ETV Bharat / international

ପାକ୍‌ ସେନାକୁ ସମାଲୋଚନା ପରେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ଗିରଫ, ପରିବାର ଆଣିଲା ଅପହରଣ ଅଭିଯୋଗ

author img

By

Published : Aug 20, 2023, 8:11 PM IST

PTI ନେତ୍ରୀ ତଥା ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଶିରେନ ମଜାରିଙ୍କ ଝିଅ ଗିରଫ। ପୂର୍ବରୁ ପାକିସ୍ତାନ ସେନାକୁ କରିଥିଲେ ସମାଲୋଚନା। ଅଧିକ ପଢନ୍ତୁ

Imaan Mazari arrest
Imaan Mazari arrest

ଇସଲାମବାଦ: ଗିରଫ ହେଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶିରେନ ମଜାରିଙ୍କ ଝିଅ ତଥା ମାନବାଧିକାର ଓକିଲ ଇମାନ ଜୈନାବ ମଜାରି-ହାଜିର । ରବିବାର ଇସଲାମବାଦ ପୋଲିସ ତାଙ୍କୁ ଗିରଫ କରିଛି । ପାକିସ୍ତାନ ସେନାକୁ ସମାଲୋଚନା କରିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଉଥିବା ବେଳେ ସେପଟେ ପରିବାର ପକ୍ଷରୁ ଅପହରଣ ଅଭିଯୋଗ ଆସିଛି । ପୋଲିସ ଇମାନଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଇମାନଙ୍କ ଘରେ ପଶି 20 ଜଣ ତାଙ୍କୁ ଉଠାଇ ନେଇଥିଲେ । ପରେ ତାଙ୍କୁ ଗିରଫ ହେବା ନେଇ ଇସଲାମବାଦ ପୋଲିସ X ସାଇଟରେ ସୂଚନା ଦେଇଛି ।

  • Unknown persons breaking down my home cameras banging gate jumped over

    — Imaan Zainab Mazari-Hazir (@ImaanZHazir) August 19, 2023 " class="align-text-top noRightClick twitterSection" data=" ">

ଇମାନ X ସାଇଟରେ ଏକ ଟ୍ବିଟ କରିବାର କିଛି ଘଣ୍ଟା ପରେ ତାଙ୍କୁ ଇସଲାମବାଦ ପୋଲିସ ଗିରଫ କରିଛି । ସେ ଟ୍ବିଟ କରି କହିଛନ୍ତି, "କେହି ଜଣେ ଅଜଣା ବ୍ୟକ୍ତିମାନେ ମୋ ଘର ଗେଟ ଡେଇଁ କିଛି କ୍ୟାମେରାକୁ ଭାଙ୍ଗି ଦେଇଛି ।" ଇମାନ ରବିବାର ରାତି ପ୍ରାୟ 3ଟା 50ମିନିଟରେ ଏହି ଟ୍ବିଟ କରିଥିଲେ । ଏହାପରେ ଇସଲାମବାଦ ପୋଲିସ ପକ୍ଷରୁ ଏକ ଟ୍ବିଟ କରାଯାଇ ଇମାନ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଗିରଫ ନେଇ ସୂଚନା ଦେଇଥିଲେ । X ସାଇଟରେ ଇସଲାମବାଦ ପୋଲିସ ଟ୍ବିଟ କରି କହିଛି, "ଇସଲାମବାଦ ପୋଲିସ ଅଲି ୱଜିର ଓ ଇମାନ ମଜାରିଙ୍କୁ ଗିରଫ କରିଛି । ଏକ ଘଟଣାରେ ପୋଲିସ ତଦନ୍ତ ପାଇଁ ଏହି 2 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହାପରେ ଉଭୟଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

Imaan Mazari arrest
ଝିଅ ସହ ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଶିରେନ ମଜାରି

