ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଣୀ ଏଲିଜାବେଥ । ୨୫ ବର୍ଷ ବୟସରୁ ଗାଦି ସମ୍ଭାଳିଥିଲେ ୧୫ ଦେଶରେ ରାଜ କରିଥିଲେ ରାଣୀ । ବ୍ରିଟେନରେ ସର୍ବାଧିକ ସମୟ ଶାସନ କରିଥିବା ମହାରାଣୀ ହେଉଛନ୍ତି ଏଲିଜାବେଥ । ୭୦ ବର୍ଷ ଶାସନ ଭାର ସମ୍ଭାଳିଥିଲେ ସେ ।
ତାଙ୍କ ଶାସନ ସମୟରେ ବ୍ରିଟେନର ୧୫ ଜଣ ପ୍ରଧାନମନ୍ତ୍ରୀ ସେବା ପ୍ରଦାନ କରିଛନ୍ତି । ୱିନଷ୍ଟନ ଚର୍ଚିଲଙ୍କଠୁ ନେଇ ବୋରିସ ଜନସନ ଓ ନିକଟରେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ଦାୟିତ୍ବ ଦେଇଥିଲେ ରାଣୀ ଏଲିଜାବେଥ ଦ୍ବିତୀୟ । ୭୦ ବର୍ଷ ଶାସନ କାଳ ମଧ୍ୟରେ ୩ ଜଣ ପ୍ରଧାନମନ୍ତ୍ରୀ ତାଙ୍କ ଶାସନ କାଳରେ ଜନ୍ମ ହୋଇଥିଲେ ।
ନଜର ପକାନ୍ତୁ ସେହି ୧୫ ଜଣ ପ୍ରଧାନମନ୍ତ୍ରୀଙ୍କ ତାଲିକା ଉପରେ...
ୱିନଷ୍ଟନ ଚର୍ଚିଲ (କଞ୍ଜରଭେଟିଭ, ୧୯୫୧-୫୫)
ବର୍ଷ ୧୯୫୨ରେ ଏଲିଜାବେଥ ଦ୍ବିତୀୟଙ୍କ ପିତାଙ୍କ ଦେହାନ୍ତି ହୋଇଥିଲା । ଏହି ସମୟରେ ୱିନଷ୍ଟନ ଚର୍ଚିଲ ଆରମ୍ଭରୁ ଅଭିଯୋଗ କରିଥିଲେ କି ଏଲିଜାବେଥ ଜଣେ ଛୋଟ ପିଲା । ମାତ୍ର କିଛି ଦିନ ପରେ ସେ ଏଲିଜାବେଥଙ୍କୁ ତାରିଫରେ ପୋତି ପକାଇଥିଲେ । ଏକ ସମ୍ବୋଧନର ଚର୍ଚିଲ କହିଥିଲେ, ''ବିଶ୍ବର କୋଣ କୋଣରେ ଏପରି ବ୍ୟକ୍ତିତ୍ବ ମିଳିବା କଷ୍ଟକର ।
ଆନ୍ଥୋନି ଏଡେନ (କଞ୍ଜରଭେଟିଭ, ୧୯୫୫-୫୭)
୧୯୫୫-୫୭ ଯାଏଁ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ଆନ୍ଥୋନି ଏଡେନ । ୧୯୫୬ ସ୍ବଜ ସଙ୍କଟ ପରେ ପରେ ଆନ୍ଥୋନି ଏଡେନ ତୁରନ୍ତ ଇସ୍ତଫା ଦେଇଥିଲେ ।
ହାରୋଲ୍ଡ ମ୍ୟାକମିଲାନ (କଞ୍ଜରଭେଟିଭ, ୧୯୫୭-୬୩)
ମ୍ୟାକମିଲାନ ଥରେ କହିଥିଲେ ଏଲିଜାବେଥର ଅର୍ଥ ହେଉଛି ରାଣୀ ହେବା କଣ୍ଢେଇ ହେବା ନୁହେଁ । ତାଙ୍କ ପାଖରେ ଜଣେ ପୁରୁଷ ଭଳି ଦକ୍ଷାତା ରହିଛି ।
ଆଲେକ ଡଗଲାସ (କଞ୍ଜରଭେଟିଭ, ୧୯୬୩-୬୪)
ଆଲେକ ଡଗଲାସ ଏଲିଜାବେଥ ଦ୍ବିତୀୟଙ୍କ ମାଆଙ୍କ ପରିବାରିକ ବନ୍ଧୁ ଥିଲେ । ସେ ଗୋଟିଏ ବର୍ଷରୁ କମ ସମୟ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରେ ସେବା ପ୍ରଦାନ କରିଥିଲେ ।
ହାରେଲ୍ଡ ୱିଲସନ (ଲେବର, ୧୯୬୪-୭୦)
ଏଲିଜାବେଥ ଦ୍ବିତୀୟଙ୍କ ଶାସନ ସମୟରେ ପ୍ରଥମ ଲେବର ପ୍ରଧାନମନ୍ତ୍ରୀ ଥିଲେ ହାରେଲ୍ଡ ୱିଲସନ । ତାଙ୍କ ସହ ମହାରାଣୀଙ୍କ ବହୁତ ଭଲ ସମ୍ପର୍କ ଥିଲା ।
ଏଡୱାର୍ଡ ହିଥ (କଞ୍ଜରଭେଟିଭ, ୧୯୭୦-୭୪)
ବ୍ରିଟେନକୁ 'ୟୁରୋପୀୟ ଅର୍ଥନୀତି କମ୍ୟୁନିଟି' ଯାଏ ନେଇଥିବା କଞ୍ଜରଭେଟିଭ ନେତା ହେଉଛନ୍ତି ଏଡୱାର୍ଡ ହିଥ । ଏହି ସଂଗଠନ ୟୁରୋପୀୟ ସଂଘ ପୂର୍ବରୁ ଥିଲା ।
