ETV Bharat / international

11 ହଜାର କର୍ମଚାରୀଙ୍କୁ ଛଟେଇ କଲା ମେଟା, ଘୋଷଣା କଲେ ଜୁକରବର୍ଗ - ମେଟାରୁ ଛଟେଇ ହେଲେ 11ହଜାର କର୍ମଚାରୀ

ଆର୍ଥିକ ସଙ୍କଟ ମଧ୍ୟରେ ମେଟା କଂପାନୀ । 11ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କଲା ଫେସବୁକର ମୂଳ କମ୍ପାନୀ ମେଟା (Meta Fires More Than 11000 Employees)। ସୋସିଆଲ ମିଡିଆ ପୋଷ୍ଟରେ ଘୋଷଣା କଲେ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ । ଅଧିକ ପଢନ୍ତୁ

11 ହଜାର କର୍ମଚାରୀଙ୍କୁ ଚାକିରିରୁ କାଢିଦେଲା ମେଟା, ଘୋଷଣା କଲେ ଜୁକରବର୍ଗ

author img

By

Published : Nov 9, 2022, 5:47 PM IST

ନୂଆଦିଲ୍ଲୀ: 11 ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କଲା ଲୋକପ୍ରିୟ ସୋସିଆଲ ମିଡିଆ ଆପ ଫେସବୁକର ମୂଳ କମ୍ପାନୀ ମେଟା (Meta Fires More Than 11000 Employees)। ଆଜି କମ୍ପାନୀ ଏନେଇ ଘୋଷଣା କରିଛି । ସଂସ୍ଥା ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଆୟ ହ୍ରାସ ପାଇବାରେ ଲାଗିଥିବା ବେଳେ ଆର୍ଥିକ ସ୍ଥିରତା ଆଣିବା ପାଇଁ ଖର୍ଚ୍ଚ ହ୍ରାସ କରିବା ପାଇଁ ସଂସ୍ଥା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ।

  • Facebook owner Meta will lay off more than 11,000 of its staff in "the most difficult changes we've made in Meta's history" said Mark Zuckerberg: AFP

    (File Pic) pic.twitter.com/BcWzx43fD8

    — ANI (@ANI) November 9, 2022 " class="align-text-top noRightClick twitterSection" data=" ">

କମ୍ପାନୀର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ଏକ ସୋସିଆଲ ମିଡିଆ ପୋଷ୍ଟର ଲେଖିଛନ୍ତି,‘‘କମ୍ପାନୀର ଇତିହାସରେ ଏକ କଷ୍ଟସାଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । କମ୍ପାନୀର ବର୍ତ୍ତମାନର ଅବସ୍ଥାକୁ ଦେଖି ଆମେ 13 ପ୍ରତିଶତ ମାନବ ସମ୍ବଳ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ । ଆମର ପ୍ରାୟ 11 ହଜାର କୁଶଳୀ କର୍ମଚାରୀଙ୍କୁ ଆମେ ହରାଇବାକୁ ଯାଉଛୁ । କମ୍ପାନୀର ଅବସ୍ଥାକୁ ସୁଧାରିବାକୁ ହେଲେ ଆଗକୁ ମଧ୍ୟ କିଛି ଅତିରିକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । କମ୍ପାନୀକୁ ଏକ ସଫଳ ସଂସ୍ଥାରେ ପରିବର୍ତ୍ତିତ କରିବା ପାଇଁ ଖର୍ଚ୍ଚ ହ୍ରାସ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।’’

ଏହା ମଧ୍ୟ ପଢନ୍ତୁ: Twitter High Drama: ବିତାଡିତ କର୍ମଚାରୀଙ୍କୁ ପୁଣି ଡାକିଲେ ମସ୍କ, ବିକଳ୍ପ ଖୋଜୁଛନ୍ତି ୟୁଜର୍ସ

ସେହିପରି ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ସମ୍ପର୍କରେ ଜୁକରବର୍ଗ କହିଛନ୍ତି, ଯେଉଁ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯାଉଛି, ସେମାନଙ୍କୁ ଅଗ୍ରୀମ 16ମାସର ବେସିକ ସାଲାରୀ ପ୍ରଦାନ କରାଯିବ । ତେବେ ଗତ କିଛି ମାସ ହେବ ଲୋକପ୍ରିୟ ସଂସ୍ଥା ମେଟା କ୍ରମଶଃ ଦେବାଳିଆ ହେବାରେ ଲାଗିଛି । ଆର୍ଥିକ ସଙ୍କଟ କାରଣରୁ ଖର୍ଚ୍ଚ ହ୍ରାସ କରିବା ପାଇଁ ସଂସ୍ଥା ପକ୍ଷରୁ ଏପରି କିଛି ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ତାହା ବାସ୍ତବରେ ପରିଣତ ହୋଇଛି । ସଂସ୍ଥା ପ୍ରାୟ 11ହଜାର କର୍ମଚାରୀଙ୍କୁ ଆର୍ଥିକ ମନ୍ଦାବସ୍ଥା ମଧ୍ୟରେ କାର୍ଯ୍ୟରୁ ଅବ୍ୟାହତି ଦେବା ନେଇ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.