ETV Bharat / international

ଭାରତୀୟ ଯାତ୍ରୀଙ୍କୁ ନେଇ ଉଡାଣ କରୁଥିବା ବିମାନ ଫ୍ରାନ୍ସରେ ଅଟକ, ମାନବ ଚାଲାଣ ସନ୍ଦେହ

France grounds flight with 303 Indians: ଫ୍ରାନ୍ସରେ ଭାରତୀୟ ନାଗରିକ ଥିବା ବିମାନ ଅଟକ । ମାନବ ଚାଲାଣ ସନ୍ଦେହରେ ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 23, 2023, 7:30 AM IST

ଫ୍ରାନ୍ସରେ ଭାରତୀୟ ନାଗରିକ ଥିବା ବିମାନ ଅଟ
France grounds flight with 303 Indians

ପ୍ୟାରିସ: ଫ୍ରାନ୍ସରେ ଅଟକିଲା 303 ଭାରତୀୟଙ୍କୁ ନେଇ ଉଡାଣ ଭରିଥିବା ଚାଟାର୍ଡ ବିମାନ । ମାନବ ଚାଲାଣ ସନ୍ଦେହରେ ବିମାନଟିକୁ ଅଟକ ରଖାଯାଇଛି । ବିମାନଟି ଦୁବାଇରୁ ନିକାରାଗୁଆ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନଟିକୁ ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ଅଟକ ରଖାଯାଇଛି । ବୈଷୟିତ ଯାଞ୍ଚ ଲାଗି ଏହା ଫ୍ରାନ୍ସରେ ଅବତରଣ କରିଥିଲା । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଅନୁସନ୍ଧାନକାରୀ ଟିମ ପହଞ୍ଚି ବିମାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ହେପାଜତକୁ ନେଇଥିଲା ଓ ଯାଞ୍ଚ କରାଯାଇଥିଲା । ଏନେଇ ଫ୍ରାନ୍ସରେ ଥିବା ଭାରତୀୟ ଦୂତବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ଦୂତବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦୁବାଇରୁ ନିକାରାଗୁଆ ଅଭିମୁଖେ 303 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ବୈଷୟିତ ଯାଞ୍ଚ ଲାଗି ଫ୍ରାନ୍ସରେ ଅବତରଣ କରିବା ପରେ ଅଟକ ରଖାଯାଇଛି । ଯେଉଁଥିରେ ଅଧିକାଂଶ ଯାତ୍ରୀ ଭାରତୀୟ ରହିଛନ୍ତି । ଦୂତାବାସ ଟିମ ବିମାନବନ୍ଦରରେ ପହଞ୍ଚିଛି ଯାତ୍ରୀଙ୍କୁ ହେପାଜତକୁ ନେଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରି ୨ ଗିରଫ

ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ଏକ ଚାର୍ଟର୍ ଫ୍ଲାଇଟକୁ ଫ୍ରାନ୍ସରେ ଅଟକ ରଖାଯାଇଛି । ବିମାନ ଯାତ୍ରାର ସର୍ତ୍ତ ଏବଂ ଉଦ୍ଦେଶ୍ୟ ଉପରେ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି । ଅପରାଧ ବିଶେଷଜ୍ଞ ଏକ ୟୁନିଟ୍ ମାନବ ଚାଲାଣର ସନ୍ଦେହର ବିମାନରେ ଅନୁସନ୍ଧାନ କରୁଛି ଏବଂ ପଚରାଉଚରା ପାଇଁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପ୍ୟାରିସ୍ ପବ୍ଲିକ ପ୍ରସିକ୍ୟୁସନ ଅଫିସ ତରଫରୁ କୁହାଯାଇଛି । ବିମାନରେ ଥିବା ଯାତ୍ରୀ ମାନବ ଚାଲାଣର ଶିକାର ହୋଇପାରନ୍ତି ବୋଲି ଏକ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ବିମାନକୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।

ଅଟକ ଥିବା ବିମାନଟି ରୋମାନିଆର ଏକ ଚାଟାର୍ଡ କମ୍ପାନୀର । ଯାହା ଲିଜେଣ୍ଡ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ । ଏହା ଗୁରୁବାର ଅପରାହ୍ନରେ ଦୁବାଇରୁ ଉଡାଣ ଆରମ୍ଭ କରିବା ପରେ ଭାଟ୍ରି ବିମାନବନ୍ଦରରେ ଅବତରଣ କରିଥିଲା । ଏହାପରେ ପୋଲିସ ବିମାନଟିକୁ ନିଜ ହେପାଜତକୁ ନେଇଥିଲା । ଭାଟ୍ରି ବିମାନବନ୍ଦରର ରିସେପ୍ସନ୍ ହଲରେ ଯାତ୍ରୀ ମାନେ ରହିଛନ୍ତି । ଏଠାରେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ତଦନ୍ତ ଶେଷ ହେବା ପରେ ବିମାନ ଉଡାଣର ପ୍ରକୃତ ଉଦ୍ଦେଶ୍ୟ ଜଣା ପଡିବ । ଏହା ମାନବ ଚାଲାଣ ଉଦ୍ଦେଶ୍ୟରେ ଉଡାଣ ଭରିଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.