ETV Bharat / international

ସୋଭିଏତ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ - ସୋଭିଏତ ସଂଘର ଶେଷ ରାଷ୍ଟ୍ରପତିଙ୍କ ପରଲୋକ

ସୋଭିଏତ ସଂଘ(Soviet Union)ର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅଧିକ ପଢନ୍ତୁ

ସୋଭିଏତ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ

author img

By

Published : Aug 31, 2022, 8:58 AM IST

ମସ୍କୋ: ସୋଭିଏତ ସଂଘ(Soviet Union)ର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ (Mikhail Gorbachev) ପରଲୋକ । ଦୀର୍ଘ ଦିନର ଅସୁସ୍ଥତା ପରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଋଷିଆର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଋଷିଆର ଏକ ନ୍ୟୁଜ ଏଜେନ୍ସିରେ ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇଛି । ୧୯୮୫ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଗୋର୍ବାଚେଭ ସୋଭିଏତ ସଂଘର ରାଷ୍ଟ୍ରପତି ଥିଲେ । ସୋଭିଏତ ସଂଘର ବିଭାଜନ ପରେ ସେ ନିଜର ଇସ୍ତଫା ଦେଇଥିଲେ । ଶୀତଳ ଯୁଦ୍ଧ ଶେଷ କରିବାରେ ମିଖାଇଲ ଗୋର୍ବାଚେଭ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ମିଖାଇଲ ଗୋର୍ବାଚେଭ ସୋଭିଏତ ସଂଘର ବିଭାଜନ ପାଇଁ ଚାଲିଥିବା ଶୀତଳ ଯୁଦ୍ଧ ସମାପ୍ତ କରିଥିଲେ । ହେଲେ ସୋଭିଏତ ଋଷକୁ ଏକତ୍ର କରିବାରେ ସେ ବିଫଳ ହୋଇଥିଲେ । ନିଜର ୭ ବର୍ଷରୁ କମ୍ ଶାସନ କାଳ ମଧ୍ୟରେ ସୋଭିଏତ ଋଷରେ ସଂସ୍କାର ଆଣିବା ଲାଗି ସେ ଅନେକ ପ୍ରଚେଷ୍ଟା କରିଥିଲେ । ୧୯୯୦ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କର ବିୟୋଗରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ(Russian President Vladimir Putin) ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହିତ ପୁଟିନ ଆଜି ସକାଳେ ଗୋର୍ବାଚେଭଙ୍କ ପରିବାର ଲୋକଙ୍କୁ ଏକ ଟେଲିଗ୍ରାମ ପଠାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.