ETV Bharat / international

Sri Lanka Economic Crisis: ମିଳୁନି ଜରୁରୀକାଳୀନ ସେବା, ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ

author img

By

Published : Mar 31, 2022, 5:17 PM IST

ଆର୍ଥିକ ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତ ଦିନକୁ ଦିନ ଆହୁରି ଖରାପ ହେବାର ଲାଗିଛି । ସାଧାରଣ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବାରେ ଶ୍ରୀଲଙ୍କା ସରକାର ସମ୍ପର୍ଣ୍ଣ ବିଫଳ ହୋଇଛନ୍ତି । ଲୋକଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବା ଲାଗି ଘଣ୍ଟା ଘଣ୍ଚା ଧରି ଲାଇନରେ ଛିଡା ହେବାକୁ ପଡୁଛି । ଅଧିକ ପଢନ୍ତୁ

Sri Lanka Economic Crisis: ମିଳୁନୀ ଜରୁକାଳୀନ ସେବା, ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ

କଲୋମ୍ବୋ: ଘୋର ଆର୍ଥିକ ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତ ଦିନକୁ ଦିନ ଆହୁରି ଖରାପ ହେବାର ଲାଗିଛି । ସାଧାରଣ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବାରେ ଶ୍ରୀଲଙ୍କାସରକାର ସମ୍ପର୍ଣ୍ଣ ବିଫଳ ହୋଇଛନ୍ତି । ଲୋକଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବା ଲାଗି ଘଣ୍ଟା ଘଣ୍ଚା ଧରି ଲାଇନରେ ଛିଡା ହେବାକୁ ପଡୁଛି ।

ସେହିପରି ଦୈନିକ ପ୍ରାୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍‌କାଟ କରାଯାଉଛି । ତେବେ ଋଣଭାରରେ ବୁଡି ରହିଥିବା ଶ୍ରୀଲଙ୍କାରେ ବେଳକୁ ବେଳେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସାଧାରଣ ଲୋକ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

ସେହିଭଳି ଲୋକଙ୍କୁ ମେଡିସିନ ଓ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ କରିପାରୁ ନାହାନ୍ତି ଶ୍ରୀଲଙ୍କା ସରକାର । ଦେଶରେ ଏଭଳି ଅବସ୍ଥା ହୋଇଛି ଯେ, ଲୋକଙ୍କୁ ମେଡିସିନ ମିଳିବା କଷ୍ଟସାଧ୍ୟା ହୋଇଥିବା ବେଳେ ଖାଦ୍ୟ ପଦାର୍ଥର ମୂଲ୍ୟ ଅହେତୂକ ଭାବରେ ବଢି ଯାଇଛି । ଏପଟେ ଦେଶରେ ରହିଥିବା ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହୋଇ ଯାଇଥିବା କାରଣୁ ଶ୍ରୀଲଙ୍କା ସରକାର ଅନ୍ୟ ଦେଶରୁ ଖାଦ୍ୟ ଶଷ୍ୟ ଅମଦାନୀ କରି ପାରୁନାହିଁ ।

ଏତଦ୍‌ବ୍ୟତିତ୍‌ ଶ୍ରୀଲଙ୍କା ନାଗରିକ କହିବା ଅନୁସାରେ, ୧୯୪୮ରେ ଦେଶ ସ୍ବାଧୀନତା ପାଇବାରେ ଦେଶରେ ଏଭଳି ଆର୍ଥିକ ସଂଙ୍କଟ କେବେ ଦେଖି ନଥିଲେ । ତେବେ ଦେଶରେ ଏହି ଆର୍ଥିକ ସଙ୍କଟ ପାଇଁ ସାଧାରଣ ଲୋକେ ସରକାରଙ୍କୁ ଦାୟୀ କରିଛନ୍ତି । ସରକାର ଋଣ କରିବା ସହ ସମୟ ଅନୁସାରେ ଋଣ ପୈଠ ନକରିବା ଦ୍ବାରା ଦେଶରେ ଏହି ଆର୍ଥକ ସଙ୍କଟ ଦେଖିବାକୁ ମିଳିଛି ।

ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଫଛର କାରଣ କ'ଣ

ତେବେ ୨୦୦୯ ମସିହାରେ ଶ୍ରୀଲଙ୍କାରେ କ୍ଷମତା ହାସଲ ପାଇଁ ହୋଇଥିବା ଗୃହଯୁଦ୍ଧ ଏହି ସଙ୍କଟ ପାଇଁ ଦାୟୀ ବୋଲି ବିଶେଷଜ୍ଞ କହୁଛନ୍ତି । ସେତେବେଳେ ଦେଶରେ କ୍ଷମତା ହାସଲ ପାଇଁ ହୋଇଥିବା ଗୃହଯୁଦ୍ଧ ଦେଶର ଅର୍ଥନୀତିକୁ ଦୁର୍ବଳ କରିବା ସହ ଦେଶରେ ବିକାଶଧାରାକୁ ନିମ୍ନଗାମୀ କରିଥିଲା । ଏଥିସହ ୨୦୧୬ରେ ହୋଇଥିବା ଦେଶରେ ମରୁଡି ଓ ଇସଲାମବାଦୀ ସଂଗଠନ ପକ୍ଷରୁ ହୋଇଥିବା ବୋମା ବିସ୍ଫୋରଣ କାରଣରୁ ଅର୍ଥିନୀତିରେ ବଡ ପ୍ରଭାବ ପକାଇଥିଲା ।

