ETV Bharat / international

ଅସ୍ତ୍ରବିରତି ଶେଷ ପରେ ପୁଣି ଜଳୁଛି ଗାଜା; ମୃତ୍ୟୁସଂଖ୍ୟା ୧୬,୨୦୦ ବୃଦ୍ଧି - ଗାଜାରେ ମୃତ୍ୟୁସଂଖ୍ୟା ବୃଦ୍ଧି

Israel Attack On Gaza: ଅସ୍ତ୍ରବିରତି ଶେଷ ପରେ ଗାଜାରେ ଭୟାବହ ଆକ୍ରମଣ କରୁଛି ଇସ୍ରାଏଲ । ଇସ୍ରାଏଲ ସେନାର ଆକ୍ରମଣରେ ମୃତ୍ୟୁସଂଖ୍ୟା ୧୬, ୨୦୦କୁ ବୃଦ୍ଧି । ଅଧିକ ପଢ଼ନ୍ତୁ

ଗାଜା ଉପରେ ଇସ୍ରାଏଲ ଆକ୍ରମଣ
ଗାଜା ଉପରେ ଇସ୍ରାଏଲ ଆକ୍ରମଣ
author img

By ETV Bharat Odisha Team

Published : Dec 7, 2023, 11:41 AM IST

ଗାଜା: ଅସ୍ତ୍ରବିରତି ଚୁକ୍ତି ଶେଷ ପରେ ପୁଣି ଅଶାନ୍ତ ହୋଇଛି ଯୁଦ୍ଧଭୂମି । ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ୍‌ରେ ଜଳୁଛି ଧ୍ବଂସସ୍ତୁପ ଗାଜା । ପ୍ରତି ମୂହୁର୍ତ୍ତରେ ଗାଜାରେ ସ୍ଥିତି ଜଟିଳ ହେବାରେ ଲାଗିଛି । ଏବେ ଗାଜାର ଦକ୍ଷିଣାଞ୍ଚଳରେ ଇସ୍ରାଏଲ ଆକ୍ରମଣ କରୁଛି । ଦୁଇ ମାସ ଧରି ଜାରି ରହିଥିବା ଏହି ଆକ୍ରମଣରେ ଗାଜାରେ ମୃତ୍ୟୁସଂଖ୍ୟା ୧୬ ହଜାର ଅତିକ୍ରମ କରିଛି । ଉଭୟ ଆକାଶମାର୍ଗ ଏବଂ ସ୍ଥଳମାର୍ଗରେ ଭୟଙ୍କର ଆକ୍ରମଣ ହଜାର ହଜାର ପାଲେଷ୍ଟାଇନ ନାଗରିକଙ୍କୁ ବିସ୍ତାପିତ କରିଛି ଏବଂ ଏହି ଅଞ୍ଚଳରେ ମାନବୀୟ ସଙ୍କଟ ମଧ୍ୟ ଅତି ଉତ୍କଟ ସ୍ଥିତିରେ ପହଞ୍ଚି । ଆକ୍ରମଣ ମଧ୍ୟରେ ଦକ୍ଷିଣ ଗାଜା ବାହାରେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଣ ରୋକି ଦିଆଯାଇଛି ।

ମିଳିତ ଜାତିସଂଘ କହିଛି ଯେ, ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ପରଠାରୁ ଏବେ ସୁଦ୍ଧା ଗାଜା ଜନସଂଖ୍ୟାର ୮୦ ପ୍ରତିଶତ ଅର୍ଥାତ୍ ୧.୮୭ ମିଲିୟନ ଲୋକେ ନିଜ ଘର ଛାଡି ଅନ୍ୟତ୍ର ପଳାୟନ କରିଛନ୍ତି । ଗାଜାରେ ଟେଲିକମ ସେବା ବନ୍ଦ ରହିଛି । ଗତ ମଙ୍ଗଳବାର ଦିନ ଇସ୍ରାଏଲ ସେନା ହମାସ୍ ଗୋଷ୍ଠୀକୁ ସମୂଳେ ନିପାତ କରିବାକୁ ଗାଜାର ଦ୍ବିତୀୟ ସର୍ବବୃହତ ସହର ଖାନ ୟୁନିସ ମଧ୍ୟରେ ପ୍ରବେଶ କରିଥିଲା । ଏବେ ସେଠି ଭୟଙ୍କର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଯୁଦ୍ଧ ସମାପ୍ତ ହେବା ପରେ ମଧ୍ୟ ଗାଜା ଷ୍ଟ୍ରିପ୍‌ ଉପରେ ପୂର୍ଣ୍ଣ ସୁରକ୍ଷା ନିୟନ୍ତ୍ରଣ ବଜାୟ ରଖିବାକୁ ସେନାକୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଦୁର୍ବୃତ୍ତଙ୍କ ଗୁଳିମାଡ, 3 ମୃତ

ତେବେ ଦୀର୍ଘ ଦୁଇ ମାସର ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ଇସ୍ରାଏଲରେ ପାଖାପାଖି ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଅକ୍ଟୋବର ୭ ଆକ୍ରମଣ ଦିନ ହିଁ ଏଠାରେ ଅଧିକାଂଶ ନାଗରିକଙ୍କ ଜୀବନ ଯାଇଥିଲା । ସେପଟେ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଇସ୍ରାଏଲ ସେନାର ଆକ୍ରମଣରେ ଏଯାବତ୍ ୧୬, ୨୦୦ ଲୋକଙ୍କ ମୃତ୍ୟୁ ହୋଇଛି । ୪୨ ହଜାରରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କେବଳ ୭୦ ପ୍ରତିଶତ ମହିଳା ଓ ଶିଶୁ ରହିଛନ୍ତି ।

କତାର ମଧ୍ୟସ୍ଥତାରେ ଅସ୍ତ୍ରବିରତି ଚୁକ୍ତି ନେଇ ଦୁଇ ପକ୍ଷ ମଧ୍ୟରେ ୭ ଦିନ ଯୁଦ୍ଧ ବନ୍ଦ ରହିଥିଲା । ଉଭୟ ପକ୍ଷ ନିଜର ପଣବନ୍ଦୀମାନଙ୍କୁ ମୁକ୍ତ କରିଥିଲେ । ମାତ୍ର ଡିସେମ୍ବର ୧ ତାରିଖରେ ଅସ୍ତ୍ରବିରତି ଶେଷ ହେବା ସହିତ ପୁଣିଥରେ ଗାଜା ଉପରେ ଭୟାବହ ଆକ୍ରମଣ ଆରମ୍ଭ କରିଥିଲା ଇସ୍ରାଏଲ । ଯେଉଁ କାରଣରୁ ମୃତ୍ୟୁସଂଖ୍ୟା ଦ୍ରୁତିଗତିରେ ବୃଦ୍ଧି ପାଇଥିଲା । ଗତ ଶୁକ୍ରବାରରେ ପୁନଃ ଯୁଦ୍ଧ ଆରମ୍ଭ ହେବା ପରଠୁ ୧୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.