ETV Bharat / international

ବର୍ନାର୍ଡ ଆର୍ନଲ୍ଟକୁ ପଛରେ ପକାଇଲେ ଏଲନ ମସ୍କ, ହେଲେ ଧନୀ ନମ୍ବର-1

author img

By

Published : Jun 1, 2023, 12:33 PM IST

ଆଉ ଥରେ ବିଶ୍ବର ଧନୀ ମାନ୍ୟତା ହାତେଇଲେ ଟେସଲା ସିଇଓ ଏଲନ ମସ୍କ । ବର୍ନାର୍ଡ ଆର୍ନଲ୍ଟକୁ ପଛରେ ପକାଇ ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ମସ୍କ । ଅଧିକ ପଢନ୍ତୁ

Worlds Richest Person Elon Musk
Worlds Richest Person Elon Musk

ହାଇଦ୍ରାବାଦ: ବିଶ୍ବର ଟପ ଆରବପତି ତାଲିକାରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଟେସଲା, ସ୍ପେସ୍ ଏକ୍ସ ଏବଂ ଟ୍ୱିଟର ପରି କମ୍ପାନୀର ମାଲିକ ଏଲନ ମସ୍କ ପୁଣିଥରେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ଧନୀ ବ୍ୟକ୍ତି ଦୌଡରେ ଏକ ନମ୍ବର ସ୍ଥାନରେ ରହି ଆସୁଥିବା ବର୍ନାର୍ଡ ଆର୍ନଲ୍ଟକୁ ପଛରେ ପକାଇ ଦେଇଛନ୍ତି । ବର୍ତ୍ତମାନ ବିଶ୍ବର ଏକ ନମ୍ବର ଧନୀ ମାନ୍ୟତା ପାଇଛନ୍ତି ଏଲନ ମସ୍କ ।

top 10 Worlds Richest Person
top 10 Worlds Richest Person

ତେବେ ଗତ କିଛି ଦିନ ହେବ ମସ୍କ କିଛି ଆଶ୍ଚର୍ଯ୍ୟକର କରିପାରନ୍ତି ବୋଲି ଚର୍ଚ୍ଚା ଲାଗି ରହୁଥିଲା । ଗତ 24 ଘଣ୍ଟା ମଧ୍ୟରେ, ଏଲନ ମସ୍କଙ୍କ ନେଟ୍ ମୂଲ୍ୟ 1.98 ବିଲିୟନ ଡ଼ଲାରରେ ବୃଦ୍ଧି ପାଇଥିବାବେଳେ ଫ୍ରାନ୍ସର ପ୍ରତିଷ୍ଠିତ ବ୍ୟବସାୟୀ ବର୍ନାର୍ଡ ଆର୍ନଲ୍ଟଙ୍କ 5.35 ବିଲିୟନ ଡ଼ଲାରର କ୍ଷତି ହୋଇଛି । ପ୍ୟାରିସ୍‌ ଟ୍ରେଡଙ୍ଗ୍‌ରେ ବୁଧବାର ଦିନ ବର୍ନାର୍ଡଙ୍କ LVMHର ସେୟାର୍‌ ୨.୬% ହ୍ରାସ ପାଇବାରୁ ବଜାର ମୂଲ୍ୟରେ ମଧ୍ୟ 10 ପ୍ରତିଶତ ହ୍ରାସ ପାଇଥିଲା ।

