ETV Bharat / international

Covid In China: ଚୀନରେ ସାଂଘାତିକ କୋରୋନା ସ୍ଥିତି, ୯୦ କୋଟି ସଂକ୍ରମିତ

author img

By

Published : Jan 14, 2023, 9:28 AM IST

ଚୀନରେ ହୁ ହୁ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ୯୦ କୋଟିରୁ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଚୀନର ପେକିଂ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

Covid In China
Covid In China

ବେଜିଂ: ଚୀନରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତ, ସମେତ ଜାପାନ ଓ ଆମେରିକା ଭଳି ଦେଶରେ ମଧ୍ୟ ଲହରକୁ ନେଇ ଭୟ ଦେଖାଦେଇଛି । ଏଭଳି ସ୍ଥିତିରେ ଏକ ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି । ଜାନୁଆରୀ ୧୧ ତାରିଖ ସୁଦ୍ଧା ଦେଶରେ ୬୪ ପ୍ରତିଶତ ଲୋକ ଅର୍ଥାତ ୯୦ କୋଟି ଲୋକ କୋଭିଡ ସଂକ୍ରମିତ ହୋଇସାରିଛନ୍ତି । ଏନେଇ ଚୀନର ପେକିଂ ବିଶ୍ବବିଦ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଏହାସହ ଗ୍ରାନସୁ ପ୍ରଦେଶରେ ୯୧ ପ୍ରତିଶତ, ୟୁନାନରେ ୮୪ ପ୍ରତିଶତ , ହେନାନ ପ୍ରଦେଶରେ ୮୯ ପ୍ରତିଶତ ଏବଂ କିଘାଂଇ ପ୍ରାନ୍ତର ୮୦ ପ୍ରତିଶତରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନ ଦୂତାବାସରେ ପଞ୍ଜାବ ଅଧ୍ୟାପିକାଙ୍କୁ ନିର୍ଯାତନା, ଭିସା ପାଇଁ କରିଥିଲେ ଆବେଦନ

ଆହୁରି ୨-୩ ମାସ ଲାଗି ରହିବ ଲହର: ଚୀନର ସ୍ବାସ୍ଥ୍ୟ ବିଶେଷଜ୍ଞ ଜେଙ୍ଗ ଗୁଆଙ୍ଗ ଦାବି କରିଛନ୍ତି, ଚୀନରେ ଆଗାମୀ ୨ରୁ ୩ ମାସ ଯାଏଁ ସଂକ୍ରମଣ ଲହର ଲାଗି ରହିବ । ସହର ପରେ ଏବେ ଗାଁ ମୁହାଁ କୋରୋନା ସଂକ୍ରମଣ । ନୂଆବର୍ଷ ମନେଇବା ପାଇଁ ଲୋକେ ଗାଁ ମୁହାଁ ହୋଇଛନ୍ତି । ଏହା ଦ୍ବାରା ଆଉ କିଛି ସପ୍ତାହ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଆକଳନ କରାଯାଉଛି । ଚୀନର ଏଭଳି ସ୍ଥିତିକୁ ନେଇ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଉଦବେଦ ପ୍ରକାଶ କରାଯାଇଛି ।

ବିଶେଷ କରି ଚୀନ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ନେଇ ସଠିକ ତଥ୍ୟ ଦେଉନଥିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ୟା ସୃଷ୍ଟି ହେଉଥିବା ନେଇ ହୁ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତି ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ବିପଦା ଆଣିପାରେ ବୋଲି କୁହାଯାଇଛି । ଚୀନର ମହାମାରୀ ନିବାରଣ ଟିମର ସଦସ୍ୟ ପ୍ରଫେସର ଗୁଓ ଜିୟାନଓ୍ବେନ ଘରେ ରହିଥିବା ବୃଦ୍ଧବୃଦ୍ଧା କିମ୍ବା ରୋଗରେ ପୀଡିତ ଥିବା ଲୋକମାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପୂର୍ବରୁ ନ୍ୟୁ ଇୟରେ ସଂକ୍ରମଣ ବଢିବା ନେଇ ସତର୍କ କରାଇଥିଲେ । ଇତି ମଧ୍ୟରେ ଚୀନରେ ସବୁ ସୀମାକୁ ଖୋଲି ଦିଆଯାଇଛି । ଆଗାମୀ ୪୦ ଦିନ ଭିତରେ ଦେଶର ୨୦୦ କୋଟି ଲୋକଙ୍କ ଯିବା ଆସିବା ଘଟିବ । ଫଳରେ ସଂକ୍ରମଣ ଭୟାବହ ରୂପ ଧାରଣ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.