ETV Bharat / international

ବ୍ୟାଙ୍କକରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା

author img

By

Published : Aug 12, 2022, 1:27 PM IST

Updated : Aug 12, 2022, 3:42 PM IST

ଶ୍ରୀଲଙ୍କାରୁ ପଳାୟନ କରି ସିଙ୍ଗାପୁରରେ ଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Sri Lanka Ex-President Gotabaya Rajapaksa

ବ୍ୟାଙ୍କକ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ ଥାଇଲ୍ୟାଣ୍ଡରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାରୁ ପଳାୟନ କରି ସିଙ୍ଗାପୁରରେ ଥିବା ଗୋଟାବାୟା ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଥିବା ଜଣାପଡିଛି । ଥାଇଲ୍ୟାଣ୍ଡ ଆସିବା ନେଇ ସେ ଏଠାକାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଗୋଟାବାୟାଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧ ଥାଇଲ୍ୟାଣ୍ଡର ବୈଦେଶିକ ମନ୍ତ୍ରଣାଳୟ ଗ୍ରହଣ କରିବା ପରେ ସେ ଥାଇଲ୍ୟାଣ୍ଡରେ ପହଞ୍ଚିଛନ୍ତି । ଅଗଷ୍ଟ ୧୧ ଯାଏଁ ସିଙ୍ଗାପୁର ସରକାର ତାଙ୍କ ଭିସା ସମୟ ସୀମାକୁ ବୃଦ୍ଧି କରିଥିଲେ । ପ୍ରଥମେ ଜୁଲାଇ ୧୩ରେ ମାଳଦ୍ବୀପ ପରେ ଜୁଲାଇ ୧୪ରୁ ସେ ସିଙ୍ଗାପୁରୁରେ ଥିଲେ ।

ପୂର୍ବତନ ରାଷ୍ଟ୍ରପତି ଚାଙ୍ଗି ବିମାନବନ୍ଦରରେ ପହଞ୍ଚିବା ପରେ ଜୁଲାଇ ୧୪ରୁ ସାଉଦିଆ ବିମାନରେ ମାଲଦ୍ବୀପରୁ ୧୪ଦିନିଆ ପାସ୍‌ ବାହାର କରିଥିଲେ । ସେ ପ୍ରଥମେ ସହରର ଏକ ହୋଟେଲରେ ରହିିଥିଲେ । ରିପୋର୍ଟ ଅନୁସାରେ ପରେ ସେ ଘରୋଇ ବାସଭବନକୁ ଯାଇଥିଲେ । ତାଙ୍କୁ ସିଙ୍ଗାପୁରର ଜନସାଧାରଣଙ୍କ ଗହଣରେ ଦେଖିବାକୁ ମିଳିନାହିଁ ।

ଶ୍ରୀଲଙ୍କାରେ ଆର୍ଥିକ ସଂଙ୍କଟ ଉଗ୍ର ରୂପ ନେଇଥିଲା । ଆର୍ଥିକ ଓ ରାଜନୈତିକ ସଂଙ୍କଟ ପାଇଁ ଲୋକଙ୍କ ସ୍ଥିତି ବେହାଲ ହୋଇପଡିଥିଲା ।ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହେବା ପରେ ଇସ୍ତଫା ଦେଇଥିଲେ ଗୋଟାବାୟ ରାଜପକ୍ଷେ । ତାଙ୍କ ବଦଳରେ ପ୍ରଥମେ କାମଚଳା ରାଷ୍ଟ୍ରପତି ଦାୟିତ୍ବ ତୁଲାଇଥିଲେ ରାନିଲ୍‌ ୱିକ୍ରମସିଂଘେ । ପରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ୪୪ ବର୍ଷ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସିଧାସଳଖ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ।

Last Updated : Aug 12, 2022, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.