ETV Bharat / international

ଆଫଗାନିସ୍ତାନରେ ୪.୯ ତୀବ୍ରତାର ଭୂକମ୍ପ

ଆଫଗାନର ଫାୟାଜାବାଦରେ ୪.୯ ତୀବ୍ରତା ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Aug 5, 2022, 7:39 AM IST

Etv Bharatଆଫଗାନିସ୍ତାନରେ  ୪.୯ ତୀବ୍ରତାର ଭୂକମ୍ପ

କାବୁଲ: ଆଫଗାନିସ୍ତାନରେ ପୁଣି ଭୂକମ୍ପ । ଆଫଗାନର ଫାୟାଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତି ୧୨ଟା ୩୮ ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଭୂକମ୍ପର ଗଭୀରତା ୧୫୦ କିଲୋମିଟର ହୋଇଥିବା ବେଳେ ଏହା ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୯୩ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଏହାର ଅକ୍ଷାଂଶ ୩୬.୩୮ ହୋଇଥିବାବେଳେ ଦ୍ରାଘିମା ୭୧.୦୯ ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଜୁନ୍ ୨୨ରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯେଉଁଥିରେ ୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଶହରୁ ଅଧିକ ଆହତ ହୋଇଥିଲେ । ସେହିପରି ଭୂକମ୍ପ ଯୋଗୁଁ ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଭୂକମ୍ପର ପ୍ରଭାବ ପାକିସ୍ତାନ ଏବଂ ମାଲେସିଆରେ ମଧ୍ୟ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪ କିମି ଦୂରରେ ରହିଥିବା ମଧ୍ୟ ଚିହ୍ନଟ ହୋଇଥିଲା । ଏହି ଘଟଣାରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଥିଲେ । ସେହିପରି ଜୁନ୍ ୧୯ରେ ଆଫଗାନିସ୍ତାନରେ 4.8 ତୀବ୍ରତାର, ଜୁନ୍ ୨୭ରେ ଫାୟାଜାବାଦରେ ୫.୪ ତୀବ୍ରତା ଓ ଜୁଲାଇ ୨୦ ତାରିଖରେ ୪.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.