ETV Bharat / international

Twitter ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କଲେ ଏଲନ୍‌ ମସ୍କ

author img

By

Published : Oct 28, 2022, 4:50 PM IST

ଟ୍ବିଟର ସିଇଓ ପରାଗ ଅଗ୍ରାୱାଲଙ୍କୁ ବିଦା କରିଛନ୍ତି ଏଲନ୍‌ ମସ୍କ । ଏହାପରେ ଟ୍ବିଟର ସିଇଓ ଭାବରେ ପରାଗ ଅଗ୍ରୱାଲ ୧୧ ମାସର ଦାୟିତ୍ବରୁ ମୁକ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Elon Musk fired twitter CEO Parag Agrawal after taking charge
ଟ୍ବିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କଲେ ଏଲନ୍‌ ମସ୍କ

ନିୟୁୟର୍କ: ଏଲନ୍‌ ମସ୍କ ଟ୍ବିଟରକୁ ନିଜ ନିୟନ୍ତ୍ରଣଙ୍କୁ ନେବାପରେ କମ୍ପାନୀର ଗୁରୁ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଉପରେ ବଜ୍ର ପଡ଼ିଛି । ଟ୍ବିଟର ସିଇଓ ପରାଗ ଅଗ୍ରାୱାଲଙ୍କୁ ବିଦା କରିଛନ୍ତି ଏଲନ୍‌ ମସ୍କ । ଏହାପରେ ଟ୍ବିଟର ସିଇଓ ଭାବରେ ପରାଗ ଅଗ୍ରୱାଲ ୧୧ ମାସର ଦାୟିତ୍ବରୁ ମୁକ୍ତ ହୋଇଛନ୍ତି । ଟ୍ବିଟର୍‌ ଡିଲ୍‌ କରିବାବେଳେ ୭୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ମସ୍କ କହିଥିଲେ ।

ପରାଗ ଅଗ୍ରୱାଲଙ୍କ ସହ ଫାଇନାନ୍ସ ଚିଫ୍‌ ନେଡ୍‌ ସେଗାଲ, ଲିଗାଲ ପଲିସି ମୁଖ୍ୟ ବିଜୟ ଗଡ୍ଡେଙ୍କୁ ମଧ୍ୟ କମ୍ପାନୀରୁ ବାହାର କରିଛନ୍ତି ମସ୍କ । ରାଜସ୍ଥାନର ଆଜମେର୍‌ରେ ଜନ୍ମ ଗ୍ରହଣ କରିଥିଲେ ପରାଗ ଅଗ୍ରୱାଲ । ବମ୍ବେ IITରୁ ସେ ସ୍ନାତ୍ତକ ଶେଷ କରିବା ପରେ ଅନେକ ବହୁଦେଶୀୟ କମ୍ପାନୀରେ କାମ କରିଥିଲେ । ଏହାପରେ ସେ ୨୦୧୧ରେ ଟ୍ବିଟରରେ କାମ କରିବା ଆରମ୍ଭ କରିଥିଲେ । ସେତେବେଳେ କମ୍ପାନୀରେ ମାତ୍ର ୧୦୦୦ ଜଣ କାମ କରୁଥିଲେ । ୨୦୧୭ରେ ସେ କମ୍ପାନୀର ମୁଖ୍ୟ ଟେକ୍ନୋଲୋଜୀ ଅଫିସର ନିଯୁକ୍ତ ହୋଇଥିଲେ । ପରାଗଙ୍କ ଦକ୍ଷତା ଯୋଗୁଁ ଟ୍ବିଟରର ସହ ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍‌ସି ସିଇଓ ପଦରୁ ଇସ୍ତଫା ଦେଇ ପରାଗଙ୍କୁ ଟ୍ବିଟରର ନୂଆ ସିଇଓ ଘୋଷଣା କରିଥିଲେ । ୨୦୨୧ ମସିହା ନଭେମ୍ବର ମାସରେ ଦାୟିତ୍ବ ନେଇଥିଲେ ପରାଗ ।

ଟ୍ବିଟରର ସିଇଓ ନିଯୁକ୍ତ ହେବାପରେ ତାଙ୍କୁ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ଗୁଗଲ ସିଇଓ ସୁନ୍ଦର ପିଚାଇ, ଆଡୋବ ସିଇଓ ଶାନ୍ତନୁ ନାରାୟଣ, ପେପ୍‌ସିକୋର ପୂର୍ବତନ ସିଇଓ ଇନ୍ଦ୍ର ନୂୟୀଙ୍କ ସହ ତୁଳନା କରାଯାଇଥିଲା । ଇନ୍ଦ୍ର ନୁୟୀ ୧୮ ବର୍ଷ ଧରି ପେପ୍‌ସିକୋର ସିଇଓର ଦାୟିତ୍ବରେ ରହିଥିଲେ । ୨୦୧୮ରେ କମ୍ପାନୀରୁ ଅବସର ଗ୍ରହଣ କରିଥିଲେ । ତେବେ ପରାଗ ଅଗ୍ରୱାଲଙ୍କୁ ଟ୍ବିଟର ୬୦ ମିଲିୟଲ ଡଲାର ସିକ୍ୟୁରିଟି ମନି ଭାବରେ ପ୍ରଦାନ କରିବ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି ।

ପରାଗ ଅଗ୍ରୱାଲଙ୍କୁ ଟ୍ବିଟର ଦାୟିତ୍ବ ନେଇ ପୂର୍ବତନ ସିଇଓ ଡର୍‌ସି କହିଥିଲେ, "ମୋର ପରାଗ ଅଗ୍ରୱାଲଙ୍କ ଉପରେ ସଂପୂର୍ଣ୍ଣ ଭରଷା ଅଛି । ସେ କମ୍ପାନୀକୁ ଭଲ ଭାବରେ ବୁଝି ପାରିଛନ୍ତି । ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ବେଳେ ପରାଗ ସକ୍ରିୟ ଭାବରେ ନିଜର ମତ ରଖୁଛନ୍ତି । ସେ ଜଣେ ଜିଜ୍ଞାସୁ, ଅନୁସନ୍ଧାନୀ ବ୍ୟକ୍ତି । ମୁଁ ତାଙ୍କଠାରୁ ପ୍ରତିଦିନ ଶିଖିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.