ETV Bharat / international

ମଣିଷକୁ ବାର୍ଡ ଫ୍ଲୁ, ଚୀନରୁ ଚିହ୍ନଟ ପ୍ରଥମ ରୋଗୀ

author img

By

Published : Apr 27, 2022, 12:09 PM IST

ପଶୁ-ପକ୍ଷୀଙ୍କଠାରୁ ମଣିଷ ବାର୍ଡ ଫ୍ଲୁରେ ସଂକ୍ରମିତ । ଚୀନରୁ ପ୍ରଥମ ରୋଗୀ ଚିହ୍ନଟ । ଚୀନର ଜଣଙ୍କଠୁ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି । ସମ୍ପୃକ୍ତ ରୋଗୀଙ୍କ ଠାରେ H3N8 ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

ମଣିଷକୁ ବାର୍ଡ ଫ୍ଲୁ, ଚୀନରୁ ଚିହ୍ନଟ ପ୍ରଥମ ରୋଗୀ
ମଣିଷକୁ ବାର୍ଡ ଫ୍ଲୁ, ଚୀନରୁ ଚିହ୍ନଟ ପ୍ରଥମ ରୋଗୀ

ବେଜିଂ: ପଶୁ-ପକ୍ଷୀଙ୍କ ଠାରୁ ମଣିଷ ବାର୍ଡ ଫ୍ଲୁରେ ସଂକ୍ରମିତ । ଚୀନରୁ ପ୍ରଥମ ରୋଗୀ ଚିହ୍ନଟ । ଚୀନର ଜଣଙ୍କଠୁ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି । ସମ୍ପୃକ୍ତ ରୋଗୀଙ୍କ ଠାରେ H3N8 ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ତେବେ ଏହି ଭୂତାଣୁ ବେଶୀ ଭୟଙ୍କର କିମ୍ବା ମଣିଷଠାରୁ ମଣିଷକୁ ଅଧିକ ସଂକ୍ରାମକ ନୁହେଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।

ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନ (National Health Commission) କହିଛନ୍ତି ଯେ, ଜଣେ ୪ ବର୍ଷୀୟ ପିଲା ଏହି ରୋଗରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର କେହି ସମ୍ପର୍କୀୟ ଏହି ଭୂତାଣୁ ସଂକ୍ରମଣରେ ଆସି ନାହାନ୍ତି । ତେବେ ପିଲା ଜଣଙ୍କ କିପରି ସଂକ୍ରମିତ ହେଲେ ତାହା ଚିନ୍ତାର କାରଣ ହୋଇଛି । ଶିଶୁଟି ତାଙ୍କ ଘରେ ପାଳିତ କୁକୁଡ଼ା ଏବଂ ଗାଈ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।

୨୦୦୨ରେ ପ୍ରଥମେ ଉତ୍ତର ଆମେରିକାରେ H3N8 ଭୂତାଣୁ ଚିହ୍ନଟ ହୋଇଥିଲା । ପରେ ଏହା ବ୍ୟାପିଥିଲା । ବିଶେଷ କରି ଘୋଡ଼ା, କୁକୁରଙ୍କ ନିକଟରେ ଏହି ଭୂତାଣୁ ଦେଖାଯାଇ ଥାଏ । କିନ୍ତୁ ପ୍ରଥମଥର ଏହି ଭାଇରସ୍‌ ମଣିଷ ଶରୀରରୁ ବ୍ୟାପିଥିବା ଜଣାପଡ଼ିଛି । ତେବେ ବଡ଼ ଧରଣର ମହାମାରୀ ହେବାର ଆଶଙ୍କା କମ୍ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.