ଫଳରେ ୨୦୧୬ରେ ବୋମା ବିସ୍ଫୋରଣରେ ୨୭୯ଜଣ ଲୋକଙ୍କୁ ମୃତ୍ୟୁ ହୋଇଥିଲା । ଏହା ଦ୍ବାରା ଶ୍ରୀଲଙ୍କାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଏଥିସହ ଧୀରେ ଧୀରେ ଏହାର ପ୍ରଭାବ ପୂରା ଶ୍ରୀଲଙ୍କା ପର୍ଯ୍ୟଟନ କ୍ଷେତ୍ର ଉପରେ ଏକ ବଡ ଅର୍ଥନୀତି ସଙ୍କଟ ମାଡି ଆସିଥିଲା ।

ସେହିପରି କୋଭିଡ ମହାମାରୀ କାରଣରୁ ଦେଶର ଆର୍ଥିକ କାରବାର ଉପରେ ବଡ ବିପଦ ସୃଷ୍ଟି ହେବା ସହ ବିଦେଶ ମୁଦ୍ରା ଅର୍ଜନ କରିବାରେ ଶ୍ରୀଲଙ୍କା ସରକାର ବିଫଳ ହୋଇଥିଲେ । ତେବେ ଶ୍ରୀଲଙ୍କା ସରକାର କରିଥିବା ଋଣ ପୈଠ ନକରିବା ସହ ଲୋକଙ୍କୁ ଠାରୁ କର ସଂଗ୍ରହ ଠିକ୍‌ ଭାବରେ ନକରିବା କାରଣରୁ ଏହି ସବୁ ଆର୍ଥିକ ସଙ୍କଟ ଆଜି ଦେଖିବାକୁ ମିଳିଛି ।

ସେହିଭଳି ଦୀର୍ଘ ବର୍ଷ ଧରି ଚାଲିଥିବା ବଜେଟର ନିଅଣ୍ଟ ସହ ସରକାରୀ ରାଜସ୍ୱରୁ ଟିକସ ହ୍ରାସ ଏବଂ ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଉପଯୋଗୀତା ଉପରେ ସବସିଡି ଯାହା ଶ୍ରୀଲଙ୍କାର ଧନୀ ଲୋକଙ୍କୁ ସୁହାଇବା ସହ ଅନୁପଯୁକ୍ତ ହୋଇଥିଲା । ଫଳରେ ଶ୍ରୀଲଙ୍କାରେ ଆଜି ଦେଖାଯାଇଥିବା ଆର୍ଥିକ ସଙ୍କଟ ଲାଗି ଏହି ସବୁ କାରଣ ମୁଖ୍ୟତଃ ଦାୟୀ ହୋଇଛି ।

ଅପରପକ୍ଷରେ ଶ୍ରୀଲଙ୍କାର ଏହି ଅର୍ଥନୈତିକ ସଂକଟ ପଛରେ ଚୀନର ଭୂମିକା ରହିଛି । ଚୀନ ଦକ୍ଷିଣ ଏସିଆର ଏହି ଦେଶକୁ ଋଣଭାରରେ ବୁଡାଇବା ଦେବା ସହ ଋଣଭାର ବୋଝ ଶ୍ରୀଲଙ୍କାର ବଢାଇ ଦେଇଥିଲା । ଏପଟେ ଶ୍ରୀଲଙ୍କା ଏହି ସ୍ଥିତି ସୁଧାରିବା ଲାଗି ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିବା ବେଳେ କେବଳ ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡର ସହାୟତକୁ ଅପେକ୍ଷାରେ ରହିଛନ୍ତି ଶ୍ରୀଲଙ୍କା ସରକାର । ଯଦି ଅନ୍ତର୍ଜାତୀୟ ମନିଟାରୀ ଫଣ୍ଡ ଆର୍ଥିକ ସହାୟତା ପ୍ରଦାନ କରନ୍ତି, ତେବେ ଶ୍ରୀଲଙ୍କା ସରକାର ନାଗରିକଙ୍କ ପାଇଁ ଆବଶ୍ୟକୀୟ ପଡୁଥିବା ଜିନିଷ ଅମଦାନୀ କରି ପାରିବେ ।

ଅନ୍ୟପଟେ ଶ୍ରୀଲଙ୍କା ସଙ୍କଟର ଆଉ ଏକ କାରଣ ହେଉଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ତେବେ ଶ୍ରୀଲଙ୍କାରେ ଉତ୍ପାଦିତ ହେଉଥିବା ଚା ପତି ଋଷିଆକୁ ଶ୍ରୀଲଙ୍କା ରପ୍ତାନୀ କରିଥାଏ । ଫଳରେ ଯୁଦ୍ଧ କାରଣୁ ଋଷିଆ ଉପରେ ଲାଗି ଥିବା ପ୍ରତିବନ୍ଧକ ଲାଗି ଶ୍ରୀଲଙ୍କାରେ ଏହି ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି । ସେହିପରି ଗତ କିଛି ଦିନ ତଳେ ଶ୍ରୀଲଙ୍କାକୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକୀୟ ଜିନିଷ ପଠାଇବା ସହ ସହଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.