ETV Bharat / international

ଭୂକମ୍ପରେ ଥରିଲା ନେପାଳ, ତୀବ୍ରତା 4.5 ରେକର୍ଡ - ନେପାଳରେ ପୁଣି ଭୂକମ୍ପ ଝଟକା

ନେପାଳରେ ପୁଣି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

earthquake hits in Kathmandu nepal
ଭୂକମ୍ପରେ ଥରିଲା ନେପାଳ, ତୀବ୍ରତା 4.5 ରେକର୍ଡ
author img

By

Published : Nov 8, 2022, 7:54 AM IST

କାଠମାଣ୍ଡୁ: ଭୂକମ୍ପରେ ଥରିଲା ନେପାଳ । କାଠମାଣ୍ଡୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରେକର୍ଡ କରାଯାଇଛି । ଆଜି (ମଙ୍ଗଳବାର) ଭୋର 4.37 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଭୂକମ୍ପ ନେପାଳ କାଠମାଣ୍ଡୁର ଦକ୍ଷିଣ-ପୂର୍ବ 155 କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହାର ଗଭୀରତା 100 କିଲୋମିଟର ରହିଛି । ସେହିପରି ଅକ୍ଷାଂଶ 28.57 ରହିଥିବାବେଳେ ଦ୍ରାଘିମା 86.58 ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ନେପାଳର ନୁୱାକୋଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା 5.3 ରେକର୍ଡ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଶୀତ ଋତୁର ଆଗମନ, କାଶ୍ମୀରରେ ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

ସେହିପରି ଗତ ଜୁଲାଇ ୩୧ରେ କୋଟାଙ୍ଗ ଜିଲ୍ଲାରେ ୬.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଗତ ବର୍ଷ ଫେବୃୟାରୀ ମାସରେ 5.2 ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଜ୍ୟାରୁ 110 କିଲୋମିଟର ଦୂରରେ ସୃଷ୍ଚି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.