ETV Bharat / international

ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ବୁକ ହେଲେ ଇମ୍ରାନ ଖାନ - ଗିରଫ ହେବେ ଇମ୍ରାନ ଖାନ

ବଢୁଛି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ (PTI leaders chairman Imran Khan booked) । ବେଆଇନ ଆର୍ଥିକ କାରବାର ମାମଲାରେ ବୁକ୍‌ କଲା ପାକିସ୍ତାନୀ ଜାତୀୟ ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ବୁକ ହେଲେ ଇମ୍ରାନ ଖାନ

author img

By

Published : Oct 11, 2022, 10:37 PM IST

ଇସଲାମାବାଦ: କ୍ଷମତାଚ୍ୟୁତ ହୋଇଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଅଡୁଆ କ୍ରମାଗତ ଭାବେ ବଢିବାରେ ଲାଗିଛି । ପାକିସ୍ତାନ ଜାତୀୟ ତଦନ୍ତକାରୀ ସଂସ୍ଥା (FIA) ଏକ ବେଆଇନ ଆର୍ଥିକ କାରବାର ମାମଲାରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ସମେତ ଅନ୍ୟ କିଛି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବୁକ କରିଥିବା ସୂଚନା ମିଳିଛି(FIA booked PTI leaders chairman Imran Khan) । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ଇମ୍ରାନଙ୍କ ଦଳ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ ।

  • Federal Investigation Agency (FIA) has booked Pakistan Tehreek-e-Insaf (PTI) leaders including its chairman Imran Khan, the party’s financial team and a manager of a private bank in a prohibited funding case: Pak's The Express Tribune pic.twitter.com/anYuZU8maj

    — ANI (@ANI) October 11, 2022 " class="align-text-top noRightClick twitterSection" data=" ">

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଇମ୍ରାନଙ୍କ ବିରୋଧରେ ଏତଲା ମଧ୍ୟ ଦାଖଲ ହୋଇଛି । ଇମ୍ରାନଙ୍କ ବ୍ୟତୀତ ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ଏହି ଅଭିଯୋଗ ତାଲିକାରେ ଅନ୍ତର୍ଭୁକ୍ତ ରହିଛନ୍ତି । ଏତଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଦର୍ଶାଇଛି ଯେ, ଅରବାଜ ଗ୍ରୁପ ନାମକ ଏକ କ୍ୟାପିଟାଲ ମାର୍କେଟିଂ କମ୍ପାନୀ ଇମ୍ରାନଙ୍କ ଦଳ ପିଟିଆଇକୁ ବିପୁଳ ପରିମାଣର ଅର୍ଥରାଶି ଏକ ସ୍ଥାନୀୟ ବ୍ୟାଙ୍କ ଦ୍ବାରା ପ୍ରେରଣ କରିଥିଲା । ତେବେ ଉକ୍ତ ମାର୍କେଟିଂ ସଂସ୍ଥା ବର୍ତ୍ତମାନ ଜାଲିଆତି ଅଭିଯୋଗରେ ଛନ୍ଦି ହୋଇଛି (FIA booked PTI leaders chairman Imran Khan) । ତେଣୁ ଉକ୍ତ ସଂସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦଳ ପିଟିଆକୁ ଏହି ଟଙ୍କା କେଉଁ ଆକାରରେ ଓ କିପରି ଦେଲା ତାହାର ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

ସେହିପରି ତଦନ୍ତକାରୀ ସଂସ୍ଥାର ଅନ୍ୟ ଏକ ଅଭିଯୋଗ ଅନୁସାରେ, ଓ୍ବତନ କ୍ରିକେଟ କ୍ଲବର ଏକାଧିକ ଆକାଉଣ୍ଟରୁ ମଧ୍ୟ ଟଙ୍କା ସଂଗ୍ରହ କରିଛି ଇମ୍ରାନଙ୍କ ପାର୍ଟି । ଏହି ଘଟଣାରେ ଯେଉଁ ବ୍ୟାଙ୍କ ଦେଇ ଅର୍ଥ କାରବାର ହୋଇଛି ସେହି ବ୍ୟାଙ୍କର ପରିଚାଳକଙ୍କୁ ମଧ୍ୟ ଅଭିଯୋଗରେ ପକ୍ଷଭୂକ୍ତ କରିଛି ତଦନ୍ତକାରୀ ସଂସ୍ଥା । ଏହି ମାମଲାର ତଦନ୍ତ ଆଗେଇଲେ ଇମ୍ରାନ ଖାନ ଗିରଫ ହେବା ଭଳି ସ୍ଥିତି ସୃଷ୍ଟି ହେବାର ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.