ETV Bharat / international

କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡ ନୂଆ ପ୍ରଧାନମନ୍ତ୍ରୀ - କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡ ନୂଆ ପ୍ରଧାନମନ୍ତ୍ରୀ

44 ବର୍ଷୀୟ କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଧିକ ପଢନ୍ତୁ

new zealand new prime minister
କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡ ନୂଆ ପ୍ରଧାନମନ୍ତ୍ରୀ
author img

By

Published : Jan 25, 2023, 10:16 AM IST

Updated : Jan 25, 2023, 1:54 PM IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ତାର ନୂଆ ପ୍ରଧାନମନ୍ତ୍ରୀ ମିଳିଛି । କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କୋରୋନା ମହାମାରୀ ସମୟରେ ରେସପନ୍ସ ମନ୍ତ୍ରୀ ଭାବେ କାର୍ଯ୍ୟ କରି ସମସ୍ତଙ୍କ ପ୍ରଶଂସ ପାଇଥିବା କ୍ରିସ ଏକମାତ୍ର ସାଂସଦ ଭାବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ନ୍ୟୁଜିଲାଣ୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ଲେବର ପାର୍ଟିର ସାଂସଦ ତଥା ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ମନୋନୀତ ହୋଇଥିଲେ । ବର୍ତ୍ତମାନ ସେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦେଶର ଉପ-ପ୍ରଧାନମନ୍ତ୍ରୀ ଭାବେ କାର୍ମେଲ୍‌ ସିପୁଲୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ...ବିଦ୍ୟୁତ ବିଲ ପୈଠ କରିବାକୁ ଅସମର୍ଥ ପାକିସ୍ତାନ ! ଦିନକ ପରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ

ସଂସଦ ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କ୍ରିସ ହିପକିନ୍ସ । ୪୪ ବର୍ଷୀୟ କ୍ରିସ୍ ହିପ୍‌କିନସ୍‌ ଦେଶର ୪୧ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଅକ୍ଟୋବର ୧୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିରେ ହିପ୍‌କିନସ୍ ଦଳର ନେତୃତ୍ବ ନେବେ । ଆସନ୍ତା ସପ୍ତାହରେ କ୍ରିସ ହିପକିନ୍ସ ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ କରିବା ନେଇ ସୂଚନା ମିଳିଛି । ୨୦୨୦ ନଭେମ୍ବରରେ ହିପ୍‌କିନ୍ସ ଦେଶର କୋଭିଡ-୧୯ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା । ଏହାପରେ ଶିକ୍ଷା ଓ ସାଧାରଣ ସେବା ବିଭାଗର ମନ୍ତ୍ରୀ ଥିଲେ । 2008ରେ ହିପକିନ୍ସ ସଂସଦୁ ନିର୍ବାଚିତ ହୋଇଥିଲେ । ପୋଲିସ, ଶିକ୍ଷା ଏବଂ ଲୋକସେବା ମନ୍ତ୍ରୀ ଥିଲେ କ୍ରିସ ହିପକିନ୍ସ ।

ଏହା ବି ପଢନ୍ତୁ...ନ୍ୟୁଜିଲାଣ୍ଡରେ ସମୁଦ୍ରରେ ବୁଡି ଦୁଇ ଭାରତୀୟ ମୃତ

ଅକ୍ଟୋବର 14ରେ ନ୍ୟୁଜିଲାଣ୍ଡରେ ସାଧାରଣ ନିର୍ବାଚନ ହେବ । ଏହି ସମୟରେ ଲେବର ପାର୍ଟି କ୍ରିସଙ୍କ ନେତୃତ୍ବରେ ଲଢିବ । ଦରବୃଦ୍ଧି,ଦାରିଦ୍ର୍ୟ ଓ ଅପରାଧ ନ୍ୟୁଜିଲାଣ୍ଡରେ ବଢୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ସ୍ବର ଶାଣିତ ହେବାରୁ ଜାସିଣ୍ଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତାଫା ଦେବାକୁ ଘୋଷଣା କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହାପରେ ତାଙ୍କ ସ୍ଥାନ ନେଇଛନ୍ତି କ୍ରିସ ହିପକିନ୍ସ । ବର୍ତ୍ତମାନ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ ହିପକିନ୍ସ କିପରି ମୁକାବିଲା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

Last Updated : Jan 25, 2023, 1:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.