ETV Bharat / international

Twitter New CEO: ଟ୍ବିଟର ସିଇଓ ପଦରୁ ଇସ୍ତଫା ଦେବେ ମସ୍କ, ପାଇଗଲେ ନୂଆ ସିଇଓ

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ସିଇଓ ଏଲନ ମସ୍କ ସର୍ବଦା ନୂଆନୂଆ ନିୟମ ଆଣି ସମସ୍ତଙ୍କୁ ଚକିତ କରିଥାନ୍ତି । ବର୍ତ୍ତମାନ ସେ ଟ୍ବିଟର ସିଇଓ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ସେ ଟ୍ବିଟର ପାଇଁ ଜଣେ ନୂଆ ସିଇଓଙ୍କୁ ଚୟନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : May 12, 2023, 7:51 AM IST

Updated : May 12, 2023, 8:29 AM IST

Twitter New CEO
Twitter New CEO

ନୂଆଦିଲ୍ଲୀ: ଟ୍ବିଟର ସିଇଓ ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ବଡ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ ଏଲୋନ୍ ମସ୍କ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମସ୍କ । ସେ କହିଛନ୍ତି, ଟ୍ୱିଟର ପାଇଁ ଜଣେ ନୂତନ ସିଇଓ ଚୟନ କରାଯାଇଛି । ଯିଏ ଶୀଘ୍ର ଏହି ପଦ ଗ୍ରହଣ କରିବେ । ମସ୍କ ଏପର୍ଯ୍ୟନ୍ତ ନୂତନ ସିଇଓଙ୍କ ନାମ ଘୋଷଣା କରିନଥିବା ବେଳେ ସେ ଜଣେ ମହିଳା ବୋଲି ସୂଚିତ କରିଛନ୍ତି ।

  • Excited to announce that I’ve hired a new CEO for X/Twitter. She will be starting in ~6 weeks!

    My role will transition to being exec chair & CTO, overseeing product, software & sysops.

    — Elon Musk (@elonmusk) May 11, 2023 " class="align-text-top noRightClick twitterSection" data=" ">

ଏଲନ ମସ୍କ ଟ୍ବିଟ କରି କହିଛନ୍ତି, "ମୁଁ ଟ୍ବିଟର ପାଇଁ ନୂଆ ସିଇଓ ପାଇଯାଇଛି । ଏହା ଘୋଷଣା କରି ମୁଁ ଉତ୍ସାହିତ । ସେ ଆସନ୍ତା ୬ ସପ୍ତାହରେ ପଦ ସମ୍ଭାଳିବେ । ମୁଁ ଇସ୍ତଫା ଦେବା ପରେ ମୋର ଭୂମିକା କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ସିଇଓ ରହିବ ।"

  • We’re purging accounts that have had no activity at all for several years, so you will probably see follower count drop

    — Elon Musk (@elonmusk) May 8, 2023 " class="align-text-top noRightClick twitterSection" data=" ">

ଉଲ୍ଲେଖନୀୟ କଥା ହେଉଛି, ଏଲନ୍ ମସ୍କ ଟ୍ୱିଟର କିଣିବା ପରେ ହିଁ ସିଇଓଙ୍କ ସନ୍ଧାନ ଚଳାଇଥିଲେ, କିନ୍ତୁ ସିଇଓ ପାଇପାରିନଥିଲେ । ତେବେ, ବର୍ତ୍ତମାନ ଏଲନ୍ ମସ୍କଙ୍କ ଏହି ଘୋଷଣା ପରେ ଲାଗୁଛି ଯେ ସିଇଓଙ୍କ ସନ୍ଧାନ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଟ୍ୱିଟରର ପରବର୍ତ୍ତୀ ସିଇଓ ଘୋଷଣା ହେବ ।

ଏହା ମଧ୍ୟ ପଢନ୍ତୁ: Twitter New CEO: ମସ୍କ ପାଇଗଲେ ନୂଆ ସିଇଓ, କହିଥିଲେ 'ବୋକାକୁ ଦାୟିତ୍ବ ଦେଇ ପଦ ଛାଡିବି'

