ETV Bharat / international

Britain: ସୁନକ କ୍ୟାବିନେଟରୁ ଇସ୍ତଫା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ଓ୍ବାଲେସ

author img

By ETV Bharat Odisha Team

Published : Aug 31, 2023, 4:34 PM IST

ଋଷି ସୁନକ କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ଓ୍ବାଲସେ । ଶକ୍ତି ମନ୍ତ୍ରୀ ଗ୍ରାଣ୍ଟ୍‌ ସାପ୍ସଙ୍କୁ ପ୍ରତିରକ୍ଷା ଦାୟିତ୍ବ । ଇସ୍ତଫା ପତ୍ରରେ ସେନାକୁ ପ୍ରଶଂସା । କହିଲେ ସୁନକଙ୍କ ପ୍ରତି ଜାରି ରହିବ ସମର୍ଥନ । ଅଧିକ ପଢ଼ନ୍ତୁ

ସୁନକ କ୍ୟାବିନେଟରୁ ଇସ୍ତଫା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ବେନ ଓ୍ବାଲେସ

ହାଇଦ୍ରାବାଦ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ଓ୍ବାଲେସ । ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ସୁନକଙ୍କ ନିକଟକୁ ପଠାଇ ଦେଇଛନ୍ତି । କିନ୍ତୁ ତାଙ୍କ ସମର୍ଥନ ପ୍ରଧାନମନ୍ତ୍ରୀ ସୁନକଙ୍କ ପ୍ରତି ରହିଛି । ସୁନକଙ୍କ ସରକାର ଜାରି ରହିବା ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ତେବେ ଓ୍ବାଲେସ୍‌ଙ୍କ ଇସ୍ତଫାର ମାତ୍ର କିଛି ଘଣ୍ଟା ମଧ୍ୟରେ ବ୍ରିଟେନର ଶକ୍ତିମନ୍ତ୍ରୀ ଦାୟିତ୍ବରେ ଥିବା ଗ୍ରାଣ୍ଟ୍‌ ସାପ୍ସଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ବ ମିଳିଛି । ଏହା ପୂର୍ବରୁ (ରବିବାର) ଆଉ ଜଣେ ସାଂସଦ ନାଦିନେ ଡୋରିଜ (Nadine Dorries) ମଧ୍ୟ ଇସ୍ତଫା ଦେଇଥିଲେ । ସେ ସୁନକଙ୍କୁ ସମାଲୋଚନା କରିବା ସହ ବ୍ରିଟିଶ ସଂସଦର ନିମ୍ନ ସଦନ ସାଧାରଣ ସଭା (ହାଉସ ଅଫ କମନ୍‌)ରୁ ଇସ୍ତଫା ଘୋଷଣା କରିଥିଲେ ।

ନିଜ ଇସ୍ତଫା ପତ୍ରରେ ଓ୍ବାଲେସ ପ୍ରଧାନମନ୍ତ୍ରୀ ସୁନକଙ୍କ ପ୍ରତି ସମର୍ଥନ ଜାରି ରହିବା ନେଇ ସ୍ପଷ୍ଟ କରିଛନ୍ତି । ସେ ତାଙ୍କର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟକାଳର ଅଭିଜ୍ଞତାକୁ ମଧ୍ୟ ମନେ ପକାଇଛନ୍ତି । ସେ 2019ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ 4 ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ । ଏହା ମଧ୍ୟରେ ବ୍ରିଟିଶ ସେନା ଏକାଧିକ ଗୁରୁତ୍ବପୂର୍ଣ୍ଣ ଅପରେସନରେ ଅଂଶଗ୍ରହଣ କରିଥିବା ସେ କହିଛନ୍ତି । କୋଭିଡ ମୁକାବିଲା, ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଅକ୍ତିଆର କରିବା ବେଳେ ବ୍ରିଟଶ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ଅପରେସନ, ସୁଦାନ ଗୃହଯୁଦ୍ଧ ଓ ଋଷର ୟୁକ୍ରେନ ଆକ୍ରମଣ ସମୟରେ ମଧ୍ୟ ବ୍ରିଟିଶ ସେନା ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହି ସେ ସେନାକୁ ପ୍ରଶଂସା କରିଛନ୍ତି ।

ଋଷର ୟୁକ୍ରେନ ଆକ୍ରମଣ ପରେ ବ୍ରିଟେନ ୟୁକ୍ରେନକୁ ସହଯୋଗ କରିଥିଲା । ଅନେକ ସ୍ତରରେ ଲଣ୍ଡନ କିଭ୍କୁ‌ ସାମରିକ ଓ ମାନବୀୟ ସହାୟତା ସହ ଆର୍ଥିକ ସହୟତା ମଧ୍ୟ ଦେଇଥିଲା । ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ତତ୍କାଳୀନ ବ୍ରିଟଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ପ୍ରବଳ ଆକ୍ରମଣ ସତ୍ତ୍ବେ କିଭ୍‌ରେ ପହଞ୍ଚି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ । ଏହାଥିଲା ଯୁଦ୍ଧ ଘୋଷଣା ହେବା ପରେ ୟୁକ୍ରେନକୁ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଗସ୍ତ ।

ଏହା ମଧ୍ୟ ପଢନ୍ତୁ :-G-20 summit: ପୁଟିନଙ୍କ ରାସ୍ତାରେ ଜିନପିଙ୍ଗ, ଆସିବେନି ଭାରତ !

ଏହା ପରେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ଏହି ସହଯୋଗ ଶୃଙ୍ଖଳା ଜାରି ରହିଥିଲା । ସୁନକ ମଧ୍ୟ ଏକାଧିକ ଥର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିର ଜେଲନସ୍କିଙ୍କୁ ସାକ୍ଷାତ କରିସାରିଛି । ଏପରି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ଓ୍ବାଲେସ ଆଜି ପଦରୁ ଇସ୍ତଫା ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.