ETV Bharat / international

Pervez Musharraf Passes Away: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ - ପରଭେଜ ମୁଶାରଫଙ୍କ ପରଲୋକ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ । ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ

author img

By

Published : Feb 5, 2023, 12:01 PM IST

Updated : Feb 5, 2023, 12:50 PM IST

ଇସଲାମବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କ ପରଲୋକ । ଆଜି(ରବିବାର) ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଏନେଇ ପାକିସ୍ତାନ ଗଣମାଧ୍ୟମରୁ ସୂଚନା ମିଳିଛି । ମୁଶାରଫ ପାକିସ୍ତାନର ଦଶମ ରାଷ୍ଟ୍ରପତି ଥିଲେ ।

୧୯୪୩ ମସିହା ଅଗଷ୍ଟ ୧୧ ତାରିଖରେ ନୂଆଦିଲ୍ଲୀ ଠାରେ ପରଭେଜ ମୁଶାରଫଙ୍କ ଜନ୍ମ ହୋଇଥିଲା । ୧୯୪୭ ମସିହାରେ ତାଙ୍କ ପରିବାର ପାକିସ୍ତାନ ପଳାଇଯିବାକୁ ନିଷ୍ପତ୍ତି ନେଇଥିଲେ । ମୁଶାରଫଙ୍କ ପିତା ନୂଆ ପାକିସ୍ତାନ ସରକାରଙ୍କ ପାଇଁ କାମ କରିବା ସହ ବୈଦେଶିକ ମନ୍ତ୍ରଣାଳୟ ସହିତ ଜଡିତ ଥିଲେ । ପରଭେଜ ମୁଶାରଫ କରାଚି ସ୍ଥିତ ସେଣ୍ଟ ପାଟ୍ରିକ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ଲାହୋରର ଫରମାନ ଖ୍ରୀଷ୍ଟିଆନ କଲେଜରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ।

୨୦୧୬ ମସିହାରୁ ପରଭେଜ ମୁଶାରଫ ଦୁବାଇରେ ରହୁଥିଲେ । ସେ ଆମିଲୋଇଡୋସ୍ ନାମକ ବିରଳ ରୋଗରେ ପୀଡିତ ଥିଲେ । ଏଥିପାଇଁ ତାଙ୍କ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇ ହୋଇପଡିଥିବା ପରିବାର ଲୋକେ ଜଣାଇଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ସେ କିଛି ସପ୍ତାହ ହେଲା ଦୁବାଇର ଆମେରିକାନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ସେ ଶେଷ ସମୟରେ ନିଜ ଦେଶରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବା ସ୍ଥାନୀୟ ଗଣମାଧ୍ୟମରେ କୁହାଯାଇଛି ।

ମୁଶାରଫ ଡିସେମ୍ବର ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନରେ ଶାସନ କରିଥିଲେ । ୨୦୦୮ରେ ସେ କ୍ଷମତାରୁ ଓହରି ଯାଇଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ସମୟରେ ମୁଶାରଫ ସେନା ମୁଖ୍ୟ ଥିଲେ । କୁହାଯାଏ, ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ଅଜ୍ଞାତରେ ସେ ଦୁଇ ଦେଶ ମଧ୍ୟରେ ଏହି ସଂଘର୍ଷକୁ ରୂପ ଦେଇଥିଲେ । ୨୦୦୭ ନଭେମ୍ବର ୩ରେ ଏମର୍ଜେନ୍ସି ଲାଗୁ କରିବା ଏବଂ ସମ୍ବିଧାନକୁ ରବ୍ଦ କରିବା ଘଟଣାରେ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ଏପରିକି ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ମଧ୍ୟ ଦେଇଥିଲେ । ୨୦୧୬ରେ ମୁଶାରଫ ମେଡିକାଲ ଚେକଅପ୍ ପାଇଁ ଦୁବାଇ ଯାଇଥିଲେ । ସୁରକ୍ଷା ଓ ସ୍ବାସ୍ଥ୍ୟଗତ ସମସ୍ୟା ବାହାନାରେ ପାକିସ୍ତାନ ଫେରି ନଥିଲେ ।

Last Updated : Feb 5, 2023, 12:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.