ତେବେ କହିରଖୁଛୁ କି, ଏଲନ ମସ୍କ ବର୍ତ୍ତମାନ ସୁଦ୍ଧା ନୂଆ ଟ୍ବିଟର ସିଇଓଙ୍କ ନାମ ଘୋଷଣା କରିନଥିଲେ ହେଁ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ମହିଳାଙ୍କ ଫଟୋ ଜାରି କରିଛନ୍ତି । ଏନବିସି ୟୁନିଭର୍ସାଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଲିଣ୍ଡା ୟାକାରିନୋ ନୂଆ ସିଇଓ ହେବା ନେଇ ଚର୍ଚ୍ଚା ହେଉଛି । ଏବେ ସେ ଏନବିସି ୟୁନିଭର୍ସାଲ୍‌ ମିଡିଆରେ ବୈଶ୍ବିକ ବିଜ୍ଞାପନ ବିଭାଗର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଛନ୍ତି ।

ଆକ୍ଟିଭ ନଥିବା ଆକାଉଣ୍ଟକୁ ହଟାଇବ ଟ୍ବିଟର: ଏହାପୂର୍ବରୁ ଏଲନ ମସ୍କ କହିଥିଲେ, କମ୍ପାନୀ ନିଷ୍କ୍ରିୟ ଆକାଉଣ୍ଟ ହଟାଇବ । ମସ୍କ ଟ୍ୱିଟ କରି କହିଥିଲେ, ଆମେ ଟ୍ବିଟରରୁ ନିଷ୍କ୍ରିୟ ଆକାଉଣ୍ଟକୁ ସଫା କରୁଛୁ । ଯେଉଁମାନେ ଦୀର୍ଘଦିନ ଧରି ଟ୍ବିଟରରେ ଆକ୍ଟିଭ ନଥିବେ ସେମାନଙ୍କର ଆକାଉଣ୍ଟକୁ ବନ୍ଦ କରାଯିବ ।"

ଗତ ମାସ ଶେଷରେ ଟ୍ୱିଟ୍ କରି ଉପଭୋକ୍ତାମାନଙ୍କୁ ମସ୍କ ଏକ ବଡ଼ ସଙ୍କେତ ଦେଇଥିଲେ । ସେ କହିଥିଲେ, ଉପଭୋକ୍ତାମାନଙ୍କୁ ଆର୍ଟିକିଲ ଆଧାରରେ ଫି ଦେବାକୁ ପଡିବ । ଯଦି ୟୁଜର୍ସମାନେ ମାସିକ ସବସ୍କ୍ରିପସନ୍ ପାଇଁ ସାଇନ୍ ଅପ୍ କରିନଥିବେ, ତେବେ ଆର୍ଟିକଲ ପଢିବା ପାଇଁ ସେମାନଙ୍କୁ ଅଧିକ ଦେୟ ଦେବାକୁ ପଡିବ ।

ଏହା ପୂର୍ବରୁ ଏଲନ ମସ୍କ ଭେରିଫାଇଡ ହୋଇଥିବା ଆକାଉଣ୍ଟରୁ ବ୍ଲୁ ଟିକ ହଟାଇବା ନେଇ ଘୋଷଣା କରିଥିଲେ । ମସ୍କ କହିଥିଲେ, ଯେଉଁ ୟୁଜର୍ସମାନେ ବ୍ଲୁଟିକ ସବସ୍କ୍ରିପସନ ପାଇଁ ପଇସା ଦେବେ ନାହିଁ ସେମାନଙ୍କର ବ୍ଲୁଟିକ ହଟାଯିବ । ଏନେଇ ସେ ଏପ୍ରିଲ ୧୨ ତାରିଖରେ ଟ୍ବିଟ କରିଥିଲେ । ସେ କହିଥିଲେ, "ଯେଉଁମାନେ ବ୍ଲୁଟିକ ପାଇଁ ସବସ୍କ୍ରିପସନ ନନେବେ ତାହାଲେ ଆକାଉଣ୍ଟରୁ ବ୍ଲୁଟିକ ହଟାଯିବ ଏପ୍ରିଲ ୨୦ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ତେବେ ୨୦ ତାରିଖ ମଧ୍ୟ ରାତ୍ରରୁ କିଛି ୟୁଜର୍ସଙ୍କ ଆକାଉଣ୍ଟରୁ ବ୍ଲୁଟିକ ହଟାଇ ଦିଆଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଫେରାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2023, 8:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.