ETV Bharat / international

Afghanistan Earthquake: ଦୁଇ ଥର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ - ଆଫଗାନିସ୍ତାନରେ ଭୂକମ୍ପ

ଆଫଗାନିସ୍ତାନରେ ଲଗାତାର 2 ଥର ଭୂକମ୍ପ । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଅଧିକ ପଢନ୍ତୁ

earthquake hits in afghanistan
earthquake hits in afghanistan
author img

By ETV Bharat Odisha Team

Published : Oct 15, 2023, 12:38 PM IST

କାବୁଲ: ପୁଣି ଆଫଗାନିସ୍ତାନରେ ଭୂକମ୍ପ ଝଟକା। ଲଗାତାର 2 ଥର ଭୂକମ୍ପ ଝଟକାରେ ଥରି ଉଠିଲା ଆଫଗାନିସ୍ତାନ। ପ୍ରଥମେ 6.2 ତ୍ରୀବ୍ରତାରେ ଭୂକମ୍ପ ହୋଇଥିବା ବେଳେ ପରେ 5.4 ତୀବ୍ରତାର ଭୂକମ୍ପ ହୋଇଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଏହା ମଧ୍ୟ ପଢନ୍ତୁ-Afghanistan: ୨୦୦୦ ପାର କଲାଣି ଭୂକମ୍ପ ମୃତ୍ୟୁସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

କିଛିଦିନ ପୂର୍ବେ ଆଫଗାନିସ୍ତାନରେ ଭୂକମ୍ପମୃତ୍ୟୁର ତାଣ୍ଡବ ରଚିଥିଲା। ଲଗାତାର ତିନିଥର ଭୂକମ୍ପ ହେବାରୁ 2ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ପୁଣି ଥରେ ଦୁଇଥର ଭୂକମ୍ପ ହୋଇଛି। ଭୂକମ୍ପ ହେବା ପରେ ସମସ୍ତ ଘରୁ ଭୟରେ ବାହାରକୁ ପଳାଇଆସିଥିଲେ। ଭାରତୀ ସମୟ ଆଜି ସକାଳ 9ଟା 6 ମନିଟ ସମୟରେ ଆଫଗାନିସ୍ତାନ ପ୍ରଥମେ 6.2 ତୀବ୍ରତାର ଭୂକମ୍ପ ହୋଇଥିଲା। ଏହା ଗଭୀରତା 70 କିଲୋମିଟର ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ 34.76 ରହିଥିବା ବେଳେ ଏହାର ଦ୍ରାଘିମା 62.02 ରହିଛି । ଏହାର କିଛି ମିନିଟପରେ 9ଟା 26ରେ ପୁଣି ଦ୍ବିତୀୟ ଥର ପାଇଁ ଭୂକମ୍ପ ହୋଇଥିଲା। ଏହାର ଗଭୀରତା 10 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 34.24 ଓ ଦ୍ରାଘିମା 62.55 ରହିଛି ।

ଏହା ମଧ୍ୟ ପଢନ୍ତୁ-Earthquake: ପୁଣି ଭୂକମ୍ପ ଝଟକା, ୬.୧ ତୀବ୍ରତାରେ ଥରିଲା ଆଫଗାନିସ୍ତାନ

ଅକ୍ଟୋବର 7 ତାରିଖରେ ଆଫଗାନିସ୍ତାନରେ ତିନି ଥର ଭୂକମ୍ପ ହୋଇଥିଲା। ହେରାତ ସହରର ଉତ୍ତର-ପଶ୍ଚିମଠାରୁ ପ୍ରାୟ 40 କିମି ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିଲା । ପ୍ରଥମେ6.3 ପରେ 5.9 ଏବଂ 5.5 ତୀବ୍ରତାରେ ଭୂକମ୍ପ ହୋଇଥିଲା । ଏହାପରେ ଭୟରେ ଆଫଗାନବାସୀ ଘର ବାହାରକୁ ବାହାରି ଆସିଥିଲା । ଭୂକମ୍ପ ଝଟକାରେ ବଡ଼ ବଡ଼ ଅଟାଳିକା ଭୁଶୁଡ଼ି ପଡ଼ିଥିଲା । ବହୁ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିବା ବେଳେ ଅନେକଙ୍କ ମୃତ୍ୟୁ ହୋଇଥିଲା । ଭୂକମ୍ପରେ ମୃତ୍ୟୁସଂଖ୍ୟା 2 ହଜାର ଅତିକ୍ରମ କରିଥିଲା । ସେହିପରି 12ଶହ ଆହତଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭୂକମ୍ପରେ 1320 ଘର ଭାଙ୍ଗିଥିବା ସୂଚନା ମିଳିଥିଲା । ଅକ୍ଟୋବର 11 ତାରିଖରେ ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ କରାଯାଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.