ETV Bharat / international

Donald Trump Row: ଗିରଫ ପରେ ଟ୍ରମ୍ପଙ୍କୁ ଜାମିନ, କୋର୍ଟରେ କହିଲେ ମୁଁ ନିର୍ଦ୍ଦୋଷ - ଗିରଫ ପରେ ଟ୍ରମ୍ପଙ୍କୁ ଜାମିନ

ଆମେରିକା ଇତିହାସରେ ପ୍ରଥମ । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଗିରଫ ହେଲେ ଟ୍ରମ୍ପ । କୋର୍ଟରେ କହିଲେ ମୁଁ ଦୋଷୀ ନୁହେଁ । ଅଧିକ ପଢନ୍ତୁ

Donald Trump Row
Donald Trump Row
author img

By

Published : Apr 5, 2023, 7:47 AM IST

ଓ୍ବାଶିଂଟନ: ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବାନ୍ଧିଲା ନ୍ୟୁୟର୍କ ପୋଲିସ । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ମୁହଁ ବନ୍ଦ କରିବା ପାଇଁ ଟଙ୍କା ଦେବା ମାମଲାରେ ମ୍ୟାନହାଟନର ଗ୍ରାଣ୍ଡ ଜୁରି କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗତକାଲି(ମଙ୍ଗଳବାର) ଟ୍ରମ୍ପଙ୍କୁ କରାଯାଇଛି ।

  • #WATCH | Former US President Donald Trump departs the Manhattan courtroom after a historic arraignment that lasted just under an hour.

    (Source: Reuters) pic.twitter.com/mzz968e3hl

    — ANI (@ANI) April 4, 2023 " class="align-text-top noRightClick twitterSection" data=" ">

ଏହି ମାମଲାରେ ଜଡିତ ଥିଲେ ଟ୍ରମ୍ପ: ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ରହିଥିଲା । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । ଟ୍ରମ୍ପ ଷ୍ଟର୍ମି ଡାନିଏଲଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମ୍ୟାନହାଟନର ଗ୍ରାଣ୍ଡ ଜୁରି କୋର୍ଟ ଅପରାଧିକ ମାମଲାକୁ ଅନୁମୋଦନ କରିଥିଲେ ।

ତେବେ କୋର୍ଟରେ ହାଜର ହେବା ପରେ ନିଜକୁ ନିର୍ଦ୍ଦୋଷ କହିଥିଲେ ଡୋନାଲ୍ଡ ଟ୍ରମ୍ପ । ତାଙ୍କ ବିରୋଧରେ ଚାଲିଥିବା ୩୪ଟି ମାମଲାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ତେବେ ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଶୁଣାଣି ପରେ ରାତି ପ୍ରାୟ ୧ଟା ସମୟରେ ସେ କୋର୍ଟ ଛାଡିଥିଲେ । ଆଜି ଟ୍ରମ୍ପ କିଛି ବିବୃତ୍ତି ଜାରି କରିପାରନ୍ତି ବୋଲି କହିଛନ୍ତି ।

ଆମେରିକା ଇତିହାସରେ ପ୍ରଥମ ଘଟଣା: ଟ୍ରମ୍ପ ଆସିବା ପୂର୍ବରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଆଠଟି କାରର କନଭୟରେ ଟ୍ରମ୍ପ କୋର୍ଟରେ ପହଞ୍ଚିଥିଲେ । ସେ ହେଉଛନ୍ତି ଆମେରିକାର ପୂର୍ବତନ ପୂର୍ବତନ ରାଷ୍ଟ୍ରପତି ଯିଏକି ଅପରାଧିକ ମାମଲାରେ ଜଡିତ ହୋଇ ଗିରଫ ହୋଇଛନ୍ତି । ରିପବ୍ଲିକାନ୍ ପାର୍ଟି ସହ ଜଡିତ ଟ୍ରମ୍ପ ସୋମବାର ଫ୍ଲୋରିଡା ଛାଡିବା ପୂର୍ବରୁ 'ଟ୍ରୁଥ୍ ସୋସିଆଲ୍' ପ୍ଲାଟଫର୍ମରେ ଲେଖିଥିଲେ, " ମୋତେ ନିରନ୍ତର ଭାବେ ହଇରାଣ କରାଯାଉଛି । ମୁଁ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଟଙ୍କା ଦେଇ କିଛି ଭୁଲ କରି ନାହିଁ ।"

ଅଭିଯୋଗକୁ ଖଣ୍ଡନ କରିଲେ ଟ୍ରମ୍ପ: ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ରହିଥିଲା । ଏହାକୁ ଲୋକଲୋଚନକୁ ନଆଣିବା ପାଇଁ ଷ୍ଟର୍ମିଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିଲେ । ଷ୍ଟର୍ମିଙ୍କୁ ଟଙ୍କା ପ୍ରଦାନ ବେଆଇନ ନୁହେଁ, କିନ୍ତୁ ଦେୟ ପଦ୍ଧତିକୁ ବେଆଇନ କୁହାଯାଇଥିଲା । କାରଣ ଟ୍ରମ୍ପ ଷ୍ଟର୍ମିଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ଓକିଲ ହାତରେ ପଇସା ପାଠାଇଥିଲେ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟ୍ରମ୍ପ ।

କୋର୍ଟରେ ହାଜର ହେବା ପୂର୍ବରୁ ଇମେଲ ପଠାଇଥିଲେ ଟ୍ରମ୍ପ: କୋର୍ଟରେ ହାଜର ହେବାର କିଛି ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଏକ ଇମେଲ ପଠାଇଥିଲେ। ସେ କହିଥିଲେ, ଗିରଫ ପୂର୍ବରୁ ଏହା ହେଉଛି ଶେଷ ଇମେଲ । ଟ୍ରମ୍ପ ଲେଖିଥିଲେ, " ଆମେରିକା ମାର୍କ୍ସବାଦୀ ତୃତୀୟ ବିଶ୍ବର ଦେଶ ହେବାକୁ ଯାଉଛି । ଆଜି ଆମେ ଆମେରିକାରେ ନ୍ୟାୟ ହରାଇ ଶୋକ କରୁଛୁ । ଆଜି ହେଉଛି ସେହି ଦିନ ଯେତେବେଳେ ଜଣେ ଦୋଷ ନକରି ମଧ୍ୟ ତାଙ୍କୁ ଗିରଫ କରାଯିବ । ଆପଣଙ୍କ ସମର୍ଥନ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଆପଣମାନଙ୍କ ପ୍ରାର୍ଥନା ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ । ଯାହା ଘଟୁଛି ତାହା ଦୁଃଖଦାୟକ କେବଳ ମୋ ପାଇଁ ନୁହେଁ, ବରଂ ପୁରା ଦେଶ ପାଇଁ ।" ତେବେ କୋର୍ଟରେ ହାଜର ହେବା ପୂର୍ବରୁ ଟ୍ରମ୍ପ ଟାଓ୍ବାରରୁ ଆରମ୍ଭ କରି ମ୍ୟାନହାଟନ କୋର୍ଟ ପର୍ଯ୍ୟନ୍ତ ତାଙ୍କ ସମର୍ଥକମାନେ ଭିଡ ଜମାଇଥିଲେ । କୋର୍ଟ ବାହାରେ ଶତାଧିକ ସମର୍ଥକ ଭିଡ ଜମାଇ ପ୍ରତିବାଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.