ETV Bharat / international

କାଠମାଣ୍ଡୁରେ ଭୂକମ୍ପ, ଥରିଲା ବିହାର

author img

By

Published : Jul 31, 2022, 10:31 AM IST

କାଠମାଣ୍ଡୁରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

ଭୂକମ୍ପରେ ଥରିଲା କାଠମାଣ୍ଡୁ, ତୀବ୍ରତା ୫.୫ ରେକର୍ଡ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ନେପାଳ(Earthquake in Nepal) । ନେପାଳର କାଠମାଣ୍ଡୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ଆଜି (ରବିବାର) ସକାଳ ୭.୫୮ ମିନିଟ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଭୂକମ୍ପ ନେପାଳର ରାଜଧାନୀ କାଠମାଣ୍ଡୁର ଦକ୍ଷିଣ-ପୂର୍ବରେ ୧୪୭ କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ଜଣାପଡିଛି । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୭.୧୪ ହୋଇଥିବାବେଳେ ଦ୍ରାଘିମା ୮୬.୬୭ ରହିଛି । ସେପଟେ ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।

ଏହାର ପ୍ରଭାବ ବିହାରରେ ମଧ୍ୟ ଦେଖିବାକୁ ମିଳିଛି । ନେପାଳ ସୀମାବର୍ତ୍ତୀ ବିହାରର ମଧୁବନୀ, ପାଟନା, ପୂର୍ଣ୍ଣିୟା, ସମସ୍ତିପୁର, ଅରରିୟା, କଟିହାର, ସୀତାମଢି, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପରନଣ, ସାମସ୍ତିପୁର ଏବଂ ମାଧେପୁରା ଆଦି ଅଞ୍ଚଳରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ପ୍ରାୟ 8.10 ସମୟରେ ପୂର୍ଣ୍ଣିଆରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ ।

ପ୍ରକାଶଯୋଗ୍ୟ ଯେ, 2015 ମସିହାରେ ନେପାଳରେ ଏକ ବଡ଼ଧରଣର ଭୂମିକମ୍ପ ହୋଇଥିଲା । ୨୫ ଏପ୍ରିଲ ୨୦୧୫ରେ ନେପାଳରେ ସକାଳ ୧୧:୫୬ରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ୭.୮ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.