଣ୍ଟେନ୍‌-ଲି-କୋମ୍‌ଟ୍‌ରେ ଆୟୋଜିତ ବିତର୍କରେ ମାକ୍ରୋନ୍‌ କହିଛନ୍ତି, "ଅବାଞ୍ଛିତ ଗର୍ଭଧାରଣ ହ୍ରାସ ପାଇଁ ଏହା ବିକଳ୍ପ ଅଟେ ।"ତେବେ ଫ୍ରାନ୍ସ ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି ଯେ, ୧୮ ବର୍ଷରୁ କମ ଅନେକ ନାବାଳକ ନାବାଳିକା ଶାରୀରିକ ସମ୍ପର୍କ ରଖୁଛନ୍ତି । ସେମାନେ ମଧ୍ୟ ନିଜକୁ ରକ୍ଷା କରିବା ଆବଶ୍ୟକ । "

ମାକ୍ରୋନ ହେଉଛନ୍ତି ଫ୍ରାନ୍ସର ସବୁଠୁ କନିଷ୍ଠ ରାଷ୍ଟ୍ରପତି । ୨୦୧୭ ମସିହାରେ ସେ ନିର୍ବାଚିତ ହୋଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା । ଏଡସ ଭଳି ଅନେକ ସଂକ୍ରମିତ ରୋଗକୁ ରୋକିବା ପାଇଁ ସେ ପଦକ୍ଷେପ ନେଇଛନ୍ତି । ଫ୍ରାନ୍ସରେ ଗର୍ଭପାତ ସମସ୍ତଙ୍କ ପାଇଁ ମାଗଣା ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.