ଜେମ୍ସ କାଲ୍ଲାଘାନ (ଲେବର, ୧୯୭୬-୭୯)
ଅର୍ଥ ମନ୍ତ୍ରୀ ଏବଂ ଶ୍ରମିକ ସଂଗଠନ ସହିତ ଘେରି ହୋଇ ରହିଥିଲା କାଲ୍ଲାଘାନଙ୍କ କାର୍ଯ୍ୟକାଳ ।
ମାର୍ଗାରେଟ ଥାଚର (କଞ୍ଜରଭେଟିଭ, ୧୯୭୯-୧୯୯୦)
ଏଲିଜାବେଥ ଦ୍ବିତୀୟଙ୍କ ଶାସନ କାଳରେ ସବୁଠୁ ଅଧିକ ସମୟ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମାର୍ଗାରେଟ ଥାଚର । ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ।
ଜନ ମେଜର (କଞ୍ଜରଭେଟିଭ, ୧୯୯୦-୨୦୦୭)
ମେଜର ଏକଦା କହିଥିଲେ, ''ମହାରାଣୀଙ୍କୁ ସବୁ କିଛି ବିନି ଦ୍ବନ୍ଦରେ କହି ହେବ । ୧୯୯୦ରୁ ୨୦୦୭ ଯାଏଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ଜନ ମେଜର ।
ଟୋନି ବ୍ଲେୟାର (ଲେବର, ୧୯୯୭-୨୦୦୭)
ଟୋନି ବ୍ଲେୟାର ମହାରାଣୀ ଏଲିଜାବେଥଙ୍କ ଶାସନ କାଳରେ ଜନ୍ମ ହୋଇଥିବା ପ୍ରଥମ ବିଟ୍ରେନ ପ୍ରଧାନମନ୍ତ୍ରୀ । ମହାରାଣୀ ଏକଦା ଏ କଥା ଆଲୋଚନା କରି ବ୍ଲେୟାରଙ୍କୁ କହିଥିଲେ, ''ତୁମେ ମୋର 10ତମ ପ୍ରଧାନମନ୍ତ୍ରୀ ।
ଗର୍ଡନ ବ୍ରାଉନ (ଲେବର, ୨୦୦୭-୧୦)
୨୦୧୦ ନିର୍ବାଚନରେ ଲେବର ପାର୍ଚିର ନୈରାଶ୍ୟଜନକ ପ୍ରଦର୍ଶନରେ ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଅନ୍ତ ହୋଇଥିଲା ।
ଡେଭିଡ କାମେରନ (କଞ୍ଜରଭେଟିଭ, ୨୦୧୦-୧୬)
ଏଲିଜାବେଥ ଦ୍ବିତୀୟଙ୍କ ଶାସନ କାଳରେ ପ୍ରଧାନମନ୍ତ୍ରୀ ପଦରେ ସେବା ଦେଇଥିବା ସବୁଠୁ କମ ବୟସ ବ୍ୟକ୍ତି ଥିଲେ । ସେ ମହାରାଣୀଙ୍କ ପୁଅ ପ୍ରିନ୍ସ ଏଡୱାର୍ଡଙ୍କ ସହିତ ହିଥରଡାଉନ ସ୍କୁଲରେ ପଢୁଥିଲେ ।
ଥେରେସା ମେ (କଞ୍ଜରଭେଟିଭ, ୨୦୧୬-୧୯)
ବ୍ରିଟେନର ଦ୍ବିତୀୟ ମହିଳା ପ୍ରଧାନମନ୍ତ୍ରୀ ହେଉଛନ୍ତି ଥେରେସା ମେ । କାର୍ଯ୍ୟକାଳରେ ବ୍ରିଟେନ ୟୁରୋପୀୟ ସଂଘଠୁ ଅଲଗା ହୋଇଥିଲା ।
ବୋରିସ ଜନସନ (କଞ୍ଜରଭେଟିଭ, ୨୦୧୯-୨୨)
କୋରୋନା ମହାମାରୀ କଟକଣା ନେଇ ଲାଗୁ ଲଗଡାଉନ ଉଲଂଘନ କରି ବିବାଦୀୟ ହୋଇଥିଲେ ବୋରିସ ଜନସନ । ଦଳର ସମର୍ଥନ କମିବାରୁ ଇସ୍ତଫା ଦେଇଥିଲେ ବୋରିସ ।
ଲିଜ ଟ୍ରିସ(କଞ୍ଜରଭେଟିଭ, ୨୦୨୨)
ଭାରାତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ସାସଂଦ ଋଷି ସୁନକଙ୍କୁ ହରାଇ ତୃତୀୟ ମହିଳା ଭାବେ ବ୍ରିଟେନ ପିଏମ ଆସନ ଅଳଙ୍କୃତ କରିଛନ୍ତି ଲିଜ ଟ୍ରସ । ସେପ୍ଟମ୍ବର ୬ ତାରିଖରେ ଲିଜଙ୍କୁ ଶପଥପାଠ କରାଇ ଔପଚାରିକ ଭାବେ ନାମ ଘୋଷଣା କରିଥିଲେ ରାଣୀ ଏଲିଜାବେଥ ଦ୍ବିତୀୟ ।