ETV Bharat / international

ଋଷରେ ଦୁର୍ଘଟଣାଗ୍ରସ୍ତ ହୋଇ ବିଲ୍ଡିଂ ଉପରେ ଖସିଲା ଯୁଦ୍ଧ ବିମାନ, ଉଦ୍ଧାର କାର୍ଯ୍ୟ ଜାରି - Fighter plane crashes

ଋଷ ସେନାର ଏକ ଲଢୁଆ ବିମାନ କ୍ରାସ ହୋଇ ଏକ ବିଲ୍ଡିଂ ଉପରେ ଖସି ପଡିଛି (Fighter plane crashes in Russia)। ମୃତାହତ ସମ୍ପର୍କରେ ସ୍ପଷ୍ଟ କରିନି ମସ୍କୋ । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ଋଷରେ ଦୁର୍ଘଟଣାଗ୍ରସ୍ତ ହୋଇ ବିଲ୍ଡିଂ ଉପରେ ଖସିଲା ଯୁଦ୍ଧ ବିମାନ

author img

By

Published : Oct 17, 2022, 10:25 PM IST

ମସ୍କୋ: ଋଷ ସେନାର ଏକ ଲଢୁଆ ବିମାନ କ୍ରାସ ହୋଇ ଏକ ବିଲ୍ଡିଂ ଉପରେ ଖସି ପଡିଛି (Fighter plane crashes in Russia)। ଦକ୍ଷିଣ ଋଷ ସହର ୟେକ୍ସ (Russian city of Yeysk) ରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତାହତ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇ ପାରିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି (Fighter plane crashes in Russia)। ବିମାନଟି ଦୁର୍ଘଟଣାର ଶିକାର ହୋଇ ଖସି ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଧୂଆଁ ବ୍ୟାପି ଯାଇଛି ।

  • A military aircraft crashed into a residential building in the southern Russian city of Yeysk today, Russian news agencies said, citing eyewitnesses: Reuters

    — ANI (@ANI) October 17, 2022 " class="align-text-top noRightClick twitterSection" data=" ">

ତେବେ କିଛି ଅନ୍ତର୍ଜାତୀୟ ଓ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ଲେନର ପାଇଲଟ ବର୍ତ୍ତି ଯାଇଛନ୍ତି । ସେମାନଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ସ୍ପଷ୍ଟ ହୋଇ ପାରିନାହିଁ । ବିଲ୍ଡିଂରେ କେତେ ଲୋକେ ଥିଲେ ସେମାନଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ ଔପଚାରିକ ଭାବେ ମସ୍କୋ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଓ ବିଶେଷଜ୍ଞ ଟିମ ଦ୍ବାରା ଦୁର୍ଘଟଣାର କାରଣ ମଧ୍ୟ ଖୋଜା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.