ETV Bharat / international

ଚୀନରେ ଅଣାୟତ୍ତ କୋରୋନା, ଗୋଟିଏ ଦିନରେ ୩୭ ନିୟୁତ ଆକ୍ରାନ୍ତ ଚିହ୍ନଟ

ଚୀନରେ ବେକାବୁ ହେବାରେ ଲାଗିଛି କୋରୋନା । ଗୋଟିଏ ଦିନରେ ୩୭ ନିୟୁତ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ଲୁମବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

author img

By

Published : Dec 24, 2022, 8:37 AM IST

coronavirus
coronavirus

ବେଜିଂ: ଚୀନରେ ପୁଣି ଭୟଙ୍କର ରୂପ ନେଇଛି କୋରାନା ମହାମାରୀ । ଅବସ୍ଥା ଏପରି ହୋଇଛି ଯେ ହସ୍ପିଟାଲରେ ବେଡ ମଧ୍ୟ ମିଳୁନାହିଁ ଲୋକଙ୍କୁ । ମୃତଦେହ ଦାହ ପାଇଁ ସ୍ଥାନ ମଧ୍ୟ ନାହିଁ । ଏସବୁ ଖବର ଶୁଣିବାପରେ ଏବେ ପୁଣି ବିଶ୍ବବାସୀଙ୍କୁ ଘାରିଛି କୋରୋନା ଭୟ । ଚୀନରେ ପୂର୍ବରୁ ଜାରି ରହିଥିବା କୋରୋନା କଟକଣା ହଟାଯିବାପରେ ଏବେ ଏ ପରିସ୍ଥିତି ସୃଷ୍ଟି ହୋଇଛି । ଚୀନରେ ଗୋଟିଏ ଦିନରେ ପ୍ରାୟ ୩୭ ନିୟୁତ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏନେଇ ବ୍ଲୁମବର୍ଗ ରିପୋର୍ଟରେ ଦର୍ଶାଯାଇଛି (Bloomberg reported)।

ସେହିପରି ଚଳିତ ମାସ ଆରମ୍ଭରୁ ୨୦ ତାରିଖ ସୁଦ୍ଧା ମୋଟ ଜନସଂଖ୍ୟାର ୧୮ ପ୍ରତିଶତ ବା ୨୪୮ ନିୟୁତ ଲୋକ କୋରୋନାରେ କବଳିତ ହୋଇଥିବା ବୁଧବାର ଦିନ ଅନୁଷ୍ଠିତ ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଏକ ବୈଠକରେ କୁହାଯାଇଥିଲା । ତେବେ ଏହା ଯଦି ସତ ହୁଏ ତେବେ ସଂକ୍ରମଣ ଗତ ଜାନୁଆରୀ ମାସରୁ ଦୈନିକ ସଂକ୍ରମଣ ହାର ୪ ନିୟୁତ ହୋଇଥିବା ଆକଳନ କରିଛି ବ୍ଲୁମବର୍ଗ ।

ଫର୍ଚ୍ୟୁନ୍ ରିପୋର୍ଟ କରିଛି ଯେ, ''କୋରୋନା ସଂକ୍ରମଣ ଚୀନରେ ବୃଦ୍ଧି ହୋଇଛି, ସ୍ଥିତି ଏପରି ହୋଇଛି ଯେ ଦିନକୁ ୧୦ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଲୋକଙ୍କ ଅର୍ଥନୈତିକ ସ୍ଥିତି ଯେପରି ଦୁର୍ବଳ ନହେବ ସେଥିପାଇଁ ଚୀନର ଅଧିକାରୀ ଓ କମ୍ପାନୀ ଗୁଡିକ କୋଭିଡ ପଜିଟିଭ ଲୋକଙ୍କୁ କମ୍ପାନୀକୁ ଆସି କାମ କରିବାକୁ କହୁଛନ୍ତି'' ।

ଗତ ସପ୍ତାହରେ ଜେଜିଆଙ୍ଗ ପ୍ରଦେଶର ଅଧିକାରୀ ଘୋଷଣା କରିଥିଲେ ଯେ, ଯେଉଁମାନ କୋଭିଡ ପଜିଟିଭ ହୋଇଛନ୍ତି, କିନ୍ତୁ କୌଣସି ଲକ୍ଷଣ ପରିଲକ୍ଷିତ ହେଉ ନାହିଁ ସେମାନେ କାର୍ଯ୍ୟରେ ନିୟୋଜିତ ହୋଇପାରିବେ । କିନ୍ତୁ ଗତ ସୋମବାର ଚାଇନାର ଅନ୍ୟତମ ବୃହତ୍ତମ ସହର ତଥା ପ୍ରମୁଖ ଉତ୍ପାଦନ ହବ୍ ମଧ୍ୟରୁ ଚୋଙ୍ଗିଙ୍ଗ ଗୋଟିଏ ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ କୋରୋନା ପରୀକ୍ଷା ନକରି ଅଫିସ ଆସିବାକୁ ଅନୁମତି ଦେଇଛି ।

ଏହା ମଧ୍ୟ ପଢନ୍ତୁ-ଘାତକ ହେବନି Omicron BF.7 ଭାରିଆଣ୍ଟ, ବିଚଳିତ ନହେବାକୁ ବୈଜ୍ଞାନିକଙ୍କ ପରାମର୍ଶ

ଏହାର ଗୋଟିଏ ଦିନ ପରେ ବେଜିଂର ସହରର ଅଧିକାରୀମାନେ କହିଛନ୍ତି ଯେ, ହୋମ ଆଇସୋଲେସରେ ଥିବା କୋଭିଡ ପଜିଟିଭ ସୁସ୍ଥ ହେବାପରେ ବିନା କୋଭିଡ ପରୀକ୍ଷାରେ କାମରେ ଯୋଗ ଦେଅପାରିବା ନେଇ ଫର୍ଚ୍ୟୁନ୍ ରିପୋର୍ଟ କରିଛି । କୋଭିଡ ସଂକ୍ରମଣ ଚୀନରେ ବିସ୍ଫୋରକ ରୂପ ନେଇଥିବା ବେଳେ ମୃତଦେହ ଦାହ ପାଇଁ ଜାଗା ନିଅଣ୍ଟ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏଥିପାଇଁ ଲୋକଙ୍କୁ ୨୦ ଦିନ ଧରି ଅପେକ୍ଷା କରିବାକୁ ପଡୁଛି । ସେହିପରି କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଚାଲରେ ବେଡର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି ।

ଚୀନରେ ବ୍ୟାପୁଥିବା ଓମିକ୍ରନର BF.7 ପ୍ରକାରକୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ଖେଳି ଯାଇଛି । ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହା ଆଉ କୋରୋନାର ପ୍ରଥମ ଲହରୀ ପରି ଆତଙ୍କ ସୃଷ୍ଟି କରିବନି ତ? ଏନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.