ETV Bharat / international

ପାକିସ୍ତାନରେ ବନ୍ୟାର ତାଣ୍ଡବ, ମତ୍ୟୁ ସଂଖ୍ୟା ୧୧୯୧କୁ ବୃଦ୍ଧି - ପାକିସ୍ତାରେ ବନ୍ୟା

ପାକିସ୍ତାରେ ବନ୍ୟା ଯୋଗୁଁ ବଢୁଛି ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ୧୧୯୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପାକିସ୍ତାରେ ବନ୍ୟାର ତାଣ୍ଡବ, ମତ୍ୟୁ ସଂଖ୍ୟା 1191କୁ ବୃଦ୍ଧି

author img

By

Published : Sep 1, 2022, 12:46 PM IST

ଇସଲାମାବାଦ: ପାକିସ୍ତାନରେ ବନ୍ୟାର ତାଣ୍ଡବ(Pakistan Flood ) । ଦୁର୍ଦ୍ଦଶା ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା । ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୧୯୧ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରରୁ ବନ୍ୟା ଜଳ ଆସି ସିନ୍ଧର ଡାଡୁ ଜିଲ୍ଲାରେ ପ୍ରବେଶ କରିଛି(Flood Water Entered Pakistan Padu) । ଫଳରେ ଭୟ ଓ ଆତଙ୍କୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଜାତୀୟ ବିପର୍ଯ୍ୟ ପରିଚାଳନା ପ୍ରାଧିକରଣ(NDMA ) ତରଫରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ବନ୍ୟା ଯୋଗୁଁ ଜୁନ୍‌ ୧୪ରୁ ଏପର୍ଯ୍ୟନ୍ତ ୩୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ଆହତ ହୋଇଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି ।

ପାକିସ୍ତାନ ବନ୍ୟା ଅପଡେଟ

  • NDMA ତଥ୍ୟ ଅନୁଯାୟୀ ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୧,୧୯୧ ରେ ପହଞ୍ଚିଛି ।
  • ଜୁନ୍୧୪ ରୁ ଏପର୍ଯ୍ୟନ୍ତ ୩୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
  • ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି, ଅନେକ ଆହତ ହୋଇଛନ୍ତି ।
  • ସିନ୍ଧର ଖଇରପୁର ନାଥାନ୍ ଶାହା ଏବଂ ଜୋହି ତାଲୁକାରେ ଜଳସ୍ତର ବୃଦ୍ଧି ହୋଇଛି ।
  • ବନ୍ୟାଜଳରେ ବୁଡି ରହିଛି ଡଡୁ ସହର
  • ଚାରସଡ୍ଡାରେ ବନ୍ୟା ଯୋଗୁଁ ୧୧,୦୦୦ ଏକର ଚାଷ ଜମି ନଷ୍ଟ ହୋଇଛି ।
  • ବନ୍ୟା ଯୋଗୁଁ ପେଟ୍ରୋଲିୟମ ଉତ୍ପାଦ ଏବଂ ଗହମର ଅଭାବ ପରିଲିକ୍ଷିତ ହୋଇଛି ।
  • ପ୍ରଧାନମନ୍ତ୍ରୀ ଶାହାବାଜ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସବ ମରିୟମ ପଞ୍ଜାବ ପରିଦର୍ଶନ କରିଛନ୍ତି ।
  • ସେହିପରି ରାଷ୍ଟ୍ରପତି ଅରଫି ଅଲଭି ମଧ୍ୟ ବନ୍ୟାଞ୍ଚଲ ବୁଲି ଦେଖିଛନ୍ତି ।
  • ପାକିସ୍ତାନର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏଡିବି ୩୦ ଲକ୍ଷ ଡଲାର ଅନୁଦାନ ଘୋଷଣା କରିଛି ।
  • ସେହିପରି ଆପଲ କମ୍ପାନୀ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା ପ୍ରଦାନ ନେଇ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ବନ୍ୟା ପରିସ୍ଥିତି, ବିଭିନ୍ନ ସ୍ଥାନରେ ଛାତ ଭୁଶୁଡ଼ି 24 ମୃତ

ଡାଡୁ ଡେପୁଟି କମିଶନର ସୟଦ ମୁର୍ତାଜା ଅଲି ଗଣମାଧ୍ୟମକୁ କହିଛନ୍ତି ଯେ ଜିଲ୍ଲାରେ ୧୨ଲକ୍ଷ ଲୋକ ପ୍ରଭାବିତ ଏବଂ ବିସ୍ଥାପିତ ହୋଇଛନ୍ତି । ଡାଡୁ ସହରର ୮ କିଲୋମିଟର ଦୂରରେ ଖଇରପୁର ନାଥାନ୍ ଶାହା ଏବଂ ଜୋହି ତାଲୁକାରେ ମୁଖ୍ୟ ନାରା ଘାଟି ଡ୍ରେନରେ ଜଳସ୍ତର ବୃଦ୍ଧି ହେଉଛି । ଆଶଙ୍କା ରହିଛି ଯଦି ଜଶସ୍ତର ବୃଦ୍ଧି ଜାରି ରହିଲା ତେବେ ଦାଦୁ ସହରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।

ଦାଦୁରୁ ନିର୍ବାଚିତ ହୋଇଥିବା ଏମପିଏ ପିର ମୁଜିବୁଲ ହକ କହିଛନ୍ତି ଯେ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟା ଜଳ ସହରକୁ ପ୍ରବେଶ ନକରିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ବନ୍ୟାଞ୍ଚଳ ପରିବଦର୍ଶନ କରି ବନ୍ୟା ପିଡିତଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କରିଛନ୍ତି ପାକ ପ୍ରଧାନମନ୍ତ୍ରୀ ଶାହାବାଜ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.