ଇସ୍ତାନବୁଲ: ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଏକ ବିସ୍ଫୋରଣ ଘଟିଛି (several injured in a explosion in Turkey)। ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 38ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଇସ୍ତାନବୁଲର ବ୍ୟସ୍ତବହୁଳ ତାକସିମ ସ୍କୋୟାରରେ ଅପରାହ୍ନ ପ୍ରାୟ 4ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଅନେକ ଆହତ ହୋଇଥିବା ବେଳେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 4 ବୋଲି ଦର୍ଶାଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି ।
-
Four dead, 38 wounded in Istanbul explosion, reports AFP News Agency citing Governor
— ANI (@ANI) November 13, 2022 " class="align-text-top noRightClick twitterSection" data="
">Four dead, 38 wounded in Istanbul explosion, reports AFP News Agency citing Governor
— ANI (@ANI) November 13, 2022Four dead, 38 wounded in Istanbul explosion, reports AFP News Agency citing Governor
— ANI (@ANI) November 13, 2022
-
An explosion occurred on Istiklal pedestrian street in the center of Istanbul, as reported by Russian Media RT
— ANI (@ANI) November 13, 2022 " class="align-text-top noRightClick twitterSection" data="
">An explosion occurred on Istiklal pedestrian street in the center of Istanbul, as reported by Russian Media RT
— ANI (@ANI) November 13, 2022An explosion occurred on Istiklal pedestrian street in the center of Istanbul, as reported by Russian Media RT
— ANI (@ANI) November 13, 2022
ବିସ୍ଫୋରଣ ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ତେବେ ଏହା ଏକ ଦୁର୍ଘଟଣାଜନିତ ବିସ୍ଫୋରଣ (Explosion in Turkey) ନୁହେଁ ବରଂ ଏକ ଆକ୍ରମଣ ବୋଲି ପୋଲିସ କହିଛି । ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯିବା ସହ ତଦନ୍ତ ଜାରି ରହିଛି । ଆକ୍ରମଣ ନେଇ କୌଣସି ଗୋଷ୍ଠୀ କିମ୍ବା ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