ଏତିକିରେ ପହଞ୍ଚିଲା ଏଲନ ମସ୍କଙ୍କ ସମ୍ପତ୍ତି: ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ଏଲନ୍ ମସ୍କର ନେଟ୍ ମୂଲ୍ୟରେ 1.98 ବିଲିୟନ ଡ଼ଲାର୍ ବୃଦ୍ଧି ହେବା ପରେ ଏହା 192 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ସମ୍ପତ୍ତିରେ ଏହି ଅଭିବୃଦ୍ଧି ହେତୁ ସେ ଦୁଇ ନମ୍ବରରୁ ବିଲିୟନେୟାର ତାଲିକାରେ ଏକ ନମ୍ବରରେ ପହଞ୍ଚିଛନ୍ତି ଏବଂ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ପିନ୍ଧିପାରିଛନ୍ତି । ଅନ୍ୟପକ୍ଷରେ, 5.25 ବିଲିୟନ ଡ଼ଲାର ହ୍ରାସ ପରେ ବର୍ନାର୍ଡ ଆର୍ନାଲ୍ଟଙ୍କ ନେଟ ମୂଲ୍ୟ 187 ବିଲିୟନ ଡ଼ଲାରକୁ ଖସି ଆସିଛି । ତେବେ ସେ ମସ୍କଙ୍କ ଠାରୁ ପଛୁଆ ହୋଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଟପ 10ରେ ରହିଥିବା ବ୍ୟକ୍ତି: ଏଲନ୍ ମସ୍କ ଏବଂ ବର୍ନାର୍ଡ ଆର୍ନାଲ୍ଟଙ୍କ ସହ ଯଦି ଆମେ ବିଶ୍ବର ଶ୍ରେଷ୍ଠ ୧୦ ଆରବପତିଙ୍କ ତାଲିକାକୁ ଦେଖିବା, ତେବେ ଆମାଜନର ଜେଫ୍ ବେଜୋସ୍ ତୃତୀୟ ସ୍ଥାନରେ ରହିଛନ୍ତି । ଏବଂ ତାଙ୍କ ସମ୍ପତିର ମୂଲ୍ୟ 144 ବିଲିୟନ ଡଲାର ରହିଛି । ପୂର୍ବରୁ ମଧ୍ୟ ସେ ତୃତୀୟ ସ୍ଥାନରେ ରହିଥିଲେ ଏବଂ ବର୍ତ୍ତମାନ ମଧ୍ୟ ସେହି ସ୍ଥାନକୁ ନିଜ ଆୟତ୍ତରେ ରଖିଛନ୍ତି । ମାଇକ୍ରୋସଫ୍ଟର ବିଲ୍ ଗେଟ୍ସ 125 ବିଲିୟନ ଡ଼ଲାର ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଲ୍ୟାରି ଏଲିସନଙ୍କ 118 ବିଲିୟନ ଡଲାର ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଧନୀ ତାଲିକାରେ ଷଷ୍ଠ ତାଲିକାରେ ରହିଛନ୍ତି ଷ୍ଟେଭ ବାଲମେର, ଏବଂ ତାଙ୍କ ସମ୍ପତ୍ତିର ମୂଲ୍ୟ 114 ବିଲିୟନ ଡଲାର ରହିଛି । ୱାରେନ୍ ବଫେଟ୍ 112 ବିଲିୟନ ଡଲାର ସମ୍ପତ୍ତି ସହିତ ବିଶ୍ୱର ଧନୀମାନଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ଲ୍ୟାରି ପେଜ୍ 111 ବିଲିୟନ ଡ଼ଲାର୍ ସହିତ ଅଷ୍ଟମ ସ୍ଥାନରେ, 106 ବିଲିୟନ ଡ଼ଲାର୍ ସହିତ ସର୍ଗେ ବ୍ରିନ୍ ନବମ ସ୍ଥାନରେ ଅଛନ୍ତି ଏବଂ ମାର୍କ ଜୁକରବର୍ଗ 96.5 ବିଲିୟନ ଡ଼ଲାର୍ ସହିତ ଦଶମ ସ୍ଥାନରେ ଅଛନ୍ତି ।

ଧନୀ ତାଲିକାରେ କେତେ ନମ୍ବରରେ ରହିଛନ୍ତି ଆଦାନୀ-ଅମ୍ବାନୀ: ଯଦି ଧନୀ ତାଲିକାରେ ଭାରତୀୟ ଶିଳ୍ପପତିଙ୍କ ସ୍ଥାନ ଦେଖିବା ତାହେଲେ ଟପ 20 ଭିତରେ ସାମିଲ ହୋଇଛନ୍ତି ଆଦାନୀ- ଅମ୍ବାନୀ । ରିଲାଇନ୍ସର ଚେୟାରମ୍ୟାନ୍ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ 84.7 ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଦୁନିଆର 13 ତମ ଧନୀ ବ୍ୟକ୍ତି ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ, ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି 61.3 ବିଲିୟନ ଡ଼ଲାର୍ ସହିତ 19 ତମ ସ୍ଥାନରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.