ETV Bharat / international

Pakistan Earthquake: ପାକିସ୍ତାନରେ 4.6 ତୀବ୍ରତାର ଭୂକମ୍ପ ଝଟକା - ଭୂକମ୍ପରେ ଥରିଲା ପାକିସ୍ତାନ

ପାକିସ୍ତାନ ରାଜଧାନୀ ଇସଲାମବାଦରେ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

earthquake hits area near Islamabad
earthquake hits area near Islamabad
author img

By ETV Bharat Odisha Team

Published : Aug 31, 2023, 10:17 AM IST

ଇସଲାମବାଦ: ଭୂକମ୍ପରେ ଥରିଲା ପାକିସ୍ତାନ । ରାଜଧାନୀ ଇସଲାମବାଦ ଠାରୁ 193 କିଲୋମିଟର ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଆଜି (ଗୁରୁବାର) ସକାଳ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଇସଲାମବାଦ ଠାରୁ 193 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡି ସମସ୍ତେ ଘର ବାହାରକୁ ଚାଲି ଆସିଥିଲେ। ଭୂକମ୍ପର ଗଭୀରତା 35 କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ 34.75 ଥିବାବେଳେ ଦ୍ରାଘିମା 71.39 ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Indonesia Earthquake: ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଶଙ୍କା ନାହିଁ

ଅଗଷ୍ଟ 29 ତାରିଖରେ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ 7.0 ତୀବ୍ରତାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ଉତ୍ତର ମାତାରାମ ଠାରୁ 201 କିଲୋମିଟର ଦୂରରେ ଅବସ୍ଥିତ । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନଥିଲା କି ସୁନାମି ଆଲର୍ଟ ମଧ୍ୟ ଜାରି ହୋଇନଥିଲା । ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୫.୧ ରେକର୍ଡ

ସେହିପରି ଗତ 2022 ସେପ୍ଟେମ୍ବର ମାସରେ ପାକିସ୍ତାନରେ 4.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଭୂକମ୍ପର ଗଭୀରତା 10 କିଲୋମିଟର ରହିଥିବା ବେଳେ ଏହାର ଅକ୍ଷାଂଶ 32.97 ଓ ଦ୍ରାଘିମା 73.61 ରେକର୍ଡ କରାଯାଇଥିଲା । ଭୂକମ୍ପରେ କ୍ଷୟକ୍ଷତି କୌଣସି କ୍ଷୟକ୍ଷତି ହୋଇନଥିଲା । 2022 ମେ 6 ତାରିଖରେ ପାକିସ୍ତାନ 5.1 ତୀବ୍ରତାରେ ଭୂକମ୍ପ ହୋଇଥିଲା । ସକାଳ ୬ଟା ୧୮ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ପ୍ରଭାବ ପାକିସ୍ତାନର ଏକାଧିକ ସ୍ଥାନ ସହିତ ଆଫଗାନିସ୍ତାନ ଏବଂ ଇରାନରେ ମଧ୍ୟ ଅନୁଭୂତ ହୋଇଥିଲା । ଭୂକମ୍ପ ଝଟ୍‌କା ଏତେ ଅଧିକ ଥିଲା ଯେ ଘରେ ଥିବା ଜିନିଷପତ୍ର ଗୁଡିକ ଦୋହଲି ଯାଇଥିଲା । ଫଳରେ ଲୋକେ ଭୟରେ ଜୀବନ ବଞ୍ଚାଇବାକୁ ବାହାରକୁ ଚାଲିଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.