ETV Bharat / international

India-China Relation: 'ଭାରତର ଅଖଣ୍ଡତାକୁ ଉଲ୍ଲଙ୍ଘନ କରିଛି ଚୀନ, ଉଚିତ ଜବାବ ଦେଇଛୁ'

author img

By

Published : Jun 30, 2023, 10:46 PM IST

ଭାରତ ଓ ଚୀନ ସମ୍ପର୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏଥିଲାଗି ଚୀନକୁ କଲେ ଦାୟୀ । ଅଧିକ ପଢନ୍ତୁ

Etv Bharat
Etv Bharat

କୋଲକାତା: ଭାରତ ଓ ପଡ଼ୋଶୀ ଦେଶ ଚୀନ ସମ୍ପର୍କର ସମ୍ପ୍ରତି ସ୍ଥିତିକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଚୀନ ବାରମ୍ବାର ଭାରତର ସଂପ୍ରଭୁତା ଉଲ୍ଲଙ୍ଘନ କରିଛି । ହେଲେ ଦେଶ ଏହାର ଉଚିତ ଜବାବ ଦେଇଛି । ଆଜି (ଶୁକ୍ରବାର) ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଆୟୋଜିତ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଧ କାର୍ଯ୍ୟକ୍ରମରେ ଯୋଗ ଦେଇ ଚୀନକୁ ଟାର୍ଗେଟ କରିଛନ୍ତି ଜୟଶଙ୍କର ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, "ଭାରତ ଓ ଚୀନ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ଲାଗି ଭାରତ ଦାୟୀ ନୁହେଁ । ଏହା ଚୀନ ପକ୍ଷରୁ ହିଁ ସୃଷ୍ଟି କରାଯାଇଛି ।" ୨ ଏସିୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ବନ୍ଧ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଥିଲେ, "ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ । ଏଥିଲାଗି ୨ଟି ହାତର ଆବଶ୍ୟକତା ରହିଥାଏ । ସେହିପରି ଚୀନକୁ ମଧ୍ୟ ବାଣିଜ୍ୟିକ ସମ୍ପର୍କ ଉପରେ ବିଶ୍ବାସ ରଖିବା ଦରକାର । ଯଦି ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କକୁ ପୁନର୍ଜୀବିତ କରିବାର ଅଛି ତ ଚୀନକୁ ନିଜ ନିୟନ୍ତ୍ରଣ ରେଖା ମଧ୍ୟରେ ରହିବା ଉଚିତ । ୧୯୯୩ ଓ ୧୯୯୬ ରେ ହୋଇଥିବା ଚୁକ୍ତିକୁ ପାଳନ କରିବାକୁ ହେବ ।"

ଏହା ବି ପଢନ୍ତୁ- ଭାରତକୁ ଡ୍ରାଗନର କାଉଣ୍ଟର; LACରେ ପଇଁତରା ମାରୁଛି ଚୀନ ସେନାର ତିବ୍ବତୀୟ ଟ୍ରୁପ

ସୂଚନା ଥାଉ କି ଏହା ପୂର୍ବରୁ ଗତ ବୁଧବାର (ଜୁନ ୨୮) ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ସହିତ ଭାରତର ସମ୍ପର୍କକୁ ନେଇ ଆଲୋଚନା କରିଥିଲେ । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଥିଲେ, " ମୁଁ ମାନୁଛି ଯେ ଚୀନ ଭାରତର ପଡ଼ୋଶୀ ରାଷ୍ଟ୍ର ଓ ଏକ ବୃହତ ଦେଶ । ହେଲେ ସୁସମ୍ପର୍କ ସ୍ଥାପନ କରିବାକୁ ହେଲେ ଦୁଇ ପକ୍ଷର ଆବଶ୍ୟକତା ରହିଛି । ଦୁଇ ପକ୍ଷର ହିତ ସମ୍ପର୍କରେ ପରସ୍ପରକୁ ଚିନ୍ତା କରିବା ଦରକାର । ଏଠାରେ ଭାରତ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ହେଲେ ଚୀନକୁ ସମସ୍ତ ବୁଝାମଣାର ପାଳନ କରିବାକୁ ହେବ । ପୂର୍ବରୁ ୨ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାରୁ ଓହରିବା କାରଣରୁ ୨ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ।"

ଜୟଶଙ୍କର ସୀମାରେ ଉପୁଜିଥିବା ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି, "ଆତଙ୍କବାଦ ଦିଗରେ ଭାରତର ମୁଦ୍ଦା ସବୁବେଳେ ସ୍ପଷ୍ଟ ରହିଛି । ଯାହାକି ଉରି ଓ ବାଲାକୋଟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏହାକୁ ଅଧିକ ସ୍ପଷ୍ଟ କରିଥାଏ ।" ସୀମାର ସ୍ଥିତି ହିଁ ପଡୋଶୀ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କ କିପରି ହେବ ତାହା ନିର୍ଦ୍ଧାରିତ କରିଥାଏ ବୋଲି କହିଛନ୍ତି ଜୟଶଙ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.