ETV Bharat / international

Sri Lanka Crisis: ସଙ୍କଟ ମଧ୍ୟରେ ଆସିଲା ଭିନ୍ନ ଚିତ୍ର, ପୋଡା ବସ ଆଗରେ ସେଲ୍ଫି ନେଲେ ଯୁବପିଢି - ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ଆସିଲା ଭିନ୍ନ ଚିତ୍ର

ଶ୍ରୀଲଙ୍କା ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ମଧ୍ୟରେ ଦେଶରୁ ଆସିଛି ଏକ ଭିନ୍ନ ଚିତ୍ର । ହିଂସାକାଣ୍ଡ ପରେ ରାସ୍ତାରେ ରହିଥିବା ଅଧାଜଳା ବସ ଆଗରେ ସେଲ୍ଫି ନେଇଛନ୍ତି ଯୁବପିଢି । ଅଧିକ ପଢନ୍ତୁ

Sri Lanka Crisis: ସଙ୍କଟ ମଧ୍ୟରେ ଆସିଲା ଭିନ୍ନ ଚିତ୍ର, ପୋଡା ବସ ଆଗରେ ସେଲ୍ଫି ନେଲେ ଯୁବପିଢି

author img

By

Published : May 12, 2022, 11:02 PM IST

କଲମ୍ବୋ: ଆର୍ଥିକ ସଙ୍କଟରୁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଫଳରେ ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଏହାରି ମଧ୍ୟରେ ଘଟଣାସ୍ଥଳରୁ ଆସିଛି ଏକ ଭିନ୍ନ ଚିତ୍ର । ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଥିବା ଅଧା ଜଳା ବସ ଓ ଜଳମଗ୍ନ କାର ପାଲଟିଛି ନୂଆ ସେଲ୍ଫି ପଏଣ୍ଟ । ଏଠାରେ ଯୁବପିଢି ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।

ଗତ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରୁ ସାରା ଦେଶରେ ସଂଘର୍ଷ ଓ ହିଂସା ଆରମ୍ଭ ହୋଇଥିଲା । ସରକାର ସପକ୍ଷବାଦୀ ଓ ବିରୋଧୀ ମୁହାଁମୁହିଁ ହେବା ଫଳରେ ଜଣେ ସାଂସଦଙ୍କ ସମେତ ମୋଟ 8 ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏପରିକି ମହିନ୍ଦା ରାଜପାକସେଙ୍କ ବାସଭବନ ମଧ୍ୟ ଆକ୍ରମଣରୁ ବର୍ତ୍ତିପାରି ନଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଫିସ ପରିସରରେ ହିଂସାକାଣ୍ଡ ଯୋଗୁଁ ସେଠାରେ ଏବେ ଅଧାଜଳା ବସ ରହିଛି । ଯାହାକି ଯୁବପିଢି ଓ ଦେଶବାସୀଙ୍କ ପାଇଁ ପାଲଟିଛି ସେଲ୍ଫି ପଏଣ୍ଟ ।

ଅଫିସ ପରିସରକୁ ଏବେ ଲୋକମାନେ ଆସି ସେଲ୍ଫି ନେଉଛନ୍ତି । ଏହି ବସଗୁଡିକରେ ଆନ୍ଦୋଳନକାରୀ ମାନେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ସେଲ୍ଫି ନେଉଥିବା ଘରୋଇ କମ୍ପାନୀର କର୍ମଚାରୀ କହିଛନ୍ତି ଯେ, "ଏହି ଘଟଣାକୁ ସ୍ମୃତିରେ ରଖିବା ପାଇଁ ଲୋକେ ଏଠି ସେଲ୍ଫି ନେଉଛନ୍ତି ।" ଆଉ ଜଣେ ଛାତ୍ରୀ କହିଛନ୍ତି ଯେ, "ସେ ଗତ ୪ ଦିନ ଧରି ବିଦ୍ୟାଳୟକୁ ଯାଇପାରୁନାହାନ୍ତି । ଏହି ହିଂସାକାଣ୍ଡ ସମ୍ପର୍କରେ ମୋ ସାଙ୍ଗମାନଙ୍କୁ କହିବା ପାଇଁ ସେଲ୍ଫି ନେଉଛି ।"

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଅନେକ ବସ୍ ପୋଡି ପାଉଁଶ ହୋଇଯାଇଥିଲା । ତଥାପି ଲୋକମାନେ ଶ୍ରୀଲଙ୍କା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଶ୍ରୀଲଙ୍କା ସବୁଠାରୁ ଖରାପ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.