ଏହା ବି ପଢନ୍ତୁ- ପାକ ସେନା ମୋତେ ୧୦ ବର୍ଷ ଜେଲରେ ରଖିବାକୁ ଷଡ଼ଯନ୍ତ୍ର କରୁଛି: ଇମ୍ରାନ

ମାତ୍ର ପୋଲିସ କେଉଁ ଘଟଣାରେ ତଦନ୍ତ ପାଇଁ ତାଙ୍କୁ ଗିରଫ କରିଛି ସେ ନେଇ ସ୍ପଷ୍ଟ ସୂଚନା ଦେଇନାହିଁ । ଅନ୍ୟପଟେ ଟର୍ଣ୍ଣୋଲ ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଯୁବ ଆଇନଜୀବୀ ଇମାନ ଓ ଅଲି ୱଜିରଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିଥିବାରୁ ଦୁହିଁଙ୍କୁ ଗିରଫ କରାଯାଇଛି । ଇମାନଙ୍କ ଗିରଫ ନେଇ ପୋଲିସ ପକ୍ଷରୁ X ସାଇଟରେ ସୂଚନା ଦିଆଯିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନ-ତେହେରିକ-ଇନସାଫ (PTI) ନେତ୍ରୀ ତଥା ପୂର୍ବତନ ମାନବାଧିକାର ମନ୍ତ୍ରୀ ଶିରେନ ମଜାରି ଅପହରଣ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, "ମହିଳା ପୋଲିସ ଓ କିଛି ସାଦା ପୋଷାକରେ ଥିବା ଲୋକେ ଆମ ଘର କବାଟ ଭାଙ୍ଗି ମୋ ଝିଅକୁ ନେଇଯାଇଛନ୍ତି । 20 ଜଣ ମୋ ଘରେ ପଶିଥିଲେ । ସେମାନଙ୍କ ମଧ୍ୟରୁ 6ଜଣ ମହିଳା ପୋଲିସ ଓ ଅନ୍ୟମାନେ ସାଦା ପୋଷାକରେ ଥିଲେ । ସେମାନଙ୍କ ପରିଚୟ ଆମେ ପଚାରିବା ବେଳେ ମୋ ଝିଅକୁ ସେମାନେ ଟାଣି ଟାଣି ନେଇଯାଇଥିଲେ । ମୋ ଝିଅ ନାଇଟ ସୁଟ୍‌ରେ ଥିବା ବେଳେ ଡ୍ରେସ ବଦଳାଇବା ପାଇଁ ମଧ୍ୟ କହିଥିଲା । ହେଲେ ସେମାନେ କିଛି ଶୁଣିନଥିଲେ । ଆଇନ ଅନୁଯାୟୀ କୌଣସି ୱାରେଣ୍ଟ୍‌ ମଧ୍ୟ ସେମାନଙ୍କ ନିକଟରେ ନଥିଲା । ଆମେ 2 ଜଣ ଘରେ ଏକା ରହୁ । ଏହା କୌଣସି ଗିରଫ ନୁହେଁ, ବରଂ ଅପହରଣ ।"

ସେନାକୁ ସମାଲୋଚନା କରି ରାଲି କରିଥିଲେ ଇମାନ:- ସୂଚନା ଥାଉ କି ଗତ କିଛି ଦିନ ତଳେ ଏକ ରାଲିରେ ଅଂଶଗ୍ରହଣ କରିଥିଲେ ଏହି ଯୁବ ଆଇନଜୀବୀ ଇମାନ । ପଶ୍‌ତୁନ ତହଫୁଜ ମୁଭମେଣ୍ଟ (PTM)ର କର୍ମକର୍ତ୍ତାମାନେ ପାକ୍‌ ମିଲିଟାରୀ ବିରୋଧରେ ଏହି ରାଲି ବାହାର କରିଥିଲେ । ଏହି ରାଲିରେ ଖୋଲାଖୋଲି ପାକ୍‌ ସେନାକୁ ସମାଲୋଚନା କରିଥିଲେ ଇମାନ । ଦେଶର ସାମରିକ ପ୍ରତିଷ୍ଠାନ ତଥା ସରକାରୀ ଅଟ୍ଟାଳିକା ଉପରେ ଗତ ମେ 2 ତାରିଖରେ ଆକ୍ରମଣ ପରେ ଇମାନଙ୍କ ମାଆ ଶିରେନ ମଜାରି ପାକିସ୍ତାନ-ତେହେରିକ-ଇନସାଫ (ପିଟିଆଇ) ଦଳ ଛାଡ଼ିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.