ETV Bharat / international

ଚାଲୁଥିଲା ପରେଡ ରିହର୍ସଲ, ୩୦ ଡିଗ୍ରୀ ତାପମାତ୍ରାରେ ଅଚେତ୍ ହୋଇଗଲେ ବ୍ରିଟିଶ ସୈନିକ

author img

By

Published : Jun 11, 2023, 1:33 PM IST

୩୦ ଡିଗ୍ରୀ ତାପମାତ୍ରା ସହି ନପାରି ପରେଡ ଚାଲୁଥିବା ବେଳେ ଅଚେତ୍ ହୋଇଗଲେ ବ୍ରିଟିଶ ସୈନିକ । ଅଧିକ ପଢନ୍ତୁ

୩୦ ଡିଗ୍ରୀ ତାପମାତ୍ରାରେ ଅଚେତ୍ ହୋଇଗଲେ ବ୍ରିଟିଶ ସୈନିକ

ଲଣ୍ଡନ: ଗତକାଲି(ଶନିବାର) ବ୍ରିଟେନରେ ବର୍ଷର ସବୁଠୁ ଉତ୍ତପ୍ତ ଦିନ ଥିଲା । ଦେଶରେ ସର୍ବାଧିକ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଯେଉଁ କାରଣରୁ ଏକ ପରେଡ ଚାଲୁଥିବା ସମୟରେ ଅଚେତ ହୋଇ ଯାଇଥିଲେ ୩ ଜଣ ବ୍ରିଟିଶ ସୈନିକ । ଗତକାଲି 'ଟ୍ରୁପିଙ୍ଗ ଦ କଲର ପରେଡ' ପାଇଁ ଚୂଡାନ୍ତ ରିହର୍ସଲ ଚାଲୁଥିବା ବେଳେ ୩୦ ଡିଗ୍ରୀ ତାପମାତ୍ରା ସହ୍ୟ କରି ନପାରି ପ୍ରିନ୍ସ ୱିଲିୟମଙ୍କ ଆଗରେ ସୈନିକମାନେ ମୂର୍ଚ୍ଛା ହୋଇଯାଇଥିଲେ । ବ୍ରିଟିଶ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

  • 💂 At least three British royal guards collapsed during a parade rehearsal in London ahead of King Charles' official birthday as temperatures exceeded 88 degrees Fahrenheit pic.twitter.com/V0fLjROoD5

    — Reuters (@Reuters) June 10, 2023 " class="align-text-top noRightClick twitterSection" data=" ">

ଗତକାଲି ସକାଳେ 'ଟ୍ରୁପିଙ୍ଗ ଦ କଲର ପରେଡ' ପାଇଁ ରିହର୍ସଲ ଚାଲୁଥିଲା । ଏଥିରେ ସୈନିକମାନେ ପଶମ ପୋଷାକ ସହ ମୁଣ୍ଡରେ ଭାଲୁ ଚମଡାରେ ପ୍ରସ୍ତୁତ ଟୋପି ପିନ୍ଧିଥିଲେ । ହେଲେ ପରେଡ ବେଳେ ଅସହ୍ୟ ଖରା ସହ୍ୟ କରିପାରି ନଥିଲେ ସୈନିକ । ଯେଉଁ କାରଣରୁ ୩ ଜଣ ପ୍ରିନ୍ସ ୱିଲିୟମଙ୍କ ଆଗରେ ଚେତା ହରାଇ ବସିଥିଲେ । ଏହାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ଷ୍ଟେଚରରେ ନେବାର ବ୍ୟବସ୍ଥା କରାଯାଇଥିଲା । ହେଲେ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁଣିଥରେ ଉଠି ପରେଡ ଜାରି ରଖିଥିଲେ । କେବଳ ଜଣଙ୍କୁ ହିଁ ଚିକିତ୍ସା ପାଇଁ ନିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ : Boris Johnson resigns: ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ

ପରେଡ ସମ୍ପର୍କରେ ପ୍ରିନ୍ସ ୱିଲିୟମ ଟ୍ବିଟ୍ କରିଛନ୍ତି, ଅତ୍ୟଧିକ ଗରମ ମଧ୍ୟରେ ଆଜି ସକାଳେ କର୍ଣ୍ଣେଲସ ରିଭ୍ୟୁରେ ଭାଗ ନେଇଥିବା ସମସ୍ତ ସୈନିକଙ୍କୁ ମୁଁ କୃତଜ୍ଞତା ଜଣାଉଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ତୁମେ ସମସ୍ତେ ଭଲ ପ୍ରଦର୍ଶନ କରିଛ । ସମସ୍ତଙ୍କୁ ଧନ୍ୟବାଦ ।

ଏଠାରେ ଉଲ୍ଲେଖଯୋଗ୍ୟ, ବ୍ରିଟେନର ରାଜା ଓ ରାଣୀଙ୍କ ଜନ୍ମଦିନରେ ପ୍ରତି ବର୍ଷ ଟ୍ରୁପିଙ୍ଗ ଦ କଲେର ପରେଡ ଅନୁଷ୍ଠିତ ହୋଇଥାଏ । ଆସନ୍ତା ସପ୍ତାହରେ ରାଜା ତୃତୀୟ ଚାଲାର୍ସଙ୍କ ଜନ୍ମଦିନ ଥିବାରୁ ପରେଡ ପାଇଁ ରିହର୍ସଲ ହୋଇଥିଲା । ଶନିବାର ଚୂଡାନ୍ତ ରିହର୍ସଲ ଚାଲିଥିଲା । ଯେଉଁ ସମୟରେ ସୈନିକ ମାନେ ଅଚେତ ହୋଇଯାଇଥିଲେ । ଆସନ୍ତା ୧୭ ତାରିଖରେ କିଙ୍ଗ ଚାଲର୍ସ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ପରେଡର ଟିକିଏ ଝଲକ ଦେଖିବାକୁ ସେଣ୍ଟ ଜେମସ୍ ପାର୍କରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.