ETV Bharat / international

ନାଇଜେରିଆ ଚର୍ଚ୍ଚରେ ଦଳାଚକଟା: ୩୧ ମୃତ, ଏକାଧିକ ଆହତ - ଦକ୍ଷିଣ ନାଇଜେରିଆ ଚର୍ଚ୍ଚରେ ଅଘଟଣ

ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚର ଅଘଟଣ । ଦଳାଚକଟାରେ ୩୧ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଦକ୍ଷିଣ ନାଇଜେରିଆ ଚର୍ଚ୍ଚରେ ଦଳା ଚଳକଟାରେ ୩୧ ମୃତ, ଏକାଧିକ ଆହତ

author img

By

Published : May 29, 2022, 2:04 PM IST

ଅବୁଜା: ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚର ଚାରିଟି କାର୍ଯ୍ୟକ୍ରମ(church charity event)ରେ ଅଘଟଣ । ଦଳାଚକଟାରେ ୩୧ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଏକାଧିକ ଶିଶୁ ରହିଥିବା ସୂଚନା ମିଳିଛି ।

କିଙ୍ଗସ୍ ଆସେମ୍ବଲି ପେଣ୍ଟକୋଷ୍ଟାଲ୍ ଚର୍ଚ୍ଚ ( Kings Assembly Pentecostal church) ଦ୍ବାରା ଏ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସୂଚନା ଅନୁସାରେ,ଶନିବାର ଦିନ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରିବା ପାଇଁ ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଠାରେ ଶତାଧିକ ଲୋକେ ଖାଦ୍ୟ ପାଇବା ପାଇଁ ଭିଡ ଜମାଇଥିଲେ । ସକାଳ ୯ଟାରେ କାର୍ଯ୍ୟକ୍ରମ ଥିବା ବେଳେ ଭୋର ପାଞ୍ଚଟାରୁ ଲୋକେ ସେଠାରେ ପହଞ୍ଚି ଯାଇଥିଲେ ।

ପରିସ୍ଥିତି ଏପରି ହୋଇଥିଲା ଯେ, ଅସହାୟ ଲୋକେମାନେ ଚର୍ଚ୍ଚର ଗେଟକୁ ଭାଙ୍ଗି ଭିତରେ ପଶି ଯାଇଥିଲେ । ଫଳରେ ଅସମ୍ଭାଳ ଭିଡ ହେବା ଯୋଗୁଁ ପରପ୍ପର ମଧ୍ୟରେ ଠେଲାପେଲା ହୋଇ ପାଖାପାଖି ୩୧ ଜଣଙ୍କର ଜୀବନ ଯାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଆଣିଛି ।

ସେପଟେ, ଚର୍ଚ୍ଚର କିଛି ସଦସ୍ୟଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ତେବେ, ଏହା ପୂର୍ବରୁ ମଧ୍ୟ ଏଭଳି ଦଳାଚଳଟାରେ ଚର୍ଚ୍ଚରେ ହୋଇଥିବା ନଜିର ରହିଛି । 2013ରେ ଦକ୍ଷିଣ-ପୂର୍ବ ଆନାମ୍ବ୍ରାର ଏକ ଚର୍ଚ୍ଚରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟାରେ ୨୪ ଜଣ ଲୋକେ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.