ETV Bharat / international

Sudan Unrest: ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ସାଉଦି ଆରବ - ସୁଦାନ ସ୍ଥିତି

ସୁଦାନରୁ ୧୫୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ସାଉଦି ଆରବ । ଏନେଇ ସାଉଦି ଆରବର ବୈଦେଶିକ ମନ୍ତ୍ରୀଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Sudan Unrest
Sudan Unrest
author img

By

Published : Apr 23, 2023, 2:06 PM IST

ଖୋର୍ତ୍ତୋମ: ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ଅଶାନ୍ତ ସୁଦାନ ସ୍ଥିତି । ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫ ମିଲିୟନ ଲୋକ ଫସି ରହିଥିଲେ । ତେବେ ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ନେଇ ଭାରତୀୟ ଦୂତାବାସଙ୍କ ଚିନ୍ତା ବଢିଥିଲା । ଏହାରି ଭିତରେ ଗତକାଲି ଏକ ଖୁସି ଖବର ସାମ୍ନାକୁ ଆସିଛି । ସାଉଦି ନାଗରିକଙ୍କ ସମେତ ୧୫୦ରୁ ଊର୍ଦ୍ଧ୍ବ ଲୋକ ସୁଦାନରୁ ଫେରିଛନ୍ତି । ଏନେଇ ସାଉଦି ଆରବ ପକ୍ଷରୁ ଶନିବାର ଘୋଷଣା କରାଯାଇଛି ।

  • #Statement | In the implementation of the directives of the Kingdom's Leadership, we are pleased to announce the safe arrival of the evacuated citizens of the Kingdom from Sudan and several nationals of brotherly & friendly countries, including diplomats & international officials pic.twitter.com/Eg0YemshYD

    — Foreign Ministry 🇸🇦 (@KSAmofaEN) April 22, 2023 " class="align-text-top noRightClick twitterSection" data=" ">

ନିରାପଦ ସ୍ଥାନାନ୍ତର କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଦେଶୀ କୂଟନୀତିଜ୍ଞ ଏବଂ ଅଧିକାରୀମାନେ ରହିଛନ୍ତି । ଏହି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଶନିବାର ଦିନ ସାଉଦି ଆରବର ଜେହାଗ ସହରକୁ ଅଣାଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ସାଉଦି ଆରବ ବ୍ୟତୀତ 12ଟି ଦେଶର ନାଗରିକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯିବ ବୋଲି ଘୋଷଣା କରାଯାଇଛି।

ରିପୋର୍ଟ ଅନୁସାରେ, ସୁଦାନରେ ବିବାଦ ଆରମ୍ଭ ହେବା ପରେ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏହା ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, ମଙ୍ଗଳବାର (ଏପ୍ରିଲ 18) ରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାଉଦି ଆରବର ମନ୍ତ୍ରୀ ବିନ୍ ଫରହାନ ଅଲ ସଉଦଙ୍କ ସହ ଭାରତୀୟମାନଙ୍କୁ ସୁଦାନରୁ ସ୍ଥାନାନ୍ତର କରିବା ବିଷୟରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Sudan Fighting: ସୁଦାନରେ ଗଲାଣି 400ରୁ ଅଧିକ ଜୀବନ, ଫସିଛନ୍ତି 3 ହଜାରରୁ ଊର୍ଦ୍ଧ୍ବ ଭାରତୀୟ

ସାଉଦି ଆରବର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି: ସୁଦାନରେ ଫସି ରହିଖିବା ଲୋକଙ୍କୁ ଶନିବାର ସାଉଦି ଆରବର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୁରକ୍ଷିତ ଉଦ୍ଧାର କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଉଦ୍ଧାର ହୋଇଥିବା ନାଗରିକଙ୍କ ମଧ୍ୟରେ ସାଉଦି ନାଗରିକ କୂଟନୀତିଜ୍ଞ ତଥା ଅନ୍ତର୍ଜାତୀୟ ଅଧିକାରୀଙ୍କ ସମେତ ଅନେକ ବନ୍ଧୁତ୍ବ ରହିଥିବା ଦେଶର ନାଗରୀଙ୍କ ଉଦ୍ଧାର କରାଯାଇଛି । ଆମେ ସୁରକ୍ଷିତ ଉଦ୍ଧାର କରି ଖୁସି ଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, "ଉଦ୍ଧାର କରାଯାଇଥିବା ନାଗିରକଙ୍କ ମଧ୍ୟରୁ ସାଉଦି ଆରବରୁ ୩୧ଜଣ ଏବଂ କୁଏତ, କତାର, ସଂଯୁକ୍ତ ଆରବ ଅମିରତ, ଇଜିପ୍ଟ, ଟ୍ୟୁନିସିଆ, ପାକିସ୍ତାନ, ଭାରତ, ବୁଲଗେରିଆ, ବାଂଲାଦେଶ, ଫିଲିପାଇନ୍ସ, କାନାଡା ଏବଂ ବୁର୍କିନା ଫାସୋର ୬୬ଜଣ ନାଗରିକ ରହିଛନ୍ତି । ସାଉଦି ଆରବରୁ ନିଜ ରାଜ୍ୟକୁ ପଠାଇବା ପାଇଁ ମଧ୍ୟ ଯୋଜନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.