ଜାକାର୍ତ୍ତା: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ । ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ସୋମବାର ମଧ୍ୟରାତ୍ରିରେ ତଲାଉଡ୍ ଦ୍ୱୀପରେ 6.7 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇ ନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ 2ଟା ସମୟରେ ଇଣ୍ଡୋନେସିଆରେ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା 6.7 ରେକର୍ଡ କରାଯାଇଥିବା ବେଳେ ଗଭୀରତା 80 କିଲୋମିଟର ରହିଛି । ତଲାଉଡ୍ ଦ୍ୱୀପ ଭୂକମ୍ପର କେନ୍ଦ୍ରସ୍ଥଳ । ଭୂକମ୍ପର ଅକ୍ଷାଂଶ 4.75 ଏବଂ ଦ୍ରାଘିମା 126.38 ରହିଥିଲା ।
ଏହା ମଧ୍ୟ ପଢନ୍ତୁ-Earthquake: ଘଣ୍ଟାକ ମଧ୍ୟରେ ଦୁଇଥର ଥରିଲା ଇଣ୍ଡୋନେସିଆ
ଶକ୍ତିଶାଳୀ ଭୂକମ୍ପ ପରେ ଭୟରେ ସ୍ଥାନୀୟ ଲୋକେ ଘର ଠାରୁ ଦୂରକୁ ଚାଲିଯାଇଛନ୍ତି । ସୁନାମୀ ଆଲର୍ଟ ବର୍ତ୍ତମାନ ସୁଦ୍ଧା ଜାରି କରାଯାଇ ନାହିଁ । ଭୂକମ୍ପ ପରେ କୌଣସି ଘର ବା ରାସ୍ତାରେ ଫାଟ ମଧ୍ୟ ଦୃଶ୍ୟମାନ ହୋଇନାହିଁ । ଗତ ବର୍ଷ ଅଗଷ୍ଟ ମାସରେ ଇଣ୍ଡୋନେସିରେ 7.0 ତୀବ୍ରତାରେ ଭୂକମ୍ପ ହୋଇଥିଲା । ବାଲି ସାଗର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ଉତ୍ତର ମାତାରାମ ଠାରୁ 201 କିଲୋମିଟର ଦୂରରେ ରହିଥିଲା ।
ଏହା ମଧ୍ୟ ପଢନ୍ତୁ-Indonesia Earthquake: ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଶଙ୍କା ନାହିଁ
2023 ଏପ୍ରିଲ 25ରେ ଇଣ୍ଡୋନେସିରେ 7.3 ତୀବ୍ରତାରେ ଭୂକମ୍ପ ହୋଇଥିଲା । ସୁମାତ୍ରା ଦ୍ୱୀପର ପଶ୍ଚିମ ଦିଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାପରେ 2 ଘଣ୍ଟା ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । କ୍ରମାଗତ ଭାବେ 5.8 ଓ 4.6 ତୀବ୍ରତା ମଧ୍ୟରେ 5 ଥର ଭୂକମ୍ପ ହୋଇଥିଲା । ଏହାପରେ ଏପ୍ରିଲ 23 ତାରିଖରେ ଇଣ୍ଡୋନେସିଆରେ 2ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମେ 6.1 ତୀବ୍ରତାରେ ଓ ପରେ 5.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଗୋଟିଏ ଘଣ୍ଟା ମଧ୍ୟରେ ହିଁ ବାତୁଲରେ ଦୁଇ ଥର ଭୂକମ୍ପ ହୋଇଥିଲା ।