ETV Bharat / international

ଭୁଲ୍‌ରେ ୧ କୋଟି ଦରମା ଦେଲା କମ୍ପାନୀ, ଟଙ୍କା ଧରି କର୍ମଚାରୀ ଚମ୍ପଟ୍‌

କେବେ ଚିନ୍ତା କରିଛନ୍ତି କି, ଯଦି ବ୍ୟାଙ୍କ ଆକାଉଣ୍ଟକୁ ଅଜାଣତରେ ଆପଣଙ୍କ କମ୍ପାନୀ ଆପଣଙ୍କ ଦରମାର ୨୮୦ ଗୁଣା ଟଙ୍କା ଜମା କରିବ, ତେବେ ଆପଣଙ୍କ ପ୍ରତିକ୍ରିୟା କଣ ହେବ ? ଅଧିକ ପଢ଼ନ୍ତୁ

ଭୁଲ୍‌ରେ ୧ କୋଟି ଦରମା ଦେଲା କମ୍ପାନୀ, ଟଙ୍କା ଧରି କର୍ମଚାରୀ ଚମ୍ପଟ୍‌
ଭୁଲ୍‌ରେ ୧ କୋଟି ଦରମା ଦେଲା କମ୍ପାନୀ, ଟଙ୍କା ଧରି କର୍ମଚାରୀ ଚମ୍ପଟ୍‌
author img

By

Published : Jun 30, 2022, 7:03 AM IST

ଚିଲି: କେବେ ଚିନ୍ତା କରିଛନ୍ତି କି, ଯଦି ବ୍ୟାଙ୍କ ଆକାଉଣ୍ଟକୁ ଅଜାଣତରେ ଆପଣଙ୍କ କମ୍ପାନୀ ଆପଣଙ୍କ ଦରମାର ୨୮୬ ଗୁଣା ଟଙ୍କା ଜମା କରିବ, ତେବେ ଆପଣଙ୍କ ପ୍ରତିକ୍ରିୟା କଣ ହେବ ? ଚିଲିରେ ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ସେ କାର୍ଯ୍ୟରତ କମ୍ପାନୀ ଭୁଲ୍‌ରେ ୧.୪୨ କୋଟି ଟଙ୍କା(୧୬୫୩୯୮୮୫୧ ପେସୋସ୍‌) ଜମା କରିଥିଲା । ଏହାପରେ ବ୍ୟକ୍ତିଜଣକ ଟଙ୍କା ଧରି ଫେରାର ହୋଇଛନ୍ତି । ଏହି କର୍ମଚାରୀଙ୍କ ପ୍ରକୃତ ଦରମା ହେଉଛି ୪୩ ହଜାର ଟଙ୍କା(୫୦୦୦୦୦ ପେସୋସ୍‌) ।

କମ୍ପାନୀ ନିଜ ଭୁଲ୍‌ ହୃଦୟଙ୍ଗମ କରିବା ପରେ ସମ୍ପୃକ୍ତ କର୍ମଚାରୀଙ୍କ ସହ ସମ୍ପର୍କ କରିଥିଲା । ବ୍ୟକ୍ତି ଜଣକ ସମସ୍ତ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ସହମତି ପ୍ରକାଶ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀକୁ ଇସ୍ତଫା ଦେଇ ଚମ୍ପଟ୍‌ ମାରିଛନ୍ତି । ସେପଟେ କର୍ମଚାରୀଙ୍କ ଏଭଳି ବ୍ୟବହାର ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମୁଣ୍ଡ ଗୋଲ୍‌ ହୋଇଛି । ଏ ବାବଦରେ ପୋଲିସକୁ ଜଣାଇବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କମ୍ପାନୀ । ପୋଲିସ ପକ୍ଷରୁ ବ୍ୟକ୍ତି ଜଣଙ୍କୁ ଗିରଫ କରିବା ଉଦ୍ୟମ ଜାରି ରହିଥିବା ବେଳେ ସେ ନେଇଥିବା ଟଙ୍କା ଫେରି ପାଇବାକୁ ଉଦ୍ୟମ କରାଯାଉଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.