ETV Bharat / international

ଆମେରିକାର ମିସାଇଲ ମାଡରେ ଖସିଲା ଚୀନ ସ୍ପାଏ ବେଲୁନ, ପ୍ରତିକ୍ରିୟାଶୀଳ ହେଲା ବେଜିଂ - ଚୀନ ଆମେରିକା ବିବାଦ

ଚୀନର ସନ୍ଦେହଜନକ ଗୁପ୍ତଚର ବେଲୁନ୍କୁ ମିସାଇଲ ମାଡ କରି ଖସାଇଦେଲା ଆମେରିକା । ଚୀନ କହିଲା ଅନ୍ତର୍ଜାତୀୟ ଅଭ୍ୟାସର ଉଲଙ୍ଘନ । ଉପଯୁକ୍ତ ପ୍ରତିକ୍ରିୟା ନେଇ ଦେଲା ଚେତାବନୀ । ଅଧିକ ପଢନ୍ତୁ

ସ୍ପାଏ ବେଲୁନକୁ ଗୁଳି କରି ଖସାଇଲା ଆମେରିକା
ସ୍ପାଏ ବେଲୁନକୁ ଗୁଳି କରି ଖସାଇଲା ଆମେରିକା
author img

By

Published : Feb 5, 2023, 5:52 PM IST

ହାଇଦ୍ରାବାଦ: ଆମେରିକାରେ ଆଣ୍ଟାଲାଟିକ୍‌ ଉପକୂଳ ଆକାଶରେ ଦୃଶ୍ୟମାନ ହୋଇଥିବା ଚୀନର ସନ୍ଦେହଜନକ ଗୁପ୍ତଚର ବେଲୁନକୁ ଆମେରିକା ମିସାଇଲ୍‌ ମାଡ଼ କରି ଖସାଇ ଦେଇଛି । ଏହି ଘଟଣାରେ ଚୀନ ଓ ଆମେରିକା ମଧ୍ୟରେ ତିକକ୍ତା ବଢିବାରେ ଲାଗିଛି । ଓ୍ବାଶିଂଟନର କାର୍ଯ୍ୟାନୁଷ୍ଠାନରେ କ୍ଷୁବ୍ଧ ହୋଇଛି ବେଜିଂ । ଏହାକୁ ନେଇ ବେଜିଂ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆବଶ୍ୟକ ପ୍ରତିକ୍ରିୟା ଦେବାକୁ ଚେତାବନୀ ମଧ୍ୟ ଦେଇଛି ।

ଉତ୍ତର ଆମେରିକା ଉପକୂଳରେ ଗତ କିଛି ଦିନ ହେବ ଉଡୁଥିବା ଅବସ୍ଥାରେ ଦୃଶ୍ଯମାନ ହୋଇଥିଲା ଏହି ଚୀନ ବେଲୁନ । ଏହା ଏକ ଗୁପ୍ତଚର ବା ସ୍ପାଏ ବେଲୁନ ହୋଇଥିବା ଚର୍ଚ୍ଚା ହୋଇଥିଲା । ଏହାରି ମଧ୍ୟରେ ଗତକାଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଆମେରିକା । ଆମେରିକା ବାୟୁସେନାର ଲଢୁଆ ବିମାନ ଏଏଫ-22 ଯୋଗେ ଏହି ବେଲୁନକୁ ମିସାଇଲ ମାଡ କରି ନଷ୍ଟ କରିଦିଆଯାଇଥିଲା । ତେବେ ଏହା ସମୁଦ୍ରରେ ଖସିପଡିଥିବା ବେଳେ ଆମେରିକା ସେନା ମଧ୍ୟ ଏହାର କିଛି ଅଂଶ ଉଦ୍ଧାର କରିଥିବା ସୂଚନା ମିଳିଛି ।

ଚୀନର ଏପରି କାର୍ଯ୍ୟକଳାପ ଆମେରିକାର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ଦର୍ଶାଇଥିଲେ । ତେଣୁ ଏହା ବିରୋଧରେ ଏକ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ମଧ୍ୟ ଦେଇଥିଲେ । ଏହା ପରେ ପେଣ୍ଟାଗନ ପକ୍ଷରୁ ଏହି ଅପରେସନକୁ ସଫଳତାର ସହ ଶେଷ କରାଯାଇଛି । ଏକ ଲଢୁଆ ବିମାନରୁ ମିସାଇଲ ମାଡ କରି ଏହି ବେଲନକୁ ନଷ୍ଟ କରି ସମୁଦ୍ରରେ ଖସାଇ ଦେଇଛି ଆମେରିକା ।

ତେବେ ଏହି କାର୍ଯ୍ୟାନୁଷ୍ଠାନରେ ଗମ୍ଭୀର ପ୍ରତିକ୍ରିୟାଶୀଳ ହୋଇଛି ଚୀନ । ଆଜି ସକାଳେ ଚୀନ ବୈଦେଶିକ ମନ୍ତ୍ରଣାଳୟ, ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ଅନ୍ତର୍ଜାତୀୟ ଅଭ୍ୟାସର ଉଲଙ୍ଘନ ବୋଲି ଦର୍ଶାଇଛି । ଏହା ଏକ ବେସାମରିକ ଏୟାରକ୍ରାଫ୍ଟ ଥିଲା । ଏହା ଆମେରିକାର ସୁରକ୍ଷା ପ୍ରତି କୌଣସି ଆହ୍ବାନ ନଥିଲା । ଏହାକୁ ଆମେରିକା ମିସାଇଲ ମାଡ କରି ଖସାଇଦେବା ଅନ୍ତର୍ଜାତୀୟ ଅଭ୍ୟାସର ସ୍ପଷ୍ଟ ଉଲଙ୍ଘନ ବୋଲି ବେଜିଂ କହିଛି । ସେହିପରି ଏହା ବିରୋଧରେ ଚୀନ ଉଚିତ ପ୍ରତିକ୍ରିୟା ରଖିବ ବୋଲି ବେଜିଂ କହିଥିଲା ।

ଆମେରିକାର ମିସାଇଲ ମାଡରେ ବେଲୁନଟି ନଷ୍ଟ ହୋଇ ଉତ୍ତର-କାର୍ଲିଫର୍ଣ୍ଣିଆ ଉପକୂଳରେ ଆଣ୍ଟାଲାଟିକ ମହାସାଗର ଜଳରାଶିରେ ଖସିପଡିଛି । ଅପରେସନ ସଫଳ ହେବା ପରେ ରାଷ୍ଟ୍ରପତି ଜୋ ବାଇଡେନ ଅପରେସନରେ ଅଂଶଗ୍ରହଣ କରିଥିବା ବାୟୁସେନାର ପାଇଲଟଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.