ETV Bharat / international

ୟୁକ୍ରେନରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ - ୟୁକ୍ରେନରେ ଚାରି ଭାରତୀୟଙ୍କ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ୟୁକ୍ରେନରେ ଚାରି ଭାରତୀୟଙ୍କ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ସୂଚନା ।

four Indian students killed in fatal car accident

author img

By

Published : Dec 30, 2022, 7:54 AM IST

କିଭ୍: ୟୁକ୍ରେନରେ ୪ ଭାରତୀୟଙ୍କ ମୃତ୍ୟୁ । ଏକ ସଡକ ଦୁର୍ଘଟଣାରେ ଡାକ୍ତରୀ ପଢୁଥିବା ୪ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି(Four Indian medical students killed in fatal car accident in Crimea) । ୟୁକ୍ରେନର ସିମ୍ପ୍ରପୋଲର କ୍ରିମିୟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାରରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏକ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ, କ୍ରିମିୟା ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଏକ ସଡକ ଦୁର୍ଘଟଣାରେ ୪ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଡାକ୍ତରୀ ଛାତ୍ର ତୃତୀୟ ବର୍ଷର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚତୁର୍ଥ ବର୍ଷରେ ପାଠ ପଢୁଥିଲେ ।

ଏହା ମଧ୍ୟ ପଢନ୍ତୁ-ଚୀନ ସମେତ ଅନ୍ୟ କିଛି ଦେଶରୁ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ ହେଲା RT-PCR ଟେଷ୍ଟ

ପ୍ରାଥମିକ ସୂଚନା ଅନୁଯାୟୀ, ଏକ କାରରେ ୪ ଜଣ ଛାତ୍ର ସର୍ଗେଭ୍-ସେନ୍ସ୍କି ଛକରୁ କ୍ରିମିୟା ସେଣ୍ଟ ସିମ୍ପ୍ରପୋଲର ଅଭିମୁଖେ ଯାଉଥିଲେ । ହଠାତ୍‌ କୌଣସି କାରଣରୁ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ତଦନ୍ତ ପରେ ସମସ୍ତ ମୃତକ ଭାରତୀୟ ହୋଇଥିବା ଜଣାପଡିଛି । କିନ୍ତୁ ସେମାନେ ଭାରତର କେଉଁ ରାଜ୍ୟର ସେନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । କିଛି ମାସ ତଳେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଅନେକ ଡାକ୍ତରୀ ପଢୁଥିବା ଛାତ୍ର ଭାରତ ଫେରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.