ETV Bharat / international

Turkey earthquake: ତିନି ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ ନେଦରଲାଣ୍ଡ ଗବେଷକ - ତୁର୍କୀ ଭୂକମ୍ପର ପୂର୍ବାନୁମାନ

ତୁର୍କୀ ଭୂକମ୍ପ ପରେ ଭାଇରାଲ ହେଉଛି ନେଦରଲାଣ୍ଡ ଗବେଷକଙ୍କ ପୂର୍ବାନୂମାନ । ତୁର୍କୀରେ ଓ ସିରିଆରେ ଭୂକମ୍ପ ହେବା ନେଇ ତିନି ଦିନ ପୂର୍ବରୁ କରିଥିଲେ ପୂର୍ବାନୁମାନ । ଅଧିକ ପଢନ୍ତୁ

ତିନି ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ ଫ୍ରାନ୍ସ ଗବେଷକ

author img

By

Published : Feb 6, 2023, 6:44 PM IST

ହାଇଦ୍ରାବାଦ: ଭୟଙ୍କର ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିଆ । ବିଶେଷ ଭାବେ ତୁର୍କୀ ସର୍ବାଧିକ ପ୍ରଭାବିତ ହୋଇଛି । ତେବେ ଏହି ଭୂକମ୍ପର ଦୀର୍ଘ 3ଦିନ ପୂର୍ବରୁ ପୂର୍ବାନୁମାନ ପ୍ରକାଶ ପାଇଥିବା ସୂଚନା ମିଳିଛି । ନେଦରଲାଣ୍ଡର ବିଶିଷ୍ଟ ଗବେଷକ ହିଗେରବିଟସ୍‌ ନିଜ ଗବେଷଣାରୁ ଏହି ସମ୍ଭାବ୍ୟ ଭୂକମ୍ପ ସମ୍ପର୍କରେ ପୂର୍ବାକଳନ ପ୍ରକାଶ କରିଥିଲେ । ସୋଲାର ସିଷ୍ଟମ ଜିଓମେଟ୍ରିକ ସର୍ଭେ(SSGEOS) ନାମକ ଏକ ଭୂତତ୍ବ ସର୍ବେକ୍ଷଣ ସଂସ୍ଥା ସହ କାର୍ଯ୍ୟ କରୁଥିବା ଏହି ଡଚ ଭୂବିଜ୍ଞାନୀ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ପୂର୍ବାନୁମାନ ପ୍ରକାଶ କରିଥିଲେ । ଆଗାମୀ ତିନି ଦିନ ମଧ୍ୟରେ ଦକ୍ଷିଣ-କେନ୍ଦ୍ରୀୟ ତୁର୍କୀ, ସିରିଆ, ଲେବାନନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବ ଓ ଏହାର ତୀବ୍ରତା ପ୍ରାୟ 7.5 ରହିବା ନେଇ ମଧ୍ୟ ସେ ତାଙ୍କ ପୂର୍ବାନୁମାନରେ ଦର୍ଶାଇଥିଲେ ।

ତେବେ ଏହି ଗବେଷକଜଣଙ୍କ ଚଳିତମାସ 3 ତାରିଖରେ ପ୍ରଥମ ପୂର୍ବାନୁମାନ ନେଇ ଟ୍ବିଟ୍‌ କରିଥିଲେ । ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଗବେଷକଙ୍କ ଏପରି ଆକ୍ଷରିକ ପର୍ବାନୁମାନ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହାକୁ ହଜାର ହଜାର ଟ୍ବିଟର ବ୍ୟବହାରକାରୀ ଉଦବେଗ ପ୍ରକାଶ କରିବା ରିଟ୍ବିଟ୍‌ କରିଥିଲେ । ଫଳରେ ପୂର୍ବାନୁମାନକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ଏହି ଡଚ୍‌ ଗବେଷକ କହିଥିଲେ, 4 ତାରିଖରୁ 6 ତାରିଖ ମଧ୍ୟରେ ଏହି ଭୂକମ୍ପ ସୃଷ୍ଟି ହେବାର ଆଶଙ୍କା ସର୍ବାଧିକ ରହିଛି । ଏହାର ତୀବ୍ରତା ମୃଦୁ କିମ୍ବା 6 ମ୍ୟାଗ୍ନିଚ୍ୟୁଡ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ଯାହା ଏବେ ବାସ୍ତବରେ ପରିଣତ ହୋଇଛି ।

ଆଜି ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ପରେ ସେହି ପୂର୍ବାନୁମାନ ଟ୍ବିଟ ଭାଇରାଲ ହେବାରେ ଲାଗିଛି । ପୂର୍ବାକଳନ କରିଥିବା ଗବେଷକ ହିଗେରବିଟସ୍‌ ଟ୍ବିଟ୍‌ କରି ଭୂକମ୍ପରେ ପ୍ରଭାବିତ ସମସ୍ତଙ୍କ ପାଇଁ ପ୍ରାଥନା କରିଛନ୍ତି । ସେ ଏକଥା ପୂର୍ବାନୁମାନ କରିଥିବା ମଧ୍ୟ କହିଛନ୍ତି । ଆଜି ଗୋଟିଏ ଦିନରେ ତୁର୍କୀ ସମେତ ସିରିଆ ଓ ଅନ୍ୟ କିଛି ନିକଟବର୍ତ୍ତୀ ଦେଶରେ ଦୁଇ ଥର ଶକ୍ତିଶାଳୀ ଭୂକମ୍ପର ଝଟକା ଲାଗିଛି । ପ୍ରଥମେ ସକାଳେ 7.8 ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ପୁଣି ଅପରାହ୍ନରେ ମଧ୍ୟ 7.5 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ତୁର୍କୀରେ ମୃତ୍ୟୁ ସଂଖ୍ୟା 16ଶହ ପାର କରିଥିବା ବେଳେ ସିରିଆରେ ମଧ୍ୟ ମୃତ୍ୟୁସଂଖ୍ୟା 4 ଶହ ଟପିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.