ETV Bharat / international

ଧାରା 370ଉଚ୍ଛେଦ ପ୍ରସଙ୍ଗରେ ଚୀନର ପ୍ରଥମ ପ୍ରତିକ୍ରିୟା, "2 ଦେଶ ମଧ୍ୟରେ ଆଲୋଚନାର ଆବଶ୍ୟକତା" - 370 ଧାରାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

China reaction to Supreme Court verdict on Article 370: ସୁପ୍ରିମକୋର୍ଟ ଧାରା 370 ଉଚ୍ଛେଦ ବୈଧ ନେଇ ଘୋଷଣା କରିବା ପରେ ଚୀନ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି । ଆଲୋଚନା ମାଧ୍ୟମରେ ଭାରତ- ପାକିସ୍ତାନ ଜାମ୍ମୁ-କାଶ୍ମୀର ବିବାଦ ସମାଧାନ କରିବାକୁ ଚୀନର ପରାମର୍ଶ । ଅଧିକ ପଢନ୍ତୁ

China reaction to Supreme Court verdict on Article 370
ଧାରା 370ଉଚ୍ଛେଦ ପ୍ରସଙ୍ଗରେ ଚୀନର ପ୍ରଥମ ପ୍ରତିକ୍ରିୟା
author img

By ETV Bharat Odisha Team

Published : Dec 13, 2023, 10:17 AM IST

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜାମ୍ମୁ-କାଶ୍ମୀରରେ 370 ଧାରା ଉଚ୍ଛେଦକୁ ବୈଧ ଘୋଷଣା କରିବା ପରେ ଏନେଇ ତମାମ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହାମଧ୍ୟରେ ପଡୋଶୀ ଦେଶ ଚୀନ ପକ୍ଷରୁ ଏନେଇ ପ୍ରତିକ୍ରିୟା ରଖାଯାଇଛି । "କାଶ୍ମୀର ବିବାଦ ପ୍ରସଙ୍ଗରେ ପାକିସ୍ତାନ ଓ ଭାରତ ମଧ୍ୟରେ ଆଲୋଚନା ଓ ବିଚାର ବିମର୍ଷ ମାଧ୍ୟମରେ ସମାଧାନର ବାଟ ଫିଟିବା ଦରକାର ।" ଏହି ପ୍ରସଙ୍ଗରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖି ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ, କଶ୍ମୀର ମୁଦ୍ଦାରେ ଚୀନର ସ୍ଥିତି ସ୍ପଷ୍ଟ ଓ ସ୍ଥିର ଅଟେ ।

ସେ ଆଉ ମଧ୍ୟ କହିଛନ୍ତି, "ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବହୁ ପୁରୁଣା ଅଟେ । ଏହି ବିବାଦକୁ ସଂଯୁକ୍ତ ରାଷ୍ଟ୍ର ଘୋଷଣା ପତ୍ର, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(UNSC)ର ପ୍ରସ୍ତାବ ଓ ଦ୍ୱିପାକ୍ଷିକ ବୁଝାମଣା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଆବଶ୍ୟକ । ମାଓ ଆଉ ମଧ୍ୟ କହିଛନ୍ତି ଯେ, କାଶ୍ମୀରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଆଲୋଚନା ଓ ପରାମର୍ଶ ମାଧ୍ୟମରେ 2 ଦେଶ ଏହି ବିବାଦର ସମାଧାନର ବାଟ ବାହାର କରିବା ଆବଶ୍ୟକ ।"

ଏହାମଧ୍ୟ ପଢନ୍ତୁ... ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା: ବୈଧ ରହିଲା ୩୭୦ ଉଚ୍ଛେଦ ନିଷ୍ପତ୍ତି, ଜମ୍ମୁ କାଶ୍ମୀରରେ ସେପ୍ଟେମ୍ବରରେ ନିର୍ବାଚନ ପାଇଁ ନିର୍ଦ୍ଦେଶ

ତେବେ ଏହା ପୂର୍ବରୁ ପାକିସ୍ତାନ ପକ୍ଷରୁ ମଧ୍ୟ ଏନେଇ ବିବୃତ୍ତି ଜାରି କରାଯାଇଥିଲା । ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ବିବାଦ ଭାବେ ବିବେଚନା କରାଯାଇଥିଲା । 370 ଧାରା ଉଚ୍ଛେଦ ଉପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର କୌଣସି ଆଇନତଃ ମହତ୍ବ ନାହିଁ । ଏହାସହିତ ଅନ୍ତରାଷ୍ଟ୍ରୀୟ ଆଇନ ଭାରତର 5 ଅଗଷ୍ଟ 2019ରେ ହୋଇଥିବା ଏକତରଫା ଓ ଅବୈଧ କାର୍ଯ୍ୟାନୁଷ୍ଠାନକୁ ମାନ୍ୟତା ଦେଇନାହିଁ ବୋଲି ପାକିସ୍ତାନ ପକ୍ଷରୁ ବିବୃତ୍ତି ଜାରି କରାଯାଇଥିଲା ।

ତେବେ ସୋମବାର ଦିନ ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ଧାରା 370 ଉଚ୍ଛେଦ ମାମଲାକୁ ନେଇ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ଆବେଦନକାରୀଙ୍କ ପିଟିସନକୁ ଆଗ୍ରହ୍ୟ କରିଥିଲେ କୋର୍ଟ । ଜାମ୍ମୁ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ । ଧାରା 370 ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଭାରତରେ ମିଶ୍ରଣ ପରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ମାନ୍ୟତା ଶେଷ ହୋଇଛି । ସମ୍ବିଧାନର ସବୁ ଅନୁଚ୍ଛେଦ ଜମ୍ମୁ କାଶ୍ମୀରରେ ଲାଗୁ ହୋଇପାରିବ ରାୟ ପ୍ରକାଶ କରିଥିଲେ କୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଧାରା 370 ଇତିହାସ ପାଲଟିଯାଇଥିଲା ।

ଅନ୍ୟପଟେ ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାବର୍ଷ ସେପ୍ଟେମ୍ବର 30 ଶୁଦ୍ଧା ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏନେଇ ନିର୍ବାଚନ ଆୟୋଗକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 2019 ଅଗଷ୍ଟ 5ରେ ଜମ୍ମୁ ଓ କାଶ୍ମୀରରୁ ଧାରା 370କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର । ଦୀର୍ଘ ୪ ବର୍ଷ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.