ETV Bharat / international

16 ବର୍ଷର ଲଢେଇ ହେଲା ସଫଳ, ଫାଶୀଖୁଣ୍ଟରେ ଝୁଲିଲେ ହତ୍ୟାକାରୀ - ବାପାଙ୍କୁ ନ୍ୟାୟ ଦେଲେ ଝିଅ

ଦୀର୍ଘ 16 ବର୍ଷ ପରେ ଶେଷ ଯାଏଁ ଲଢି ବାପାଙ୍କ ହତ୍ୟାକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି । ସେ ହେଲେ ବାଂଲାଦେଶ ଶେଗୁଫ୍ତା ତବସୁମ୍ ଅହମ୍ମଦ । ବାପାଙ୍କ ହତ୍ୟା ମାମଲାରେ ଓକିଲ ଭାବେ ଲଢିଥିଲେ ଝିଅ । ଅଧିକ ପଢନ୍ତୁ

ବାପାଙ୍କୁ ନ୍ୟାୟ ଦେଲେ ଝିଅ
ବାପାଙ୍କୁ ନ୍ୟାୟ ଦେଲେ ଝିଅ
author img

By

Published : Apr 15, 2022, 3:14 PM IST

ଢାକା: ନାରୀ କେତେବେଳ ଲକ୍ଷ୍ମୀ ରୂପରେ ଘରକୁ ସମୃଦ୍ଧ ଆଣେ ତ କେତେବେଳେ ଦୁର୍ଗା ହୋଇ ପରିବାରର ସୁରକ୍ଷା ପାଇଁ ଲଢିଥାଏ । ସବୁ ଦୁଃଖ କଷ୍ଟ ସହି ପରିବାର ମୁହଁରେ ହସ ଫୁଟାଇବା କୌଶଳ ସତେ ଯେମିତି ସେ ହିଁ ଜାଣେ । ଧୌର୍ଯ୍ୟଶକ୍ତି ତା ପାଖରେ ହିଁ ଥାଏ । ଆମେ ସେମିତି ଜଣେ ଦୃଢମନା ସାହାସୀ ଝିଅ କଥା କହୁଛୁ ଯିଏ ତାଙ୍କ ବାପାଙ୍କୁ ନ୍ୟାୟ ଦେଇଛନ୍ତି । ଦୀର୍ଘ 16 ବର୍ଷ ପରେ ଶେଷ ଯାଏଁ ଲଢି ବାପାଙ୍କ ହତ୍ୟାକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି । ସେ ହେଲେ ବାଂଲାଦେଶ ଶେଗୁଫ୍ତା ତବସୁମ୍ ଅହମ୍ମଦ । ବାପାଙ୍କ ହତ୍ୟା ମାମଲାରେ ଓକିଲ ଭାବେ ଲଢିଥିଲେ ଝିଅ।

୨୦୦୬ ଫେବୃଆରୀରେ ଶେଗୁଫ୍ତାଙ୍କ ବାପା ତାହେର ଅହମ୍ମଦ ନିଖୋଜ ହୋଇଗଲେ । ବାଂଲାଦେଶର ରାଜଶାହୀ ବିଶ୍ବବିଦ୍ୟାଳୟରେ ସେ ଅଧ୍ୟାପକ ଥିଲେ । ନିଖୋଜ ହେବାର ୨ ଦିନ ପରେ ତାଙ୍କ ମୃତଦେହ ମିଳିଲା। ପୋଲିସରେ ତଦନ୍ତ ଆରମ୍ଭ କଲା । ମାର୍ଚ୍ଚ ୧୭ ରେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଅଭିଯୁକ୍ତମାନେ ତାହେରଙ୍କ ସହକର୍ମୀ ଥିଲେ । ଶେଗୁଫ୍ତା ସେହି ବର୍ଷ ପ୍ରଥମ ବର୍ଷ ଆଇନ ଛାତ୍ରୀ ଥିଲେ । ବାପାଙ୍କ ଦେହାନ୍ତ ପରେ ସେ ପାଠପଢା ଛାଡିଦେବାକୁ ମଧ୍ୟ ଚିନ୍ତା କରିଥିଲେ। ଯେତେବେଳେ ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ ଜାମିନ ମିଳିଲା ସେ ବାପାଙ୍କୁ ନ୍ୟାୟ ଦେବା ପାଇଁ ଓକିଲାତି କରିବା ନିଷ୍ପତ୍ତି ନେଲେ। ଦୋଷୀକୁ ଦଣ୍ଡ ଦେବାକୁ ଚିନ୍ତା କଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶେଗୁପ୍ତା କହିଛନ୍ତି ବାପାଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିବା ଖବର ପାଇଲି । ଶେଗୁଫ୍ତାଙ୍କ ଜୀବନରେ ତାହା ଥିଲା ଟର୍ଣ୍ଣିଂ ପଏଣ୍ଟ। ବହୁ ଆଲୋଚନା କରିବା ପରେ, ଜଣେ ଓକିଲ ଭାବରେ କାମ ଆରମ୍ଭ କରିବାକୁ ଚାହିଁଲେ। ବାପାଙ୍କ ହତ୍ୟା ମାମଲାରେ ନିଜେ ଲଢିବାକୁ ସ୍ଥିର କଲେ । ଅଭିଯୁକ୍ତଙ୍କ ବିରୋଧରେ ଲଢିବା ଏତେ ସହଜ ନଥିଲା। କାରଣ ସେମାନେ ୧୫ ରୁ ୨୦ ଜଣ ଓକିଲ ନିଯୁକ୍ତ କରିଥିଲେ। ତେବେ କିଛି ଶେଗୁଫ୍ତାଙ୍କୁ ସାହାଯ୍ୟ କରିଥିଲେ । ୨୦୧୩ ମେ ୧୩ତାରିଖରେ ଆସିଲା ହାଇକୋର୍ଟଙ୍କ ରାୟ। ଦୋଷୀ ସାବ୍ୟସ୍ତ ହୋଇଥିବା ମୋହିଉଦ୍ଦିନ ଏବଂ ଜାହାଙ୍ଗୀରଙ୍କୁ ମୃତ୍ୟୁଦଣ୍ଡ ମିଳିଲା । ସଲାମ ଏବଂ ନାଜମୁଲଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ହୋଇଛି । ନ୍ୟାୟ ପାଇବାକୁ ଶେଗୁଫ୍ତାଙ୍କୁ ଲାଗିଗଲା ୧୬ ବର୍ଷ ।

ବାପାଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଶେଗୁଫ୍ତା ଉଚ୍ଚ ଡିଗ୍ରୀ ହାସଲ କରିବା ସତ୍ତ୍ବେ ବି ଏହି ମାମଲା ଚାଲିଥିବା ପର୍ଯ୍ୟନ୍ତ ସେ ଅନ୍ୟ କେଉଁ କେସ୍‌ ଲଢିପାରି ନଥିଲେ । ଶେଷରେ, ୨୦୨୨ ଏପ୍ରିଲ୍ ୫ ତାରିଖରେ ଆପିଲେଟ୍‌ ଡିଭିଜନ୍ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ। 16 ବର୍ଷ ମୁଁ ଲଢିଛି । ଅନେକ କିଥି ଅନୂଭିତି ପାଇଛି । ଏ ରାୟରେ ମୁଁ ଖୁସି ବୋଲି କହିଛନ୍ତି ଶେଗୁପ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.